ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସଂଗ୍ରାମ ପତି ଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଓ ସ୍ମୃତିଚାରଣ ସଭା

ରାଉରକେଲା/ ସହରର ଜଣାଶୁଣା କଳାକାର ସଂଗ୍ରାମ ପତିଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଓ ସ୍ମୃତି ଚାରଣ ସଭା ସେକ୍ଟର ୬ ସ୍ଥିତ ଶାରଳା ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଏହି ସ୍ମୃତି ଚାରଣ ସଭାରେ ସହରର ବହୁ ଜଣାଶୁଣା ନାଟ୍ଯ ଅଭିନେତା, ନିର୍ଦ୍ଦେଶକ, ସାହିତ୍ୟିକ, ସମାଜସେବୀ, ଗୀତିକାର ପ୍ରମୁଖ ଯୋଗଦେଇ ସ୍ବର୍ଗତ ପତିଙ୍କ ସ୍ମୃତିଚାରଣ ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସୂଚନା ଯୋଗ୍ୟ ଯେ ସ୍ବର୍ଗତ ପତି ଜଣେ ସଂସ୍କୃତିପ୍ରେମୀ, ନାଟ୍ଯକାର, ନିର୍ଦ୍ଦେଶକ, ଆକାଶବାଣୀ କଳାକାର ତଥା ସଂଗୀତଜ୍ଞ ଥିଲେ । ସେ ଅନେକ ଗୁଡିଏ ନାଟକରେ ଅଭିନୟ ସହ ନିର୍ଦ୍ଦେଶନା ଦେଇ ପ୍ରଶଂସା ସାଉଣ୍ଟି ଥିଲେ। ତେବେ ଗତବର୍ଷ ଆଜିର ଦିନରେ ତାଙ୍କର ପରଲୋକ ଘଟିଥିଲା । ତାଙ୍କ ସ୍ମୃତି ଚାରଣ ସଭାରେ ତାଙ୍କ ପରିବାର ସଦସ୍ୟ ଓ ଆତ୍ମୀୟସ୍ଵଜନ ବ୍ୟତୀତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଥିବାରୁ ପୁତ୍ର ସମିତ ପତି ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ଚତୁର୍ଥ ବାର୍ଷିକ ଉତ୍ସବ

masiha

ମାତୃଭାଷା, ସଂସ୍କୃତି, ପରମ୍ପରା ହିଁ ଜାତିର ନିର୍ଦ୍ଦିଷ୍ଟ ଜାତିର ପରିଚୟ : ଡ଼ବର

Sunil Chandra Nayak

କଳାହାଣ୍ଡି:ଅପରେସନ ସିନ୍ଦୂର ପରାକ୍ରମ ତ୍ରିରଙ୍ଗା ବାଇକ୍ ଶୋଭାଯାତ୍ରାରେ ପ୍ରକମ୍ପିତ ହେଲା ଭବାନୀପାଟଣା ସହର

masiha

Leave a Comment

error: Content is protected !!