ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଟ୍ରକ କୁ ପଛପଟୁ ଧକ୍କା ଦେଇ ଯୁବକ ମୃତ, ପୋଲିସ ର ତଦନ୍ତ ଜାରି

କୋକସରା,୧୧/୦୩ – ରାସ୍ତା କଡ଼ ରେ ଠିଆହୋଇ ରହିଥିବା ଟ୍ରକ କୁ ପଛ ପଟୁ ଦ୍ରୁତଗତି ରେ ଧକ୍କା ଦେଇ ବାଇକ ଚାଳକ ଙ୍କ ମୃତ୍ୟୁ । କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଜାତୀୟ ଜାତୀୟ ରାଜପଥ ୨୬ ଡଙ୍ଗରିଗୁଡା ଫୁଟବଲ ପଡ଼ିଆ ନିକଟରେ ରେ ଦୁର୍ଘଟଣା ଘଟିଛି। ଶୁକ୍ରବାର ମଧ୍ୟାହ୍ନ ରେ ରାସ୍ତା କଡ଼ ରେ ଚକ ଫାଟିବା ଯୋଗୁ ଗତକାଲି ଠାରୁ ଅଟକ ଥିବା ଏକ ଟ୍ରକ ନମ୍ବର ଓଡ଼ି ୦୭ ଏ.ଜେ ୨୫୮୫ କୁ ପଛପଟୁ ଧକ୍କା ଦେଇ ବାଇକ ଚାଳକ ଦୁର୍ଘଟଣା ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ରେ କୋକସରା ହସ୍ପିଟାଲରେ ଭର୍ତି କରିଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ। ଦୁର୍ଘଟଣା ରେ ମୃତ୍ୟୁ ବରଣ କରିଥିବା ଯୁବକ ହେଉଛନ୍ତି ଧର୍ମାନନ୍ଦ ନାଏକ (୪୮) । ମୃତକ ଙ୍କ ଘର କୋକସରା ବ୍ଲକ ଚିକିଲି ଗ୍ରାମ ର ହୋଇଥିବା ବେଳେ ସେ କୁସୁମଖୁଣ୍ଟି ଗ୍ରାମ ରେ ନିଜ ପରିବାର ସହ ରହୁଥିଲେ। କୌଣସି କାମ ରେ କୋକସରା ଆସି ଘର କୁ ଫେରୁଥିବା ବେଳେ ଅଧାବାଟରେ ଟ୍ରକ ରେ ପିଟିହୋଇ ଦୁର୍ଘଟଣା ହୋଇ ଅକାଳ ରେ ମୃତ୍ୟୁ ହୋଇଛି। ଖବର ପାଇ ମୋଟେର ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଏକ ଦୁର୍ଘଟଣା ଜନିତ ମାମଲା ରୁଜୁକରି ତଦନ୍ତ କରିବା ସହ ଶବ ବ୍ୟବଚ୍ଛେଦ ପରେ ପରିବାର ଙ୍କୁ ହସ୍ତାନ୍ତର କରିଛନ୍ତି । ମ ନି ସ 

Related posts

ବିଜେଡି ପକ୍ଷରୁ ୩୦ ସାଂଗଠନିକ ଜିଲ୍ଲା ପାଇଁ ପର୍ଯ୍ୟବେକ୍ଷକଙ୍କ ତାଲିକା ପ୍ରକାଶ 

Sunil Chandra Nayak

ଓଡିଶା ନାଟ୍ୟ ସଙ୍ଘ ଦିବସ ପାଳିତ

Sunil Chandra Nayak

ପ୍ରେମଲତା ଙ୍କ କବିତା ପ୍ରତୀକ୍ଷା

Sunil Chandra Nayak

Leave a Comment

error: Content is protected !!