ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ବିଶ୍ଵରେକର୍ଡର ନିକଟବର୍ତ୍ତୀ ସୁମିତ ସିଂ, ରାଉରକେଲା ପାଇଁ ଗର୍ବ

ରାଉରକେଲା/ ରାଉରକେଲାର ଗର୍ବ ଓ ଗୌରବ କ୍ରୀଡାବିତ୍ ସୁମିତ ସିଂ (୩୨) ଏବେ ବିଶ୍ଵରେକର୍ଡର ଅଧିକାରୀ ହେବାକୁ ଯାଉଛନ୍ତି । ଯାହା ରାଉରକେଲା ପାଇଁ ଖୁସି ଓ ଗର୍ବର ବିଷୟ କୁହାଯାଉଛି। ଏନେଇ ବ୍ରାହ୍ମଣୀ କ୍ଲବ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସାମ୍ବାଦିକ ମାନଙ୍କୁ ସୂଚନା ଦେଇ ଶ୍ରୀ ସିଂ କହିଛନ୍ତି ଯେ ଗତମାସ ୨୫ ତାରିଖରୁ ମୁଁ ଏହି ଦୌଡ ଆରମ୍ଭ କରିଥିଲି। ଯାହା ଆସନ୍ତାକାଲି ସମାପନ ହେବ । ଏହି ୩୦ ଦିନ ମଧ୍ୟରେ ମୁଁ ପ୍ରାୟ ୧୪୦୨କିମି ଦୌଡି ବିଶ୍ବ ରେକର୍ଡ କରିବା ପାଇଁ ପ୍ରତିଜ୍ଞାବଦ୍ଧ ହୋଇଥିଲି। ଏହାପୂର୍ବରୁ ୨୦୨୨ରେ ସ୍ବାଧୀନତାର ଅମୃତ ମହୋତ୍ସବ ବେଳେ ୭୫ କିମି ଦୌଡି ଆତ୍ମବିଶ୍ବାସ ବଢାଇଥିଲି। ଏହି ସଫଳତା ପାଇଁ ସେ ନିଜର ବାପା ସଞ୍ଚୟ ସିଂ, ମା ମୀରା ଦେବୀ, ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଡଃ ଶୁଭଙ୍କର ମହାପାତ୍ର, ବେଦବ୍ୟାସ ଟ୍ରକ ଓନର ଆସୋସିଏସନ୍‌ର ସଂପାଦକ ବିଶ୍ବରଂଜନ ବେଉରା, ରାଉରକେଲା ମାଇନିଂ ଏରିଆ ଟ୍ରକ ଆଣ୍ଡ ଟ୍ରିପର ଓନର ଆସୋସିଏସନ୍‌ର ଅଧ୍ୟକ୍ଷ ଦିଲ୍ଲୀପ ମହାନ୍ତି, କଲୁ ସିଂ, ଭିକି ଜୈନ, ନିମୁ ଜୈନ, ଗୁଡୁ ଶ୍ରୀବାସ୍ତବ, ରାଜେନ୍ଦ୍ର ଜୈୟସ୍ବାଲ, ରଜତ ଜୈନ, ଶ୍ରୀନିବାସ ରାଓ,ଗୌତମ ବାଡା, ସୁମନ ବୈରିବାଦ, ବିଶ୍ବମ୍ବର ସାମଲ ପ୍ରମୁଖଙ୍କୁ ମୁଖ୍ୟ ପ୍ରେରଣାଦାୟକ ଭାବେ କୃତଜ୍ଞତା ଜ୍ଞାପନ କରିଥିଲେ । ସୂଚନା ଯୋଗ୍ୟ ଯେ ଶ୍ରୀ ସିଂ ଶ୍ରୀ ମହାବୀର ଫେରୋ ନିଗମରେ ବିତ୍ତ ଅଧିକାରୀ ଭାବେ କାର୍ଯ୍ୟରତ। ତେଣୁ ସେ ନିଜ ସଫଳତା ପଛରେ ରାଉରକେଲା ବାସୀ ତଥା ଜିଲ୍ଲା ଓ ପୁଲିସ ପ୍ରଶାସନର ସହଯୋଗ କୁ ପ୍ରଶଂସା କରିଥିଲେ। ତାଙ୍କର ଏହି ସଫଳତା ଆଗାମୀ ପିଢି ପାଇଁ ପ୍ରେରଣା ଯୋଗାଇବ ବୋଲି ସେ କହିଛନ୍ତି । ଶେଷରେ ଶ୍ରୀମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଉତ୍କଳ ଆର୍ଟିଷ୍ଟସ ଏସୋସିୟେଶନ ପକ୍ଷରୁ ସେଲେବ୍ରିଟୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ

Sunil Chandra Nayak

୩୭ ତମ ବାର୍ଷିକ କ୍ରୀଡା ଉତ୍ସବ ଓ ପୁରସ୍କାର ବିତରଣ

masiha

ମାନ୍ୟବର ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା ନେସନାଲ କଲେଜ ନୂଆପଡ଼ାରେ ଆନ୍ତଃ ମହାବିଦ୍ୟାଳୟ ସ୍ତରୀୟ କବାଡି ପ୍ରତିଯୋଗିତା ଉଦ୍ଘାଟନ କଲେ 

masiha

Leave a Comment

error: Content is protected !!