ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଇ.ସି.ଏସ.ଇ ପରୀକ୍ଷାରେ ୨ୟ ସ୍ଥାନ ଅଧିକାରକରି ବାଜିମାତ କଲେ ପ୍ରୀତିକା ମିଶ୍ର

  ଭୁବନେଶ୍ଵର (ମ ସୀହା)୧୬/୦୫_ଏଥର ପୁଣି ଛାତ୍ରମାନଙ୍କୁ ପଛରେ ପକାଇ ବାଜି ମାରିଛନ୍ତି ଛାତ୍ରୀ l ପ୍ରିୟଙ୍କା ପରାଶର ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଭୁବେଶ୍ବରର ନିବାସୀ ପ୍ରୀତିକା ମିଶ୍ର ଚଳିତ ବର୍ଷ ICSE ଦଶମ ପରୀକ୍ଷାରେ ୨୧୨ ଜଣଙ୍କ ମଧ୍ଯରୁ 99.2% ( ସର୍ବମୋଟ୍ ୪୯୬) ନମ୍ବର ରଖି ସମଗ୍ର ଓଡ଼ିଶା ରାଜ୍ୟରେ ଦ୍ଵିତୀୟ ସ୍ଥାନ ଅଳଙ୍କୃତ କରିବା ସହିତ ଭୁବନେଶ୍ଵର ସ୍ଥିତ ଲୋୟଲା ସ୍କୁଲର ଟପ୍ପର ହୋଇଛନ୍ତି।

ନିଜ କର୍ତ୍ତବ୍ୟ ଏବଂ ସମୟାନୁବର୍ତ୍ତିତା ଉପରେ ବିଶ୍ଵାସ ରଖିଥିବା ଏହି ମେଧାବୀ ଛାତ୍ରୀ ନିଜ ସଫଳତାର ଶ୍ରେୟ ଈଶ୍ୱରଙ୍କୁ ଏବଂ ନିଜ ପରିବାରକୁ ଦେଇଛନ୍ତି।

ମୁଖ୍ୟତଃ ନିଜ ଅଜା, ଆଈ, ମାଉସୀ ଏବଂ ନିଜ ମାଆଙ୍କ ପ୍ରେରଣା ପାଇ ଏହି ସଫଳତା ହାସଲ କରିପାରିଛନ୍ତି। ସୂଚନା ଯୋଗ୍ୟ ଯେ ମଧୁମିତା ମିଶ୍ରଙ୍କ କନ୍ୟା ପ୍ରୀତିକା ମିଶ୍ରଙ୍କର ଏହି ଉଲ୍ଲେଖନୀୟ ସଫଳତା ପାଇଁ ବିଦ୍ୟାଳୟର କର୍ତ୍ତୃପକ୍ଷ, ଶିକ୍ଷକ, ଶିକ୍ଷିକା , ଛାତ୍ରଛାତ୍ରୀ ଓ ଶୁଭେଚ୍ଛୁ ମାନଙ୍କ ତରଫରୁ ଶୁଭେଚ୍ଛାର ସୁଅ ଛୁଟି ଚାଲିଛି l

ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

ପାଣିରେ ବୁଡି ଶିଶୁ ପୁତ୍ର ମୃତ 

masiha

କଲମ ପୁର ବ୍ଲକ ଯାଦବ ମହାସଭା ନିର୍ବାଚନୀ ସଭା ଅନୁଷ୍ଠିତ 

Sunil Chandra Nayak

ଫସଲ ଉଜାଡି ଦେଲା କାଣ୍ଡବିନ୍ଧା ପୋକ । ଅମଳ ସମୟରେ ନଷ୍ଟ ହୋଇଗଲା ଏକର ଏକର ଫସଲ । ଆଜି ଅଭିଯୋଗ ଆଣିଲେ ଚାଷୀ 

masiha

Leave a Comment

error: Content is protected !!