ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଯୋରନ୍ଦାପୀଠର ଉନ୍ନତି ପାଇଁ ଏକାଠି ହେଲେ ଜିଲ୍ଲପାଳ ଓ ସାଧୁ ସମାଜ

 ଢେଙ୍କାନାଳ ( ମ ସୀ ହା)୧୩/୦୫_ବିଶ୍ଵ ପ୍ରସିଦ୍ଧ ମହିମା ପିଠ ଯୋରନ୍ଦା ଠାରେ ଆଜି ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠୀ ଙ୍କ ସଭାପତିତ୍ବରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ପୀଠର ସର୍ବାଙ୍ଗୀନ ଉନ୍ନତି ପାଇଁ ସରକାର 10 କୋଟି ଟଙ୍କା ମଞ୍ଜୁର କରିଥିବା ଜିଲ୍ଲାପାଳ ସୂଚନା ପ୍ରଦାନ କରିଥିଲେ। ପିଠକୁ ଅଧିକ ଆକର୍ଷଣୀୟ କରିବା ପାଇଁ ପାରିପାର୍ଶିକ ଉନ୍ନୟନ ସହ ବୃକ୍ଷ ରୋପଣ, ଉଦ୍ୟାନ ନିର୍ମାଣ, ବ୍ୟାପକ ଆଲୋକୀକରଣ, ପାନ୍ଥାଶାଳା ନିର୍ମାଣ, ଉନ୍ନତ ମାନ ର ସୌଚାଳୟ ବ୍ୟବସ୍ଥା ଆଦି ଏହି ଅର୍ଥରେ ନିର୍ମାଣ ହୋଇ ପାରିବ। ଏହାର ସୌନ୍ଦର୍ଯ୍ଯ ଅଧିକ ଆକର୍ଷଣୀୟ ହେଲେ ଦେଶରେ ଏହି ପିଠ ପ୍ରମୂଖ ଧର୍ମପୀଠର ମାନ୍ୟତା ପାଇ ପାରିବ ବୋଲି ଏସ୍,ପି, ଜ୍ଞାନ ରଞ୍ଜନ ମହାପାତ୍ର ମତବ୍ୟକ୍ତ କରିଥିଲେ। ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଜଗଦୀଶ ରାୟ ଉପସ୍ଥିତ ଥିବା ସାଧୁ ମାନଙ୍କୁ ସେମାନଙ୍କ ତାଲିକା ପ୍ରଦାନ କରିବାକୁ ନିବେଦନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସଦର ଉପ ଜିଲ୍ଲାପାଳ ସୁଶ୍ରୀ ସ୍ନିଗ୍ଧାରାଣୀ ଧଳ, ଗଁଦିଆ ବିଡିଓ ଆଶିଷ୍ କୁମାର ସାହୁ,ଯୋରନ୍ଦା ସରପଞ୍ଚ ଆରତି ନାୟକ, ଜିଲ୍ଲା ପରିଷଦ ସଭ୍ଯ ବିଶ୍ଵନାଥ ଚିନରା ପ୍ରମୂଖ ଉପସ୍ଥିତ ଥିଲେ। ଦୀର୍ଘ ଦିନ ର ସମସ୍ୟା ସମାଧାନ ଓ ସରକାର ଙ୍କ ଆର୍ଥିକ ଅନୁଦାନ ପାଇଁ ସାଧୁମାନେ ଜିଲ୍ଲାପାଳ ତଥା ପ୍ରଶାସନ କୁ ସାଧୁମାନେ ସାଧୁବାଦ ଜଣାଇଥିଲେ l

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

ବିପଦ ସଙ୍କୁଳ ଅବସ୍ଥାରେ ୪୨ ମୌଜା ତଇଲିପଡା ଟ୍ରାନ୍ସଫମର

Sunil Chandra Nayak

ଚିତ୍ରକୋଟ ମହିଳା ସଙ୍ଘଠନ ଦ୍ବାରା ସ୍ୱଚ୍ଛତା କାର୍ଯ୍ୟକ୍ରମ 

ତେନ୍ତୁଳିଖୁଣ୍ଟି ବ୍ଲକ ରେ ଚାଉଳ ବଣ୍ଟନରେ ଦୁର୍ନୀତି ର ଗନ୍ଧ ସ୍ପଷ୍ଟ ବାରି ହେଉଛି : କିନ୍ତୁ କାର୍ଯ୍ୟାନୁଷ୍ଠାନ ଦେଖାଯାଉନାହିଁ

Sunil Chandra Nayak

Leave a Comment

error: Content is protected !!