ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଯାମଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଘନଶ୍ୟାମ ଏଣ୍ଡ ସନ୍ସ ପ୍ରାଇଭେଟ୍ ଲିମିଟେଡ ତରଫରୁ ୫୦ ଜଣ ଯକ୍ଷ୍ମା ରୋଗୀଙ୍କୁ ମାଗଣା ପୋଷଣ ଖାଦ୍ୟ ଵଣ୍ଟନ

ମୟୂରଭଞ୍ଜ -୧୫/୫ (ମସିହା)କେନ୍ଦ୍ର ଓ ରାଜ୍ୟ ସରକାର ୨୦୩୦ ସୁଦ୍ଧା ସମଗ୍ର ଭାରତ ଵର୍ଷ ରେ ଯକ୍ଷ୍ମା ମୁକ୍ତ କରିବା ପାଇଁ ବହୁବିଧ ଯୋଜନା ଓ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ରାଜ୍ୟ ସରକାର ଓଡ଼ିଶାରେ ୨୦୨୫ ସୁଦ୍ଧା ଯକ୍ଷ୍ମା ମୁକ୍ତ ଓଡ଼ିଶା ପାଇଁ ଅଣ୍ଟା ଭିଡିଛନ୍ତି । ଏଥିପାଇଁ ଯକ୍ଷ୍ମା ମୁକ୍ତ ପାଇଁ ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ସମସ୍ତ ସରକାରୀ , ବେସରକାରୀ ଅନୁଷ୍ଠାନକୁ ସହଯୋଗର ହାତ ବଢ଼ାଇବା ପାଇଁ ନିବେଦନ କରିଛନ୍ତି ।ଏହି ପରିପ୍ରେକ୍ଷୀରେ ଗୋରୁମହିଷାଣୀ ଲୌହଖଣି ଏବଂ ବାଦାମ ପାହାଡ଼ ଲୌହଖଣିର ମୁଖ୍ୟ ଡାଇରେକ୍ଟର ଘନଶ୍ୟାମ ଏଣ୍ଡ ସନ୍ସ ପ୍ରାଇଭେଟ୍ ଲିମିଟେଡ ପକ୍ଷରୁ ଯାମଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପଂଜିକୃତ ୫୦ ଜଣଯକ୍ଷ୍ମା ରୋଗୀଙ୍କୁ ମାଗଣା ପୋଷଣ ଖାଦ୍ୟ ପକେଟ୍ ବଣ୍ଟନ କରାଯାଇଛି । ଖାଲି ଔଷଧ ଖାଇଲେ ହେବ ନାହିଁ । ସେଥିପାଇଁ ଔଷଧ ସହ ଉତ୍ତମ ଖାଦ୍ୟ ଖାଇଲେ ଯକ୍ଷ୍ମା ଶିଘ୍ର ହାରିବ ।ଏହି କାର୍ଯ୍ୟକ୍ରମରେ ଜାମଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଭାରାପ୍ରାପ୍ତ ଚିକିତ୍ସା ଅଧିକାରୀ ଡ଼ଃ ଦୀପକ ରଂଜନ ମେଳା,ଆୟୂଷ ମେଡିକାଲ ଅଫିସର ସଂଜୟ ଦାସ,ବରିଷ୍ଠ ଯକ୍ଷ୍ମା ନିରୀକ୍ଷକ ଦେବାଶିଷ ଦାସ,ଏବଂ ଟି ବିକାଶ ପ୍ରଭା ମହାନ୍ତି, ଏବଂ ଘନଶ୍ୟାମ ମିଶ୍ର ଏଣ୍ଡ ସନ୍ସ ପ୍ରାଇଭେଟ୍ ଲିମିଟେଡର ମ୍ୟାନେଜର ବିକାଶ ରଂଜନ ନାୟକ,ଏତେ ଆର୍ ଅଶୋକ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ବୋର୍ଡ଼ା ତରଫରୁ ଜାତୀୟ ବିଜ୍ଞାନ ଦିବସ ପାଳିତ

Sunil Chandra Nayak

ଶିଶୁ ଓ ମହିଳା ବନ୍ଧୁ ଗ୍ରାମ ପଞ୍ଚାୟତ ସମ୍ବନ୍ଧୀୟ ଜାତୀୟ କର୍ମଶାଳା ରେ ଯୋଗ ଦେବା ପାଇଁ କଳାହାଣ୍ଡି ଜନ ପ୍ରତିନିଧି ଙ୍କ ଭୁବନେଶ୍ୱର ଯାତ୍ରା

Sunil Chandra Nayak

କେଗାଁଗ୍ରାମ ପଞ୍ଚାୟତରେ ଜନଶୁଣାଣୀ କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!