ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୪୯ ନମ୍ବର ଜାତୀୟ ରାଜପଥ ପାର୍ଶ୍ବ ଲୁହାବାଡାରେ ବାଡ଼େଇ ହୋଇ ବାଇକ ଆରୋହୀ ଜଣେ ମୃତ ଜଣେ ଗୁରୁତର 

ମୟୂରଭଞ୍ଜ- ୧୫/୫ (ମସିହା) ମୟୂରଭଂଜ ଜିଲ୍ଲାର ବିଶୋଇ ଥାନା ଅଧୀନସ୍ଥ ମଣଦା ଫାଣ୍ଡି ଅନ୍ତର୍ଗତ କୁରୁକୁଟିଆ ଛକ ଅନତି ଦୂରରେ ରବିବାର ଦିନ ୧୨.୩୦ ଟା ପାଖାପାଖି ସମୟରେ ବାଇକ ଚାଳକ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ବ ଲୁହା ବାଡାରେ ବାଡ଼େଇ ହୋଇ ରାସ୍ତାରେ ଛିଟିକି କଚାଡି ହୋଇ ପଡ଼ିଥିଲେ ।ଗୁରୁତର ଅବସ୍ଥାରେ ଉଭୟଙ୍କୁ ଯଶିପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆ ଯାଇଥିଲା ।ସେଠାରେ ସାଓନା ମାରାଣ୍ଡି (୩୨) ଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ତାଙ୍କ ସାଥୀ ରାମଦାସ ସୋରେନ୍ ଗୁରୁତର ଅବସ୍ଥାରେ କରଂଜିଆ ହସ୍ପିଟାଲ ଏବଂ ପରେ କଟକ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି । ବିଶୋଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ସୋମବାର ଦିନ ସାଓନା ମାରାଣ୍ଡି ଙ୍କୁ ରାଇରଙ୍ଗପୁର ହସ୍ପିଟାଲରେ ଶବ ବ୍ୟବଚ୍ଛଦ କରାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି ।ବାଇକ ଚାଳକ ପଡୋଶୀ ଯାମସେଦପୁରର ଵିର୍ସାନଗଗରର ୬ ନମ୍ବର ଜୋନର ବାସିନ୍ଦା ଅଟନ୍ତି।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ମାଓନେତା ଆଜାଦ ବାଲିଗୁଡ଼ା ଏଡିଜେ କୋର୍ଟରେ ହାଜର

masiha

ଭବାନୀପାଟଣାରେ ଜିଲ୍ଳା ସ୍ତରୀୟ ଆନ୍ତର୍ଜାତୀୟ ନିଶା ନିବାରଣ ଏବଂ ଅବୈଧ ଚାଲାଣ ନିଷିଦ୍ଧ ଦିବସ,୨୦୨୬ ପାଳିତ 

Sunil Chandra Nayak

ଜୁନାଗଡ଼ ଏନଏ.ସି ରେ ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କୁ ସାମ୍ବାଦିକ ସଙ୍ଘ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା 

masiha

Leave a Comment

error: Content is protected !!