ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୫ଟି ସଚିବଙ୍କ ଥୁଆମୂଳ ରାମପୁର ବ୍ଳକ ଗସ୍ତ  , ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପରିଦର୍ଶନ

ଥୁଆମୂଳ ରାମପର:୨୦/୦୫- (ମନିସ):-୫ ଟି ସଚିବ ଶ୍ରୀ ଭିକେ କାର୍ତ୍ତିକେୟ ପାଣ୍ତିଆନ ଗତ କାଲି ଯଥା ତା ୧୯/୦୫/୨୦୨୩ ରିଖ ଦିନ ୨ ଦିନିଆ କଳାହାଣ୍ଡି ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ବ୍ଳକକୁ ଯାଇ ବିଭିନ୍ନ ସ୍ଥାନ ପରିଦର୍ଶନ କରିସାରିବା ପରେ ଆଜି ଯଥା ତା ୨୦/୦୫/୨୦୨୩ ରିଖ ଶନିବାର ଦିନ ହେଲିକପ୍ଟର ଯୋଗେ ଥୁଆମୂଳ ରାମପୁର ଅଭିମୁଖେ ଯାଇ ଥୁଆମୂଳ ରାମପୁର ବ୍ଳକ ସ୍ଥିତ ଯୁକ୍ତ ୨ କଲେଜର ଖେଳ ପଡିଆ ଠାରେ ଅବତରଣ କରିବା ପରେ ଦଳୀୟ କର୍ମୀ, ପ୍ରଶାସନ ସମେତ୍ ଏସଏଚଜି ଗ୍ରୃପର ମହିଳା ମାନେ ପୁଷ୍ପଗୁଚ୍ଛ ଓପୌଢକନ ଦେଇ ସମ୍ମାନିତ କରିଥିଲେ। ପରେ ଡିଗ୍ରୀ କଲେଜ ସ୍ଥାପନ ପାଇଁ ଜନସାଧାରଣ ଙ୍କ ଦାବି ଉପରେ ଆଲୋଚନା କରିଥିଲେ। ମାଁ ମାଣିକେଶ୍ବରୀ ଙ୍କ ଦର୍ଶନ କରିବାକୁ ଯାଇ ମନ୍ଦିର ନିର୍ମାଣ କାର୍ଯ୍ଯକୁ ତଦାରଖ କରି ଶିଘ୍ର ମନ୍ଦିର ନିର୍ମାଣ କାର୍ଯ୍ଯଶେଷ କରିବା ସହିତ ମନ୍ଦିରର ପାରିପାର୍ଶ୍ବିକ ଉନ୍ନତି ବିଷୟରେ ଆଲୋଚନା କରି ନିକଟରେ ଥିବା ଜଗନ୍ନାଥ ମନ୍ଦିରକୁ ଯାଇ ଦର୍ଶନ କରି ବୁଲିଦେଖିଥିଲେ ଏହି ସମୟରେ ଶ୍ରୀ ପାଣ୍ତିଆନ ଜଗନ୍ନାଥ ମନ୍ଦିର ନିର୍ମାଣ କରିବା ପାଇଁ ୫୦ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦେବାପାଇଁ ପ୍ରତିଶ୍ରୁତି ଦେଇଥିବା ବିଷୟ ଜଣାପଡିଛି। ସଚିବ ଶ୍ରୀ ପାଣ୍ତିଆନ ଙ୍କ ଏହି ଗସ୍ତ ସମୟରେ ଜିଲ୍ଲା ପ୍ରଶାସନ, ଥୁଆମୂଳ ରାମପୁର ପୋଲିସ, ବ୍ଳକ ପ୍ରଶାସନ, ଶିଶୁ ବିକାଶ ଯୋଜନା, ଓ ଅନ୍ଯାନ୍ଯ ବିଭାଗର ଅଧିକାରୀ ସମେତ୍ ଥୁଆମୂଳ ରାମପୁର ବ୍ଳକର ଆଦିବାସୀ ସଂଘର କର୍ମକର୍ତ୍ତା, ମାଣିକେଶ୍ବରୀ ପୂଜା କମିଟିର ସଦସ୍ୟ ବୃନ୍ଦ ଉପସ୍ଥିତ ରହିଥିଲେ। ଶ୍ରୀ ପାଣ୍ତିଆନଙ୍କ ଏହି ଗସ୍ତ ସମୟରେ ଅଞ୍ଚଳର ଅନ୍ଯାନ୍ଯ ସମସ୍ୟା ଗୁଡିକର ସମାଧାନ ନେଇ ଲୋକେ ଦାବି ପତ୍ର ପ୍ରଦାନ କରିଥିଲେ। ତେବେ ୫ଟି ସଚିବ ଶ୍ରୀ ପାଣ୍ତିଆନ ଙ୍କ ଥୁଆମୂଳ ରାମପୁର ବ୍ଳକ ଗସ୍ତର ପ୍ରଭାବ କି ଭଳି ଭାବରେ ପଡୁଛି କାହିଁକି ନା ଥୁଆମୂଳ ରାମପୁର ବ୍ଳକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଏହି ବ୍ଳକ ହେଉଛି ବିଭିନ୍ନ ସମସ୍ୟାର ଗନ୍ତାଗର କହିଲେ ଅଚ୍ୟୁକ୍ତ ହେବ ନାହିଁ। ଏହି ସମସ୍ୟା ଉପରେ କିଭଳି ପ୍ରଭାବ ପଡିବ ଓ ସମସ୍ୟାର ସମାଧାନ କେବେ ହେବ ସେ ସମୟକୁ ହିଁ ଅପେକ୍ଷା କରିବାକୁ ପଡିବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଥିବା ଜଣାପଡିଛି।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ପ୍ରଧାନ ଶିକ୍ଷକ ଙ୍କୁ ଅଵସର କାଳୀନ ବିଦାୟ ସମ୍ବର୍ଦ୍ଧନା 

ନେହେରୁ ଯୁବ କେନ୍ଦ୍ର ସଂଗଠନ ତରଫରୁ ଯୁବ ଉତ୍ସବ ଆୟୋଜିତ 

Sunil Chandra Nayak

ରୂପସା ମହୋତ୍ସବ ଉଦଘାଟିତ

masiha

Leave a Comment

error: Content is protected !!