ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନର୍ଲା ଠାରେ ମିଶନ ଶକ୍ତି କାଫେ ଗୃହ ଉଦଘାଟିତ

ନର୍ଲା (ମନିସ)କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ପରିସରରେ ମିଶନ ଶକ୍ତି କାଫେ ଷ୍ଟଲ୍ ନୂତନ ଗୃହ ଉଦଘାଟିତ ହୋଇଛି।ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ ଯୋଗ ଦେଇ ଏହାର ଶୁଭ ଉଦଘାଟନ କରିଥିଲେ। ଏଥିରେ ନର୍ଲା ବିଡ଼ିଓ ବାସନ୍ତୀ ସେଠୀ,ସିଡିପିଓ ନିବାସିନୀ ବିଶ୍ଵାଳ, ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ,ଲିଲି ଦୀପ, ନମ୍ରତା ସାହୁଙ୍କ ସମେତ ବହୁ ବ୍ୟକ୍ତି ବିଶେଷ ଯୋଗଦାନ କରିଥିଲେ। ଏହି କାଫେରେ ସ୍ନାକ,ଚା, ଥଣ୍ଡା ପାନୀୟ, ମଧ୍ୟାହ୍ନ ଭୋଜନ ଆଦି ଖାଦ୍ୟ ଓ ପାନୀୟ ଉପଲବ୍ଧ ହେବ। ଏହି ଷ୍ଟଲ୍ ଦ୍ଵାରା ଫେଡରେଶନ ମେମ୍ବର ମାନଙ୍କ ଦ୍ବାରା ପରିଚାଳିତ ହେବ ବୋଲି ଜଣାଯାଏ। ଏହା ଦ୍ଵାରା ପୁଣି ଏମାନଙ୍କର ଆର୍ଥିକ ମାନଦଣ୍ଡ ସୁଦୃଢ ହେବ ବୋଲି ଆଶା କରାଯାଉଛି।

ଦୀପକ କୁମାର ଠାକୁର/ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି

Related posts

ଧର୍ମଘଟ ପରେ ଅଙ୍ଗନବାଡି କର୍ମୀ ମାନେ ବିଳମ୍ବରେ କାର୍ଯ୍ୟ ଆରମ୍ଭ କରିବାରୁ ଚାରି ଦିନର ଦରମା ପାଇବାରୁ ବଞ୍ଚିତ

Sunil Chandra Nayak

ରିଷିଡ଼ାରେ ଚୈତ୍ର ମହୋତ୍ସବ ଓ ଝାମୁଯାତ୍ରା

masiha

ସାମ୍ବାଦିକଙ୍କ ମୌଳିକ ଅଧିକାର ପାଇଁ ୭ ଦଫା ସମ୍ବଳିତ ଏକ ସ୍ମାରକପତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶାଙ୍କ ଉଦ୍ଦେଶ୍ୟରେ ପ୍ରଦାନ

Leave a Comment

error: Content is protected !!