ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ତାଜା ଖବର

ପ୍ରକାଶ ପାଇଲା ଆଇଏଏସ-୨୦୨୨ , ଇଶିତା କିଶୋର ଟପ୍ପର, ପ୍ରଥମ ୪ଟି ସ୍ଥାନରେ ଝିଅ

ଓଡ଼ିଶାର କସ୍ତୁରୀ ପଣ୍ଡା ୬୭ ରାଙ୍କରେ…

ପ୍ରକାଶ ପାଇଲା ୟୁପିଏସସି-୨୦୨୨ ରେଜଲ୍ଟ, ମୋଟ ୧ ହଜାର ୨୨ ଜଣ କୃତକାର୍ଯ୍ୟ

ନୂଆଦିଲ୍ଲୀ: ପ୍ରକାଶ ପାଇଲା ୟୁପିଏସସି ସିଭିଲ ସର୍ଭିଲ୍-୨୦୨୨ ରେଜଲ୍ଟ । ମୋଟ୍ ୧୦୨୨ ଜଣ କୃତକାର୍ଯ୍ୟ ହୋଇଛନ୍ତି । ସାଧାରଣ ବର୍ଗରେ ୩୪୫ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି । ଟପ୍ପର ହୋଇଛନ୍ତି ଇଶିତା କିଶୋରୀ । ଟପ୍-୪ରେ ରହିଛନ୍ତି ୪ ମହିଳା । ଦ୍ବିତୀୟରେ ଗରିମା ଲୋହିଆ, ତୃତୀୟରେ ଏନ୍. ଉମା ହାରଥୀ ଓ ଚତୁର୍ଥରେ ସ୍ମିତି ମିଶ୍ରା । ଓଡ଼ିଶାର କସ୍ତୁରୀ ପଣ୍ଡା ୬୭ ରାଙ୍କ ଓ ତେଜସ୍ବିନୀ ବେହେରା ୫୧୬ ନମ୍ବର ରାଙ୍କ ରଖି କୃତକାର୍ଯ୍ୟ ହୋଇଛନ୍ତି । ୧୬୨ ନମ୍ବର ରାଙ୍କରେ ଓଡ଼ିଆ ଛାତ୍ର ଦୁର୍ଗାପ୍ରସାଦ ଅଧିକାରୀ ରହିଛନ୍ତି ।

ସିଭିଲ ସର୍ଭିସ ପରୀକ୍ଷାର ଅନ୍ତିମ ଫଳାଫଳ ପ୍ରକାଶ କଲା କେନ୍ଦ୍ରୀୟ ଲୋକ ସେବା ଆୟୋଗ (ୟୁପିଏସସି)। ଏହି ପରୀକ୍ଷାରେ ପୁଣି ଥରେ ଯୁବତୀଙ୍କ କମାଲ ଦେଖିବାକୁ ମିଳିଛି। ଟପ୍-୪ରେ ୪ଜଣ ଯୁବତୀ ଥିବା ଦେଖାଯାଇଛି। ଈଶିତା କି‌ଶୋର ସିଭିଲ ସର୍ଭିସ ପରୀକ୍ଷ‌ାରେ ଟପ୍ପର ହୋଇଥିବା ବେଳେ ଦ୍ବିତୀୟ ସ୍ଥାନରେ ଗରିମା ଲୋହିଆ, ତୃତୀୟ ସ୍ଥାନରେ ଉମା ହରାତି ଏନ୍ ଓ ଚତୁର୍ଥ ସ୍ଥାନରେ ସ୍ମୃତି ମିଶ୍ରା ରହିଛନ୍ତି। ଏହି ସୂଚୀରେ ଓଡ଼ିଶାର କସ୍ତୁରୀ ପଣ୍ଡା ୬୭ ତମ ସ୍ଥାନରେ ରହିଛନ୍ତି ।

ଅନ୍ତିମ ଫଳାଫଳରେ ନିଯୁକ୍ତି ପାଇଁ ମୋଟ ୯୩୩ ପ୍ରାର୍ଥୀଙ୍କୁ ଚୟନ କରାଯାଇଥିବା ଜଣାପଡ଼ିଛି। ସେଥିମଧ୍ୟରୁ ୩୪୫ ପରୀକ୍ଷାର୍ଥୀ ଜେନେରାଲ, ୯୯ ପରୀକ୍ଷାର୍ଥୀ ଇଡବ୍ଲୁଏସ, ୨୬୩ପରୀକ୍ଷାର୍ଥୀ ଓବିସି, ୧୫୪ପରୀକ୍ଷାର୍ଥୀ ଏସସି ଏବଂ ୭୨ପରୀକ୍ଷାର୍ଥୀ ଏସଟି ବର୍ଗର। ଏହା ସହ ୧୭୮ପ୍ରାର୍ଥୀଙ୍କ ଏକ ରିଜର୍ଭ ତାଲିକା ପ୍ରସ୍ତୁତ କରାଯାଇଥିବା ବେଳେ ୧୮୦ ଜଣ ଆଇଏଏସ, ୩୮ ଜଣ ଆଇଏଫଏସ ଏବଂ ୨୦୦ ଜଣ ଆଇପିଏସ ଭାବେ କୃତକାର୍ଯ୍ୟ ହୋଇଛନ୍ତି ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…

Related posts

ଆସନ୍ତାକାଲି ଅର୍ଥାତ୍ ଫେବୃଆରି ୧୬ ଭାରତ ବନ୍ଦ 

masiha

ଇତିହାସ ରଚିଛି ଭାରତ –  ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ଦ୍ୱିତୀୟ ଲଞ୍ଚପ୍ୟାଡରୁ ଉତକ୍ଷେପଣ ହୋଇଛି ଚନ୍ଦ୍ରଯାନ-୩

Sunil Chandra Nayak

ଏଥର ବିନା ପ୍ରମାଣ ପତ୍ରରେ ହେବ ଆଧାର ଅପଡେଟ୍

Sunil Chandra Nayak

Leave a Comment

error: Content is protected !!