ଢେଙ୍କାନାଳ, କାମାକ୍ଷାନଗର (ମନିସ )18/5/23 // ଦିନକ ପରେ ସାବିତ୍ରୀ ବ୍ରତ l ହେଲେ ଫଳ ବଜାରରେ ନିଆଁ,ଆମ୍ବକେଜି 50ରୁ 150 ଟଙ୍କା ପାର କରିଥିବା ବେଳେ ସେଓ କେଜି 200 ଟଙ୍କା ଉପରେ ରହିଛି ଲିଚୁ କେଜି ପିଛା 200ଟଙ୍କା ରହିଥିବା ବେଳେ କମଳା ଓ ଅଙ୍ଗୁରୁ କଥା ନ କହିବା ଭଲ. ପଣସ ଓ ସପୁରି ଦରରେ ହାତ ମାରି ହେଉନି ହେଲେ ସାବିତ୍ରୀ ପାଇଁ ଲୋକମାନେ କେଜିଏ ଜାଗାରେ ଅଧକେଜି ଓ ଆଉ କେହି ଅଢେଇ ଶହ ଏବଂ ଆଉ ଏହି ଗୋଟିଏ ଗୋଟିଏ ପ୍ରକାରର ଫଳ କିଣି କାମ ଚଳାଇବା ପାଇଁ ବାଧ୍ୟ ହେଉଛନ୍ତି. ଫଳମୂଳ ସାଙ୍ଗକୁ କାଠ ପାନିଆ ମାଳି ଶଙ୍ଖ, ବ୍ରତ ଓ କାଠ କଣ୍ଢେଇ ର ପସରା ମେଲେଇଛନ୍ତି।
ଆମେ ଆପଣଙ୍କୁ ଯେଉଁ ଦୃଶ୍ୟ ଦେଖାଉଛୁ କାମାକ୍ଷାନଗର ଫଳ ମାକେଟର ଦୃଶ୍ୟ ଏଠି ଦୋକାନି ମାନେ ବ୍ୟବସାୟକୁ ଆଖି ଆଗରେ ରଖି ଫଳର ପସରା ମେଳାଇ ଛନ୍ତି ଦୋକାନ ଆଗରେ ବିଭିନ୍ନ ଫଳ ମୂଳ ରଖିଛନ୍ତି।