ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସଂଗ୍ରାମ ପତି ଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଓ ସ୍ମୃତିଚାରଣ ସଭା

ରାଉରକେଲା/ ସହରର ଜଣାଶୁଣା କଳାକାର ସଂଗ୍ରାମ ପତିଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଓ ସ୍ମୃତି ଚାରଣ ସଭା ସେକ୍ଟର ୬ ସ୍ଥିତ ଶାରଳା ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଏହି ସ୍ମୃତି ଚାରଣ ସଭାରେ ସହରର ବହୁ ଜଣାଶୁଣା ନାଟ୍ଯ ଅଭିନେତା, ନିର୍ଦ୍ଦେଶକ, ସାହିତ୍ୟିକ, ସମାଜସେବୀ, ଗୀତିକାର ପ୍ରମୁଖ ଯୋଗଦେଇ ସ୍ବର୍ଗତ ପତିଙ୍କ ସ୍ମୃତିଚାରଣ ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସୂଚନା ଯୋଗ୍ୟ ଯେ ସ୍ବର୍ଗତ ପତି ଜଣେ ସଂସ୍କୃତିପ୍ରେମୀ, ନାଟ୍ଯକାର, ନିର୍ଦ୍ଦେଶକ, ଆକାଶବାଣୀ କଳାକାର ତଥା ସଂଗୀତଜ୍ଞ ଥିଲେ । ସେ ଅନେକ ଗୁଡିଏ ନାଟକରେ ଅଭିନୟ ସହ ନିର୍ଦ୍ଦେଶନା ଦେଇ ପ୍ରଶଂସା ସାଉଣ୍ଟି ଥିଲେ। ତେବେ ଗତବର୍ଷ ଆଜିର ଦିନରେ ତାଙ୍କର ପରଲୋକ ଘଟିଥିଲା । ତାଙ୍କ ସ୍ମୃତି ଚାରଣ ସଭାରେ ତାଙ୍କ ପରିବାର ସଦସ୍ୟ ଓ ଆତ୍ମୀୟସ୍ଵଜନ ବ୍ୟତୀତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଥିବାରୁ ପୁତ୍ର ସମିତ ପତି ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ସ୍ବଭାବ କବି ଗଙ୍ଗାଧର ମେହେର ଜୟନ୍ତୀ ପାଳନ 

Sunil Chandra Nayak

ଗୋଲାମୁଣ୍ଡା ଠାରେ କଳାହାଣ୍ଡି ବିକାଶ ପରିଷଦ ପକ୍ଷରୁ କ୍ରାନ୍ତିଯାତ୍ରା ଅନୁଷ୍ଠିତ

Sunil Chandra Nayak

ଆନନ୍ଦ ଉତ୍ସବ ଅବସରରେ ଶାସ୍ତ୍ରୀୟ ନୃତ୍ୟରେ ପ୍ରକମ୍ପିତ ହେଲା ରବୀନ୍ଦ୍ର ମଣ୍ଡପ

masiha

Leave a Comment

error: Content is protected !!