ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି

ନୂଆପଡା, ନୂଆପଡା ଖଡ଼ିଆଳ ବ୍ଲକ ସମ୍ମିଳନୀ ସଭାଗୃହ ଠାରେ ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଜିଲ୍ଲାପାଳ ହେମକାନ୍ତ ସାଏଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇ ଯାଇଛି । ଶିବିରରେ ୫୧ ଗୋଟି ଅଭିଯୋଗ ଶୁଣାଣି କରି ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ବିଭଗୀୟ ଅଧିକାରୀଙ୍କୁ ନିର୍ଦ୍ଧେଶ ଦେଇଥିଲେ । ଏହି ଶିବିରରେ ଜିଲ୍ଲା ଆରକ୍ଷୀ ଅଧିକାରୀ ରାଘବେନ୍ଦ୍ର ଗୁଣ୍ଡାଲା ରେଡ୍ଡୀ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ଃ. ଚୌଧରି ଶୋଭାରଣୀ ମିଶ୍ର, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ନ୍ଦନକୁମାର ତାଣ୍ଡି, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ମନ କୁମାରି ଲମ୍ବୋ, ଜିଲ୍ଲା କ୍ଷ୍ୟୁଦ୍ର ଶିଳ୍ପ ଅଧିକାରୀ ବିକେକାନନ୍ଦ ମହାନନ୍ଦ ସମେତ ଜିଲ୍ଲା ସ୍ତରୀୟ ଅଧିକାରୀ ଯୋଗ ଦେଇଥିବା ବେଳେ ଖଡ଼ିଆଳ ବିଡିଓ ବିରସେନ ବେହେରାଙ୍କ ସମେତ ବ୍ଲକ ସ୍ତରୀୟ ସମସ୍ତ ଅଧିକ ଉପସ୍ଥିତ ଥିଲେ । ଅଭିଯୋଗ ଶୁଣାଣି ଶିବିରରେ ମଣ୍ଡୋସିଲ ଗ୍ରାମବାସୀଙ୍କ ଗ୍ରାମର ସମସ୍ୟା ନେଇ ଦାବି ପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ । ମାଣ୍ଡୋସିଲ ପଞ୍ଚାୟତ କେନ୍ଦ୍ର ସ୍ଥଳୀରେ ହାଇସ୍କୁଲ ସ୍ଥାପନକରିବା, ଖାଉଟି ସାମଗ୍ରୀ ବଣ୍ଟନ ନେଇ ଏକ କେନ୍ଦ୍ର ସ୍ଥାପନ କରିବା କାରଣ ଦୁଇରୁ ତିନି କିଲୋମିଟର ଦୂରକୁ ଯାଇ ଖାଉଟି ସାମଗ୍ରୀ ଆଣିବା ସମସ୍ୟା ସୃଷ୍ଟି କରୁଛି । ସେହିପରି ଗ୍ରାମରେ ଏକ ଓଭର ହେଡ ଟେଙ୍କ ନିର୍ମାଣ ଓ ପାନୀୟ ଜଳ ଠିକ ଭାବରେ ବଣ୍ଟନ କରିବାକୁ ଦାବୀ କରିଛନ୍ତି । ସମସ୍ୟାର ସମାଧାନ ନେଇ ବିଭାଗୀ ଅଧିକାରୀଙ୍କୁ ନିର୍ଦ୍ଧେଶ ଦେଇଥିବା ଗ୍ରାମବାସୀଙ୍କ ସୂତ୍ରରୁ ପ୍ରକାଶ ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ପଟ୍ଟାମୁଣ୍ଡାଇ ବ୍ଲକର ଏମ ଏନ ହାଇସ୍କୁଲ ସମେତ ୩ଟି ହାଇସ୍କୁଲରେ ସାଂସଦ ଖେଳ ମହୋତ୍ସବ ଅନୁଷ୍ଠିତ

Sunil Chandra Nayak

ଗୋତମୁଣ୍ଡା ଡାହିମାଲ ରାସ୍ତା ନିର୍ମାଣ ରେ ମନ୍ଥରତା, ନବରଙ୍ଗପୁର ଗ୍ରାମ୍ୟ ଉନ୍ନୟନ ବିଭାଗ ର ଠିକାଦାର ପ୍ରୀତି ଯୋଗୁଁ ଦୁର୍ଦ୍ଦଶା ଭୋଗୁଛନ୍ତି ଦୁଇ ଜିଲ୍ଲା ର ଅଞ୍ଚଳବାସୀ

Sunil Chandra Nayak

ମାଟ୍ରିକ ପରୀକ୍ଷା ରେ ବ୍ଲକ ଟପର ହେଲେ ଚି଼ଚେଇଗୁଡ଼ା ହାଇସ୍କୁଲ ଛାତ୍ର ରବୀନ୍ଦ୍ର ନାଏକ 

masiha

Leave a Comment

error: Content is protected !!