ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସୃଜନୀ ପକ୍ଷରୁ ଜାତୀୟସ୍ତରୀୟ ସୃଜନ ମନ୍ଥନ କାର୍ଯ୍ୟକ୍ରମରେ ଡ଼.ବାସନ୍ତୀ ମହାନ୍ତିଙ୍କ କବିତା ସଙ୍କଳନ ” ଚନ୍ଦ୍ରମଲ୍ଲୀ “

ନବରଙ୍ଗପୁର—(ମସିହା) ଆନ୍ତର୍ଜାତିକ ମାତୃଦିବସ ଅବସରରେ ସୃଜନୀ ପରିବାର,ଚେନ୍ନାଇ ଆନୁକୂଲ୍ୟରେ ଆୟୋଜିତ ଜାତୀୟସ୍ତରୀୟ ସୃଜନ ମନ୍ଥନ କାର୍ଯ୍ୟକ୍ରମରେ ଡ଼.ବାସନ୍ତୀ ମହାନ୍ତିଙ୍କ କବିତା ସଙ୍କଳନ ” ଚନ୍ଦ୍ରମଲ୍ଲୀ ” ର ସମୀକ୍ଷା ସହ କବିତା ପାଠୋତ୍ସବ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ଭାରତୀୟ ଦର୍ଶନରେ ପ୍ରେମ ହିଁ ଆଧ୍ୟାତ୍ମିକ ମହାନନ୍ଦା , ପ୍ରେମ ହିଁ ମଧୁର ଯନ୍ତ୍ରଣା ଓ ମଧୁର ମୃତ୍ୟୁ I ପ୍ରେମ ହିଁ ସମଗ୍ର ସୃଜନ ଜଗତର ପ୍ରଥମ ପ୍ରେରଣା I ଶବ୍ଦ ଯେଉଁଠି ଭାବକୁ ବ୍ୟକ୍ତ କରିବାରେ ସମର୍ଥ ରଖିଥାଏ ସେଠାରେ ରୂପକଳ୍ପର ପ୍ରୟୋଗ କବିତା ପାଇଁ ବୋଝ ବୋଲି ସୃଜନୀ ପରିବାର ଚେନ୍ନାଇ ପକ୍ଷରୁ ଗୁଗୁଲ ମିଟ୍ ମାଧ୍ୟମରେ ଅନୁଷ୍ଠିତ ଜାତୀୟସ୍ତରର ସୃଜନ ମନ୍ଥନ କାର୍ଯ୍ୟକ୍ରମରେ ବିଶିଷ୍ଟ ସାହିତ୍ୟିକ କବି ଡ଼. ଫନୀ ମହାନ୍ତି ଏହା ବ୍ୟକ୍ତ କରିବା ସହ ଡ଼. ବାସନ୍ତୀ ମହାନ୍ତିଙ୍କ କବିତା ସଂକଳନ ” ଚନ୍ଦ୍ରମଲ୍ଲୀ ” ର ପାଠକୀୟ ଆଦୃତ ନିମନ୍ତେ ବହୁ ଆଶାବାଦୀ ବୋଲି ପ୍ରକାଶ କରିଛନ୍ତି I ଅନୁଷ୍ଠାନର ସମ୍ପାଦକ ଅଶୋକ ସାମନ୍ତ ଏବଂ ସଂଯୋଜିକା ଶ୍ରୀମତୀ ସୁମତି ମୁଣ୍ଡ ଙ୍କ ମିଳିତ ସଂଯୋଜନାରେ ଆୟୋଜିତ ଏହି ସାରସ୍ୱତ ସନ୍ଧ୍ୟାକୁ ଅବସରପ୍ରାପ୍ତ ଆଇ ଏଫ୍ ଏସ୍ ତଥା ମୁଖ୍ୟ ଉପଦେଷ୍ଟା ଶ୍ରୀଯୁକ୍ତ ଆଶୁତୋଷ ସାମନ୍ତସିଂହାର ଉଦ୍ଘାଟନ କରିଥିଲେ I ଏହି ବିଶେଷ କାର୍ଯ୍ୟକ୍ରମରେ ଆଲୋଚକଙ୍କ ମଧ୍ୟରେ ବିଶିଷ୍ଟ ନାଟ୍ୟକାର ତଥା ପ୍ରଫେସର୍ ମେଜର ରମା ରମଣ ପାଢ଼ୀ ଏବଂ ପ୍ରଫେସର୍ ଡ଼. ଅଞ୍ଜୁମନ ଆର ,ଜାତୀୟସ୍ତରୀୟ କବି ଶ୍ରୀମତୀ ହିନା ମୋଦି( ଗୁଜୁରାଟ ) ,ଶ୍ରୀମତୀ ଲତା ତେଜେଶ୍ୱର “ରେଣୁକା “( ମୁମ୍ବାଇ) ,ଶ୍ରୀମତୀ ପାରମିତା ଷଢଙ୍ଗୀ ( ମୁମ୍ବାଇ) ,ଶ୍ରୀମତୀ ସୁବ୍ରତା ମିଶ୍ର ଅନ୍ୟତମ ଉପଦେଷ୍ଟା ପ୍ରଫେସର୍ ଗୋଦାବରୀଶ ମିଶ୍ର ଯୋଗଦେଇ ଡ଼. ବାସନ୍ତୀ ମହାନ୍ତିଙ୍କ କାବ୍ୟମୟ ବ୍ୟକ୍ତିତ୍ୱ ସହ କାବ୍ୟସଂକଳନ ” ଚନ୍ଦ୍ରମଲ୍ଲୀ ” ଉପରେ ଅନ୍ତରଙ୍ଗ ଅଭିବ୍ୟକ୍ତି ରଖିଥିଲେ I 

ସୃଜନୀ ପରିବାରର ଜାତୀୟ ସ୍ତରୀୟ ସାରସ୍ୱତ ଆସରରେ ଓଡିଶା ତଥା ଭାରତର ବିଭିନ୍ନ ପ୍ରାନ୍ତରୁ କବି , ନାରୀକବି ,ସାହିତ୍ୟ ସାଧକ ତଥା ଅନେକ ବାଗ୍ମୀ ଯୋଗ ଦେଇଥିଲେ I ଉକ୍ତ ସାରସ୍ୱତ ଆସରରେ ଯୋଗଦେଇଥିବା ବରେଣ୍ୟ  ନାରୀକବି ତଥା ସାହିତ୍ୟିକାବୃନ୍ଦ ଶ୍ରୀମତୀ ଇ . ନର୍ମଦା ,ଶ୍ରୀମତୀ ଗାୟତ୍ରୀ ପାଉଲ,ଶ୍ରୀମତୀ ଜେମାମଣୀ ବିଷୋୟୀ ,ଶ୍ରୀମତୀ ସୁନିତା ଜିନ୍ଦଲ ,ଶ୍ରୀମତୀ ବର୍ଣ୍ଣାଳି ଶର୍ମା ,ଶ୍ରୀମତୀ ପି . ପୁଷ୍ପାଞ୍ଜଳି ଆଦି ” ଚନ୍ଦ୍ରମଲ୍ଲୀ ” ଓଡ଼ିଆ କବିତାରୁ ବିଭିନ୍ନ ଭାଷାରେ ଅନୂଦିତ ତଥା ଭାବାନୁବାଦ କବିତା ପାଠ କରିବା ସହ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ I 

ଏହି ଅବସରରେ ସ୍ଵନାମଧନ୍ୟା କଣ୍ଠଶିଳ୍ପୀ ଶ୍ରୀମତୀ ବିଦ୍ୟୁତପ୍ରଭା ପଟ୍ଟନାୟକ , ଶ୍ରୀମତୀ ମହାଶ୍ୱେତା ପଟ୍ଟନାୟକ ଆଦି ସଭାରେ ସଙ୍ଗୀତ ପରିବେଷଣ କରିଥିଲେ I ସୃଜନୀପରିବାରର ମୁଖ୍ୟ ଉପଦେଷ୍ଟାଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବହୁ ଗୁଣୀଜନଙ୍କ ସମାବେଶ ହୋଇଥିଲା। ସଭାର ସଂଚାଳକଙ୍କ ମଙ୍ଗଳାଚରଣ ,ଉପସ୍ଥାପନା ,ଧନ୍ୟବାଦାର୍ପଣ ଓ ଶାନ୍ତିପାଠରେ ସଭାସାଙ୍ଗ ହୋଇଥିଲା ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଜିଲ୍ଲାସ୍ତରୀୟ ପୋଷଣ ମାସର ଶୁଭାରମ୍ଭ

masiha

ଧର୍ମଗଡ ରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର

Sunil Chandra Nayak

ଧାନଫସଲରେ ରୋଗ ପୋକ (ବିପିଏଚ) ଆତଙ୍କ, ଚିନ୍ତା ରେ ଚାଷୀକୂଳ

masiha

Leave a Comment

error: Content is protected !!