ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

କାମାକ୍ଷାନଗରରେ ବିଜେପିର ପ୍ରେସମିଟ୍ 

କାମାକ୍ଷାନଗର(ମ ନି ସ)୧୯/୦୫_ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଭାରତୀୟ ଜନତା ପାର୍ଟି ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ସ୍ଥାନୀୟ ବିଜେପିର ବିଧାୟକ ପ୍ରାର୍ଥୀ ଶତୃଘ୍ନ ଜେନା ଉପସ୍ଥିତ ରହି ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କ ବିରୋଧରେ ବିଷୋଦଗାର କରିଥିଲେ।ସୂଚନା ମୂତାବକ ୨୦୦୫ ମସିହା ରେ ମନ୍ତ୍ରୀ ଶ୍ରୀ ମଲ୍ଲିକ ଓ ତାଙ୍କ କିଛି ସମର୍ଥକ କାମାକ୍ଷାନଗର ର ତତ୍କାଳୀନ ଥାନା ଅଧିକାରିଙ୍କୁ ମାଡ ମାରିବା ସହ ମରଣାତ୍ମକ ଆକ୍ରମଣ କରିଥିଲେ।ତେବେ ଏହି ଘଟଣାକୁ ନେଇ ସେହି ସମୟରେ ଥାନା ଅଧିକାରୀ ମନ୍ତ୍ରୀ ଙ୍କ ସମେତ ତାଙ୍କ ସମର୍ଥକଙ୍କ ନାମରେ ଏକ ମାମଲା ରୁଜୁ କରିଥିଲେ।ସେହି ଦିନ ଠାରୁ କେସ ଚାଲୁ ରହିଥିବା ବେଳେ ସମସ୍ତେ ଏହି ଘଟଣାରେ ବେଲରେ ଆସି ସାରିଛନ୍ତି।କିନ୍ତୁ କିିଛି ଦିନ ତଳେ ମନ୍ତ୍ରୀ ଶ୍ରୀ ମଲ୍ଲିକ ତାଙ୍କ ନାମରେ ହୋଇଥିବା ମିଥ୍ୟା ମାମଲା ରୁଜୁ ହୋଇଥିବା ନେଇ ସେସବୁ ଦଫାକୁ କାଟିବାକୁ ହାଇକୋର୍ଟରେ ଏକ ରିଟ ଆବେଦନ କରିଥିଲେ।କିନ୍ତୁ କେସ ତଳ କୋର୍ଟରେ ଚାଲୁ ରହିଥିବା କାରଣରୁ ହାଇକୋର୍ଟ ମଧ୍ୟ ତଳ କୋର୍ଟକୁ ପଠାଇଦେଇଥିଲେ।ତେଣୁ ଏହାକୁ ବିଜେପି ତରଫରୁ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ମନ୍ତ୍ରୀ ଙ୍କ ଇସ୍ତଫା ଦାବି କରିବା ସହ ଆଇନକୁ ତା ବାଟରେ ଛାଡିବାକୁ କହିଥିଲେ।ନଚେତ ବିଜେପି ତରଫରୁ ଆଗାମି ଦିନରେ ରାଜରାସ୍ତାରେ ଆନ୍ଦୋଳନ କରାଯିବା ପାଇିଁ କହିଥିଲେ।ଏହି ସମ୍ମିଳନୀ ରେ ବରିଷ୍ଠ ଆଇନଜୀବି ପବିତ୍ର ମୋହନ ବିଶ୍ବାଳ,ବିଭୂ ପଟନାୟକ,ରବିନାରାୟଣ ସାହୁଙ୍କ ସମେତ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ l

କାମାକ୍ଷାନଗର ରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ରାଇରଙ୍ଗପୁରରେ ବିଜେପି ତରଫରୁ ଜାତୀୟ ଯୁବ ଦିବସ ପାଳିତ

Sunil Chandra Nayak

ନର୍ଲା ଠାରେ କଂଗ୍ରେସର ଦଳୀୟ ସ୍ଥିତିକୁ ମଜଭୁତ ଆହ୍ୱାନ ବୈଠକ

ବିଜେପିର ମିଶ୍ରଣ ପର୍ବ

masiha

Leave a Comment

error: Content is protected !!