ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତେନ୍ତୁଳିଖୁଣ୍ଟି ବ୍ରାହ୍ମଣ ସମାଜ ର ସତେଇଶ ତମ ବୈଠକ ଅଞ୍ଚଳଗୁମ୍ମା ରେ ଅନୁଷ୍ଠିତ  

ତେନ୍ତୁଳିଖୁଣ୍ଟି – ,୧୫/୦୫/୨୩ –  ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ବ୍ରାହ୍ମଣ ସମାଜ ର ସତେଇଶ ତମ ବୈଠକ ବ୍ଲକ ବ୍ରାହ୍ମଣ ସମାଜ ସଭାପତି ସନ୍ତୋଷ କୁମାର ଚୌଧୁରୀ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା। ବ୍ଲକ ବ୍ରାହ୍ମଣ ସମାଜ ସଙ୍ଗଠନ କୁ କ୍ରିୟାଶୀଳ କରିବାକୁ ବ୍ଲକ ରେ ବ୍ରାହ୍ମଣ ଅବସ୍ଥାନ କରୁଥିବା ଗ୍ରାମ ରେ ଭ୍ରାମ୍ୟ ମାଣ ବୈ ଠକ କରିବା ନିଷ୍ପତ୍ତି ପ୍ରକାରେ ସତେଇଶ ତମ ବୈଠକ ଅଞ୍ଚଳଗୁମ୍ମ। ରେ ହୋଇଛି। ପରବର୍ତ୍ତୀ ବୈଠକ ଝରିଗୁମ୍ମା ରେ ଆୟୋଜିତ ହେବ। ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣ ରେ ହୋଇଥିବା ଆଜିର ବୈଠକ ରେ ମୁଖ୍ୟଅତିଥି ଭାବେ ହରିହର ମିଶ୍ର ମୁଖ୍ୟବକ୍ତା ଭାବେ ପ୍ରମୋଦ ଦାଶ ମଞ୍ଚାସିନ ଥିଲେ। କାର୍ଯ୍ୟକ୍ରମ ର ସଂଯୋଜନା ଉପସଭାପତି ଗୋପୀନାଥ ମହାନ୍ତି କରିଥିଲେ। କାର୍ଯ୍ୟକ୍ରମ ଚତୁର୍ଦ୍ଧା ମୂର୍ତ୍ତି ଙ୍କ ଠାରେ ଧୂପ ଦୀପ ଓ ପୁଷ୍ପ ଅର୍ପଣ ସହ ଆରମ୍ଭ ହୋଇଥିଲା। ସଙ୍ଗଠନ ସଂପାଦକ ଏଗାର ମାର୍ଚ୍ଚ ରେ ଅନୁଷ୍ଠିତ 26 ତମ ବୈଠକ ର ବିବରଣୀ ପାଠ କରିଥିଲେ। ପରେ ସଙ୍ଗଠନ କ୍ରିୟାଶୀଳ କରିବାକୁ ପ୍ରସ୍ତାବ ଉପସ୍ଥିତ ସଦସ୍ୟଙ୍କ ଠାରୁ ଆହ୍ୱାନ କରା ଯାଇଥିଲା। ସନାତନ ସଂସ୍କୃତି ର ଅବକ୍ଷୟ କୁ ରୋକିବା ରେ ବ୍ରାହ୍ମଣ ଙ୍କ ଭୂମିକା ମୁଖ୍ୟ ।ଏଣୁ ପ୍ରଥମେ ବ୍ରାହ୍ମଣ ସଂସ୍କାରିତ ହେବାକୁ ପଡ଼ିବ। ଆଚରଣ ଉଚ୍ଚାରଣ ବେଶ ମାର୍ଜିତ ସଂସ୍କୃତି ଉପଯୋଗୀ ହେବାକୁ ପଡିବ। ସୃଷ୍ଟିର ଶ୍ରେଷ୍ଠ ଜୀବ ଓ ଶ୍ରେଷ୍ଠ ଜାତି ର ସାଂସ୍କୃତିକ ଅବକ୍ଷୟ କୁ ରୋକିବା ପାଇଁ କିଛି ପଦକ୍ଷେପ ଅପଣେଇବା ପାଇଁ ମତ ପ୍ରକାଶ ପାଇଥିଲା। ମୁଖ୍ୟବକ୍ତା ପୂଜା ପଦ୍ଧତି ଓ କର୍ମକାଣ୍ଡ ବ୍ରାହ୍ମଣ ସମାଜର ବର୍ତ୍ତମାନ ପିଢ଼ି ଅଜ୍ଞ ଥିବାରୁ ସେମାନଙ୍କୁ ତାଲିମ ବ୍ୟବସ୍ଥା କରିବାକୁ ପରାମର୍ଶ ଦେଇଥିଲେ। ଗରିବ ବ୍ରାହ୍ମଣ ଘର ସନ୍ତାନ ଙ୍କ ଉପ ନୟନ ପାଇଁ ବ୍ରାହ୍ମଣ ସମାଜ ପ୍ରସ୍ତୁତ ଏଣୁ ଆଗ୍ରହୀ ପିତା ମାତା ଙ୍କ ସହ ଯୋଗାଯୋଗ କରିବା ପାଇଁ ସଭାପତି ସନ୍ତୋଷ କୁମାର ଚୌଧୁରୀ ଆହ୍ୱାନ କରିଥିଲେ। ବୈଠକ ରେ ପ୍ରମୋଦ ଦାସ ,ବସନ୍ତ ପାଣିଗ୍ରାହୀ ,କୁଳମଣି ମିଶ୍ର , ଶ୍ରୀନିବାସ ମିଶ୍ର ସୁବ୍ରତ ଚୌଧୁରୀ ପ୍ରମୁଖ ନିଜ ନିଜ ବକ୍ତବ୍ୟ ରଖିଥିଲେ। ପରିଶେଷରେ ପ୍ରଦୀପ ମହାପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ତେନ୍ତୁଳିଖୁଣ୍ଟି ,ପୂଜାରିଗୁଡା ,ଅଞ୍ଚଳଗୁମ୍ମା ,ଝରିଗୁମ୍ମା ,କୁକୁଡ଼ା ବାଇ ,ଇନ୍ଦ୍ରାବତୀ ଦିଗି ସଲପା ଆଦି ଗ୍ରାମରୁ ବ୍ରାହ୍ମଣ ଦେବତା ଯୋଗଦେଇଥିଲେ।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ନବରଙ୍ଗପୁର ଠାରେ ଶିଶୁ ଓ କିଶୋର ଶ୍ରମ ନିଷେଧ ଓ ନିୟନ୍ତ୍ରଣ ସଚେତନତା ଅଭିଯାନ 

Sunil Chandra Nayak

ଡ଼ାଇଭାରସନ ନିର୍ମାଣରେ ତ୍ରୁଟି, ଗମନାଗମନ ବ୍ୟାହତ

Sunil Chandra Nayak

ରାଇରଙ୍ଗପୁର ଗଢ, ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଆଣ୍ଠୁଏ ଆଣ୍ଠୁଏ ପାଣି ନେଇ ଛାତ୍ରଛାତ୍ରୀ ହନ୍ତସନ୍ତ

masiha

Leave a Comment

error: Content is protected !!