ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନର୍ଲା ଠାରେ ମିଶନ ଶକ୍ତି କାଫେ ଗୃହ ଉଦଘାଟିତ

ନର୍ଲା (ମନିସ)କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ପରିସରରେ ମିଶନ ଶକ୍ତି କାଫେ ଷ୍ଟଲ୍ ନୂତନ ଗୃହ ଉଦଘାଟିତ ହୋଇଛି।ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ ଯୋଗ ଦେଇ ଏହାର ଶୁଭ ଉଦଘାଟନ କରିଥିଲେ। ଏଥିରେ ନର୍ଲା ବିଡ଼ିଓ ବାସନ୍ତୀ ସେଠୀ,ସିଡିପିଓ ନିବାସିନୀ ବିଶ୍ଵାଳ, ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ,ଲିଲି ଦୀପ, ନମ୍ରତା ସାହୁଙ୍କ ସମେତ ବହୁ ବ୍ୟକ୍ତି ବିଶେଷ ଯୋଗଦାନ କରିଥିଲେ। ଏହି କାଫେରେ ସ୍ନାକ,ଚା, ଥଣ୍ଡା ପାନୀୟ, ମଧ୍ୟାହ୍ନ ଭୋଜନ ଆଦି ଖାଦ୍ୟ ଓ ପାନୀୟ ଉପଲବ୍ଧ ହେବ। ଏହି ଷ୍ଟଲ୍ ଦ୍ଵାରା ଫେଡରେଶନ ମେମ୍ବର ମାନଙ୍କ ଦ୍ବାରା ପରିଚାଳିତ ହେବ ବୋଲି ଜଣାଯାଏ। ଏହା ଦ୍ଵାରା ପୁଣି ଏମାନଙ୍କର ଆର୍ଥିକ ମାନଦଣ୍ଡ ସୁଦୃଢ ହେବ ବୋଲି ଆଶା କରାଯାଉଛି।

ଦୀପକ କୁମାର ଠାକୁର/ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି

Related posts

ମନ୍ତ୍ରୀ ଗଣେଶରାମଙ୍କ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ପରିଦର୍ଶନ

Sunil Chandra Nayak

ରାଇରଙ୍ଗପୁର ଓକିଲ ସଂଘ ସଭାପତି ଭାବେ ୫ମ ଥର ପାଇଁ ଅକ୍ଷୟ ମହାନ୍ତି

Sunil Chandra Nayak

ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!