ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାମାକ୍ଷାନଗର ଗସ୍ତରେ ବାଣିଜ୍ୟ ପରିବହନ ଓ ସ୍କିଲ ଡେଭଲପମେଣ୍ଟ ସଚିବ ଉଷା ପାଢ଼ୀ 

କାମାକ୍ଷାନଗର(ମ ନି ସ)17/5/23 // ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଗସ୍ତରେ ରାଜ୍ୟ ବାଣିଜ୍ୟ ପରିବହନ ଓ ସ୍କିଲ ଡେଭଲପମେଣ୍ଟ ସଚିବ ଉଷା ପାଢ଼ୀ l ସଚିବ ପ୍ରଥମେ ଜନ୍ତାରିବୋଲ ଠାରେ ନିର୍ମାଣ ହୋଇଥିବା ମଡେଲ ଇଞ୍ଜିନିୟରିଙ୍ଗ କଲେଜକୁ ପରିଦର୍ଶନରେ ଯାଇ ସେଠାରେ ଭିତ୍ତିଭୂମିର ଅନୁଧ୍ୟାନ କରିବା ସହ ଏହାକୁ କିପରି ଆହୁରି ଉନ୍ନତି କରାଯାଇ ପାଠପଢା ଆରମ୍ଭ ହୋଇପାରିବ ସେଦିଗରେ ଆଲୋଚନା କରିଥିଲେ।ଚଳିତ ଶିକ୍ଷା ବର୍ଷରୁ ଏଠାରେ ପାଠପଢା ଆରମ୍ଭ କରିବାକୁ ପ୍ରୟାସ କରାଯିବା ନେଇ କହିଥିଲେ।ପରେ ପରେ କାନପୂରା କେନାଲ କୂଳରେ ନିର୍ମାଣ ହେଉଥିବା ଏକ ଅତ୍ୟାଧୁନିକ ଗ୍ରାମାଞ୍ଚଳ ପାର୍କକୁ ବୁଲି ଦେଖିଥିଲେ।ଏହାକୁ ଦେଖି ଖୁସି ବ୍ୟକ୍ତ କରିଥିଲେ। ବିରାଶାଳଠାରେ ଥିବା ଏୟାରଷ୍ଟ୍ରିପକୁ ବୁଲି ଦେଖିବା ସହ ଅଧିକାରୀଙ୍କ ସହ ବିସ୍ତୃତ ଭାବରେ ଆଲୋଚନା କରିଥିଲେ।ଏୟାରଷ୍ଟ୍ରିପକୁ ବିଶ୍ବସ୍ତରୀୟ ଟ୍ରେନିଂ ସେଣ୍ଟର କରାଯିବା ପାଇିଁ ଘୋଷଣା ହେବା ପରେ ଏଠାରେ ଥିବା ଭିତ୍ତିଭୂମିକୁ ଅନୁଧ୍ୟାନ କରିଥିଲେ।ପୂର୍ତ୍ତ ବିଭାଗ ତରଫରୁ କରାଯାଉଥିବା ବିଭିନ୍ନ କାମର ସମୀକ୍ଷା ମଧ୍ୟ କରିଥିଲେ।ଶେଷରେ ସୋଗରଠାରେ ଥିବା ଔଷଧିୟ ଅରଣ୍ୟକୁ ବୁଲି ଦେଖିଥିଲେ।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

୧- ଗଜଲକ୍ଷ୍ମୀ ପୂଜା ପାଇଁ ଅନୁକୂଳ ମାଟି ଅଣାଗଲା ,୨- କଂସାରୀ ସମାଜ ଲକ୍ଷ୍ମୀପୂଜା ଶତ ବାର୍ଷିକୀ ଉପଲକ୍ଷେ ମାଟି ଅନୁକୂଳ,୩- ସହର ମଧ୍ୟରେ ଦ୍ରୁତ ଗତିରେ ଭାରୀଯାନ ଚଳାଚଳ ନେଇ ଅସନ୍ତୋଷ ,୪- ବିଦ୍ୟାଳୟରେ ନିମ୍ନ ମାନର ପୋଷାକ ବଣ୍ଟନ, ୫- ମଠକରଗୋଳା ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଦିବସ, ୬- ଅଧ୍ୟାପକ ନଥିବାରୁ ଉଦ୍ଭିଦ ବିଜ୍ଞାନ ର ବିଦ୍ୟାର୍ଥୀ ନିରାଶ , ୭- ମୁଖ୍ୟ ଚିକିତ୍ସକ ନଥିବାରୁ ନିୟମିତ କର୍ମଚାରୀଙ୍କ ଅନୁପସ୍ଥିତ ,୮- ସ୍କୁଟି ଦୁର୍ଘଟଣାରେ ୧ ମୃତ , ୯- ଶୌଚ ପାଇଁ ବାଡ଼ିକୁ ଯାଇଥିଲେ, ହାତୀ ଆକ୍ରମଣରେ ବ୍ୟକ୍ତି ଗୁରୁତର ,୧୦-ପାଠକ ବିଚାର ମଞ୍ଚ ପକ୍ଷରୁ ଆୟୁର୍ବେଦ ଦିବସ , ୧୧- ରାଧାଷ୍ଟମୀ ଓ ସୁନିଆଁରେ ମା’ ଗଜଲକ୍ଷ୍ମୀଙ୍କ ମୂର୍ତ୍ତି ପାଇଁ ମାଟି ଅନୁକୂଳ , ୧୨- ୪୩୦ ଗ୍ରାମ ବ୍ରାଉନସୁଗର୍ ଜବତ,ବେପାରୀ ଗିରଫ ,୧୩- ତପୋବନ ପୀଠରେ ନବାନ୍ନ ଉତ୍ସବ , ୧୪- ୫୫ ନମ୍ବର ଜାତୀୟ ରାଜପଥ ଅବରୋଧ, କ୍ରସରରେ ମୃତ ଅପରେଟରଙ୍କ ପରିବାରକୁ କ୍ଷତିପୁରଣ ଦାବି , ୧୫- ଭକ୍ତଙ୍କୁ ଦୁର୍ବ୍ୟବହାର ଓ ମାଡ଼, ଥାନା ରେ ଅଭିଯୋଗ , ୧୬ – ବନ୍ୟଜନ୍ତୁ ଶିକାର ପାଇଁ ସୋଲାର ଫେନ୍ସିଂ ରେ ୧୧କେଭି ବିଦ୍ୟୁତ/ ଶୌଚ ହେବାକୁ ଯାଇ ବିଦ୍ୟୁତ, ଯୁବକ ମୃତ୍ୟୁ , ୧୭- ଚାକିରୀ ନାଁ ରେ ଚକ୍ରାନ୍ତ, ଘରକୁ ଯିବା ମନା, ଜଣକୁ ଆଣି ଦେଲେ ଜଣେ ଘରକୁ ଯିବ, ଝିଅକୁ ଖୋଜିଖୋଜି ବଲାଙ୍ଗୀରରୁ ଢେଙ୍କାନାଳରେ ପହଁଞ୍ଚିଲେ ବାପା 

Sunil Chandra Nayak

ଡାବୁଗାଁରେ ୭୫ ସାଧାରଣତନ୍ତ୍ର ଦିବସ ପାଳିତ 

masiha

କାଳଜୟୀ କଥାଶିଳ୍ପୀ ଗୋପୀନାଥ ମହାନ୍ତି ଙ୍କ ଜୟନ୍ତୀ ପାଳିତ 

masiha

Leave a Comment

error: Content is protected !!