ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର କୋର୍ଟ ପରିସରରେ ଦିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ

ମୟୂରଭଞ୍ଜ -୧୩/୫ (ମସିହା)ରାଇରଙ୍ଗପୁର କୋର୍ଟ ପରିସରରେ ଆଜି ସକାଳୁ ୭ ଟା ସମୟରେ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଦୀପକ କୁମାରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଦେଓ୍ବାନୀ, ଫୌଜଦାରୀ, ପାରିବାରିକ,ମୋଟରଯାନ ଦୁର୍ଘଟଣା, ବ୍ୟାଙ୍କ ଋଣ ଜନିତ ମାମଲା ଗୁଡ଼ିକର ଶୁଣାଣୀ ଥିଲା ।ଏହାର ଏକମାତ୍ର ଉଦେଶ୍ୟ ଦରିଦ୍ର, ନିଷ୍ପେସିତ ଓ ଅବହେଳିତ ତଥା ଗ୍ରାମାଞ୍ଚଳୟ ଲୋକମାନେ ଏହି ଅଦାଲତରେ ବିନା ମୂଲ୍ୟରେ ନ୍ୟାୟ ପାଇଁ ପାରିବେ ।ଆଜି ୧୩୩ ଟି ମାମଲାର ଶୁଣାଣି କରାଯାଇଥିଲା । ତନ୍ମଧ୍ୟରୁ ୩୮ ଟି ମାମଲାର ପିଲା କରା ଯାଇଥିବାବେଳେ ତିନି ଲକ୍ଷ ଵାଷଠି ହଜାର ଚାରିଶହ ଅଣଷଠି ଟଙ୍କା (୩,୬୨,୪୫୯ -୦୦) ଜୋରିମାନା ଆଦାୟ କରାଯାଇଥିଲା ।କାର୍ଯ୍ୟକ୍ରମରେ ସବଜଜ୍ ହିମାଂଶୁ ଶେଖର ବିଶ୍ବାଳ ଏବଂ ଏସଡିଜିଏମ ସିଦ୍ଧାର୍ଥ ଶଙ୍କର ସେନାପତି ଶୁଣାଣି ରେ ସାମିଲ ହୋଇ ନ୍ଯାୟ‌ ତ୍ୱରିତ କରାଇଥିଲେ । କୋର୍ଟର କର୍ମଚାରୀ ସ୍ଵସ୍ତିକ ପଣ୍ଡା,ଲକ୍ଷ୍ମଣ ମାର୍ଣ୍ଡୀ, ବଟକୃଷ୍ଣ ମହାନ୍ତି, ସନ୍ତୋଷ ମହାନ୍ତ, ଭଗବାନ ଘଡେ଼ଇ,ଅମରେଶ ବଳ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଅଭାବୀ ପରିବାରକୁ ସାହାଯ୍ୟର ହାତ ବଢାଇଲେ ସମାଜସେବୀ ଅଜିତ୍

masiha

ଦଲକି ଆଶ୍ରମ ବିଦ୍ୟାଳୟ ଠାରେ ପେରେଣ୍ଟସ ଏଜ ପାଟନର କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

ଧର୍ମଗଡ ଠାରେ ସହରାଞ୍ଚଳ ଜନ ଆରୋଗ୍ୟ କେନ୍ଦ୍ର ର ବୈଠକ ଓ ସମିତି ଗଠନ

Leave a Comment

error: Content is protected !!