ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ତାଜା ଖବର

ବଜାରରୁ ୨ ହଜାର ଟଙ୍କିଆ ନୋଟ ପ୍ରତ୍ୟାହାର କରିବ ରିଜର୍ଭ ବ୍ୟାଙ୍କ, ମେ ୨୩ରୁ ସେପ୍ଟେମ୍ବର ୩୦ ମଧ୍ୟରେ ବ୍ୟାଙ୍କରେ ବଦଳାଇ ହେବ

 ୨ ହଜାର ନୋଟ୍ ଥିଲେ ଫେରାଅ, ସେପ୍ଟେମ୍ବର ୩୦ ପରେ ଚଳିବନି….

ରିଜର୍ଭ ବ୍ୟାଙ୍କ ପକ୍ଷରୁ ଶୁକ୍ରବାରଦିନ ଏକ ବଡ଼ ଘୋଷଣା କରାଯାଇଛି । ବଜାରରୁ ଧୀରେ ଧୀରେ ୨ ହଜାର ଟଙ୍କିଆ ନୋଟ୍ ପ୍ରତ୍ୟାହାର କରାଯିବ । ତେବେ ଏବେ ବଜାରରେ ଉପଲବ୍ଧ ୨ ହଜାର ଟଙ୍କିଆ ନୋଟ ବୈଧ ରହିବ। ଏହା ପୂର୍ବ ଭଳି କାରବାରରେ ବ୍ୟବହାର ହୋଇପାରିବ।

ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ ଲୋକମାନେ ଆସନ୍ତା ମେ ୨୩ରୁ ସେପ୍ଟେମ୍ବର ୩୦ ମଧ୍ୟରେ ବ୍ୟାଙ୍କରେ ବଦଳାଇ ପାରିବେ । ଏହି ନୋଟ ବଦଳାଇବାକୁ ବ୍ୟାଙ୍କ ଶାଖା ଓ ରିଜର୍ଭ ବ୍ୟାଙ୍କର ଆଞ୍ଚଳିକ ଶାଖା ଗୁଡ଼ିକରେ ସ୍ବତନ୍ତ୍ର କାଉଣ୍ଟର ଖୋଲାଯିବ । ଏଣୁ ଲୋକମାନେ ବ୍ୟସ୍ତ ନହୋଇ ସୁବିଧା ଅନୁସାରେ ଏହି ତାରିଖ ମଧ୍ୟରେ ୨ ବଜାର ଟଙ୍କିଆ ନୋଟ ବଦଳାଇ ୫ ଶହ କିମ୍ବା ଅନ୍ୟ ନୋଟ ନେଇପାରିବେ । ଗୋଟିଏ ଥରରେ ୨୦ ହଜାର ଟଙ୍କା ମୂଲ୍ୟର ୨ ହଜାର ଟଙ୍କିଆ ନୋଟ ବଦଳାଇ ହେବ ବୋଲି ରିଜର୍ଭ ବ୍ୟାଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାିଛି।

କେନ୍ଦ୍ର ସରକାର ନଭେମ୍ବର ୮, ୨୦୧୬ରେ ବିମୁଦ୍ରୀକରଣ ଘୋଷଣା କରି ୫୦୦ ଟଙ୍କିଆ ଓ ୧ ହଜାର ଟଙ୍କିଆ ନୋଟ ପ୍ରଚଳନ ବନ୍ଦ କରିଦେଇଥିଲେ ଓ ନୂଆ ୨ ବଜାର ଟଙ୍କିଆ ନୋଟ ଓ ୫୦୦ ଟଙ୍କିଆ ନୋଟ ପ୍ରଚଳନ କରିଥିଲେ । ସେତେବେଳର ଆବଶ୍ୟକତାକୁ ଦୃଷ୍ଟିରେ ରଖି ୨ ହଜାର ଟଙ୍କିଆ ନୋଟ ବଜାରକୁ ଛଡ଼ାଯାଇଥିଲା । କିନ୍ତୁ ଏବେ ବଜାରରେ ଅନ୍ୟ ନୋଟ ଯଥେଷ୍ଟ ପରିମାଣରେ ଥିବାରୁ ଏହାର ଆବଶ୍ୟକତା ଶେଷ ହୋଇଯାଇଛି। ଏଣୁ ଗତ ୨୦୧୮-୧୯ ଆର୍ଥିକ ବର୍ଷରୁ ହିଁ ଏହି ନୋଟର ମୁଦ୍ରଣ ବନ୍ଦ ହୋଇଯାଇଛି ବୋଲି ରିଜର୍ଭ ବ୍ୟାଙ୍କ ପ୍ରକ‌ାଶ କରିଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଓଡ଼ିଶାରେ ୫ଜି ଟେଲିକମ୍ ସେବା ଉଦଘାଟିତ, ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏବଂ ଧର୍ମେନ୍ଦ୍ର ପ୍ରଧାନ

Sunil Chandra Nayak

ଟଙ୍କା ଫେରିପାଇବେ ସାହାରା ଚିଟଫଣ୍ଡ ଜମାକାରୀ.. ବର୍ଷ ବର୍ଷ ଧରି ହତାଶ ହୋଇ ରହିଥିବା ସାହାରା ଚିଟଫଣ୍ଡ ଜମାକାରୀ ଫେରି ପାଇବେ ଟଙ୍କା

Sunil Chandra Nayak

ଉଦଘାଟନ ହେଲା ବିଶ୍ୱର ସର୍ବବୃହତ ଗଣତାନ୍ତ୍ରିକ ରାଷ୍ଟ୍ରର ନୂତନ ସଂସଦ ଭବନ l ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Leave a Comment

error: Content is protected !!