ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା କର୍ମକର୍ତ୍ତା ଙ୍କ ଏକତା ମଞ୍ଚ 

ନବରଙ୍ଗପୁର–(ମସିହା)ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକ ଧୋଡ୍ରା ଗ୍ରାମ ପଞ୍ଚାୟତ ତେନ୍ତୁଲିଗାଁ ବସ୍ତରାଣୀ ମା ଙ୍କ ମନ୍ଦିର ପାର୍ଶ୍ୱରେ ନବରଙ୍ଗପୁର ମୂଳ ନିବାସୀ ଅନୁସୂଚିତ ଜାତି ମହା ସଂଘର ଜିଲ୍ଲା କର୍ମକର୍ତ୍ତା ଙ୍କ ଏକତା ମଞ୍ଚ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ଉକ୍ତ ମହାସଂଘର ଜିଲ୍ଲା ସଭାପତି ଅର୍ଜୁନ ସମରଥଙ୍କ ବଳିଷ୍ଠ ନେତୃତ୍ବରେ ଜିଲ୍ଲାର କୋଣ ଅନୁକୋଣ ରୁ ବହୁ କର୍ମକର୍ତ୍ତା ଏହି ଏକତା ମଞ୍ଚ ରେ ଉପସ୍ଥିତ ଥିଲେ l ସେମାନଙ୍କ ମଧ୍ୟରୁ ଜିଲ୍ଲା ସମ୍ପାଦକ ମଣିରାମ ହରିଜନ,ଜିଲ୍ଲା ସହ-ସମ୍ପାଦକ ଡମ୍ବରୁଧର ସୁନା, ଜିଲ୍ଲା ସଭ୍ୟ ବେଲାଲ ସେନ ପୂଜାରୀ, ଚୈତନ ମିର୍ଗାନ,ପୂର୍ଣ୍ଣ ବାଘ, ରମେଶ ଦାସ ପନକl, ବାବୁଲା ସେଠୀ, ହରି ହର ଦୂର୍ଗା, ନୀଳାମ୍ବର ପନକl, ମାନସାଇ ପନକl, ଜହର ଲାଲ ଭତ୍ରା, ଗଙ୍ଗା ହରିଜନ, ଚୁନି ଲାଲ ମିର୍ଦ୍ଧା, ଜିତୁ ଦାସପନକl, କପିଳ ଶତନାମୀ, ଅକାଳୁ ଜାଲି, ଗଜେନ୍ଦ୍ର ସଗରିଆ,ଚୈତନ ପନକl,ଜଗନ୍ନାଥ ରେଲି, ତନ୍ତୀପା ପନକl,ଚିତ୍ରସେନ ହରିଜନ ପ୍ରମୂଖ ବହୁ କର୍ମୀ ଉପସ୍ଥିତ ରହି ଶିକ୍ଷା, କୃଷି, ରାଜନୀତି, ଜଙ୍ଗଲ ଜମି ପଟ୍ଟା ଉପରେ ବ୍ୟାପକ ଆଲୋଚନା କରାଯାଇ ସେମାନଙ୍କ ହକ୍ ଯେପରି ସରକାର ଙ୍କ ଠାରୁ ପାଇପାରିବେ ତା ଉପରେ ଆଲୋଚନା କରାଯାଇଥିଲା l ସବୁ କ୍ଷେତ୍ରରେ ଯେପରି ସରକାର ଙ୍କ ଯୋଜନା ଉକ୍ତ ସମ୍ପ୍ରଦାୟ ସହଜରେ ପାଇପାରିବେ ଜିଲ୍ଲା ସଭାପତି ସେ ନେଇ ତତ୍ପର ହୋଇ କାର୍ଯ୍ୟ କରିବେ, ଏଣୁ ସମସ୍ତ କର୍ମକର୍ତ୍ତା ଙ୍କ ସହଯୋଗ ନିହାତି ଆବଶ୍ୟକ ବୋଲି ନିଜର ମତ ବ୍ୟକ୍ତ କରିଥିଲେ l ଏକତା ହିଁ ବଳ, ଏଥିପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ lଉକ୍ତ ମହାସଂଘର ରେଜିଷ୍ଟ୍ରେସନ ୩୩/୨୦୧୩ ରୁ କରାଯାଇ ଭୁବନେଶ୍ବର ଯାଇ ଉକ୍ତ ସମ୍ପ୍ରଦାୟ ପାଇଁ ମୁଖ୍ୟମନ୍ତ୍ରୀ, ସଚିବ, ତତକାଳୀନ ମନ୍ତ୍ରୀ ରମେଶ ମାଝୀ,ବିଧାୟକ ଙ୍କୁ ଏଇ ମହା ସଂଘ ଭେଟିଛି ଓ କେତେ କାମ ମଧ୍ଯ କରିଛି ଏବଂ ଆଗାମୀ ଦିନରେ ମଧ୍ଯ କରିବ l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଜିଲ୍ଲାପ୍ରଶାସନ ପକ୍ଷରୁ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି 

Sunil Chandra Nayak

ବିଶ୍ୱ ରକ୍ତଦାତା ଦିବସରେ ବିଶିଷ୍ଟ ରକ୍ତଦାତା ଇଂ.ଗୋପାଳ କୃଷ୍ଣ ଦାସ ସମ୍ବର୍ଦ୍ଧିତ 

Sunil Chandra Nayak

ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ରେ ମାଟ୍ରିକ ପାସ ହାର 98 ପ୍ରତିଶତ :ଅଭିନବ କୁମାର 93.33 ରଖି ବ୍ଲକ ଟପ୍ପର 

Leave a Comment

error: Content is protected !!