ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ରାଇରଙ୍ଗପୁର ଅବକାରୀ ବିଭାଗ ତରଫରୁ ବିଭିନ୍ନ ସ୍ଥାନରେ ଚଢାଉ;୪୯ ଲି ଦେଶୀ ମଦ ଜବତ ସହ ୩ ଜଣଙ୍କ ନାମରେ ମାମଲା ରୁଜୁ

ରାଇରଙ୍ଗପୁର -୧୨/୫ଦିନକୁ ଦିନ ରାଇରଙ୍ଗପୁର ସହର ସମେତ ବାମନଘାଟୀ ଉପଖଣ୍ଡର ବିଭିନ୍ନ କୋଣ ଅନୁକୋଣରେ , ଗାଁ,ଛକରେ ଖୁଲମ ଖୁଲା ବେଆଇନ ମଦ କାରବାର ବୃଦ୍ଧି ପାଉଛି । ଯାହାକୁ ନେଇ ଗ୍ରାମର ବୁଦ୍ଧିଜିବୀ,ମହିଳା, ବୁଢ଼ାବୁଢ଼ୀ ମଧ୍ୟରେ ଅସନ୍ତୋଷର ଦାନା ବୃଦ୍ଧି ପାଉଛି ।ଯୁବ ଗୋଷ୍ଠୀ ନିଶାଗ୍ରସ୍ତ ହୋଇ ଘରେ ଛୁଆ,ପିଲା, ସ୍ତ୍ରୀ,ବାପ ମା’ଙ୍କ ସହ ମଦ ନିଶାରେ ପାରିବାରିକ ହାଂସା ବଢାଉଛନ୍ତି । ମାରପିଟ୍,ହଣାକଟା,ଆତ୍ମହତ୍ୟା ଭଳି ଘଟଣା ନିଭାଉଛନ୍ତି । ଅବକାରୀ ବିଭାଗ ଯେତେ କଡାକଡି କଲେ ମଧ୍ୟ ବେଆଇନ ମଦ ମାଫିଆମାନେ ଚାଲେଞ୍ଜ ଦେଉଛନ୍ତି । ଅବକାରୀ ବିଭାଗରେ କର୍ମଚାରୀ ଅଭାବ ନେଇ ଅବକାରୀ ବିଭାଗ ହାତ ଟେକି ଉପରକୁ ବସିଛି । ତଥାପି ଅବକାରୀ ବିଭାଗ ହାତ ଗଣତି କର୍ମଚାରୀ ଉପରେ ଭରସା ରଖି ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି । ସୂଚନାଯୋଗ୍ୟ ଗୁରୁବାର ଦିନ ଅବକାରୀ ବିଭାଗ ରାଇରଙ୍ଗପୁର ମହୁଲଡିହା ୧ ନମ୍ବର ଓ୍ବାର୍ଡରେ ସାଉରୀ କିସ୍କୁ ଘରେ ଚଢ଼ାଉ କରି ୧୮ ଲି ,ଦଣ୍ଡବୋଷରସାଲଖୁ କିସ୍ କୁ ଘରେ ଚଢାଉ କରି ୧୬ ଲି ଏବଂ ସାନପାଖଣାରେ ରୁକ୍ମିଣୀ ମହାନ୍ତ ଘରେ ଚଢ଼ାଉ କରି ୧୫ ଲି ତଥା ସମୁଦାୟ ୪୯ ଲି ଚୋରା ଦେଶୀ ମଧ୍ୟ ଏବଂ ମଦ ସାମଗ୍ରୀ ଜବତ କରିବା ସହ ସେମାନଙ୍କ ନାମରେ ମାମଲା କେଶ ନଂ ୧୩,୧୪, ଏବଂ ୧୫ ରୁଜୁ କରିଛି । ସରକାରଙ୍କ ଅବକାରୀ ବିଭାଗ କୋହଳ ନୀତି ଯୋଗୁଁ ମଦ ମାଫିଆ ମାନେ ସହଜରେ ବେଲ ପାଇଯାଉଛନ୍ତି । ଯେଉଁ ମାନେ ୨୦ ଲି ରୁ କମ ମଦ କାରବାର ରେ ଲିପ୍ତ ସେମାନଙ୍କୁ କୋଭିଡ କଟକଣାପରଠାରୁ ସଙ୍ଗେ ସଙ୍ଗେ ବେଲ ପାଇଁ ଯାଉଛନ୍ତି ।ଯାହାଫଳରେ ମଦ ମାଫିଆମାନେ ଅବକାରୀ ବିଭାଗକୁ ଚେଲେଞ୍ଜ କରିବା ସହ ଖାତିର କରୁ ନାହାନ୍ତି । ଦୁଃଖ ରେ ବିଷୟ ଯେଉଁ ମହିଳାମାନେ ପୁରୁଷଙ୍କ ଦ୍ବାରା ନିଶା ପାଇଁ ଶୋଷିତ,ଅତ୍ୟାଚାରିତା ହେଉଛନ୍ତି ହେଲେ ମହିଳାମାନେ ନଵେଆଇନ ନିଶା କାରବାରରେ ବେଶି ଲିପ୍ତ ରହୁଛନ୍ତି ।ମଦ ମାଫିଆ ମାନେ ମହିଳା ମାନଙ୍କୁ ଅସ୍ତ୍ର କରି ସେମାନଙ୍କ ମଦ କାରବାର ଅବାଧରେ ଚଳାଇ ଲାଭବାନ ହେଉଛନ୍ତି ।ଜାଣିଛନ୍ତି ମହିଳା ମାନଙ୍କୁ ସମସ୍ତେ ଭୟ କରନ୍ତି ।ବେଆଇନ ମଦ କାରବାର ଉପରେ ଚଢ଼ାଉରେ ରାଇରଙ୍ଗପୁର ଅବକାରୀ ବିଭାଗ ଆଇଆଇସି ନାରାୟଣ ଜେନାଙ୍କ ନେତୃତ୍ବରେ ସଵ ଇନ୍ସପେକ୍ଟର ରାଜୀବ କୁମ୍ଭାର,ଦିଲିପ ମେଳା,ଅରୁଣ ମଲ୍ଲିକ, ପ୍ରିୟଙ୍କା ମହାନ୍ତ,ଚୁଡ଼ାମଣି ସିଂ ସାମିଲ ହୋଇଥିଲେ ।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଡକାୟତ ଗ୍ୟାଙ୍ଗ କୁ ଗିରଫ କରିବାରେ ମୈଇଦଲପୁର ପୋଲିସ ର ସଫଳତା

Sunil Chandra Nayak

ବାଲିଗୁଡ଼ା ସହରରେ ବଢୁଛି ଅପରାଧିକ କାର୍ଯ୍ୟକଳାପ ଲକ୍ଷର ସିସିଟିଭି ବ୍ୟବସ୍ଥା ଅଚଳ

masiha

ମହିଳାଙ୍କ ଆତ୍ମହତ୍ୟା !  ମୃତା ମହିଳା ଙ୍କ ଭାଇ ଆଣିଲେ ହତ୍ଯା ଅଭିଯୋଗ

masiha

Leave a Comment

error: Content is protected !!