ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଓଡିଶା ସିତୋରିଓ କରାଟେ ଆସୋସିଏସନର ରକି ଖାଡିଆଙ୍କ ଆନ୍ତର୍ଜାତିକ ପଦକ ଲାଭ

ରାଉରକେଲା/ ନେପାଳ ର କାଠମାଣ୍ଡୁ ଠାରେ ଆୟୋଜିତ ଇଣ୍ଡୋ ନେପାଳ ଆନ୍ତର୍ଜାତିକ କରାଟେ ଚମ୍ପିୟାନସିପ ୨୦୨୩ ରେ ରାଉରକେଲା ର ଓଡିଶା ସିତୋରିଓ କରାଟେ ଆସୋସିଏସନର ରକି ଖାଡିଆ ବରିଷ୍ଠ ବିଭାଗରେ ଅଂଶଗ୍ରହଣ କରି ଦୁଇଟି ରୌପ୍ଯ ପଦକ ହାସଲ କରି ରାଉରକେଲା ପାଇଁ ଗର୍ବ ଆଣିଛନ୍ତି । ଶ୍ରୀ ଖାଡିଆ ଉଭୟ କାତା ଓ କୁମୁକେ ରେ ଏହି ପଦକ ଦ୍ବୟ ହାସଲ କରିଥିଲେ । ଗତ ୧୪ ରୁ ୧୬ ତାରିଖରେ ହୋଇଥିବା ଏହି ଆନ୍ତର୍ଜାତିକ କରାଟେ ଚମ୍ପିୟାନସିପରେ ମୁଖ୍ୟ କୋଚ ଧର୍ମେନ୍ଦ୍ର ସିଂ ଓ ଶିବ ନାଥ ବିଚାରକ ଭାବେ ଦାୟିତ୍ବ ତୁଲାଇଥିଲେ। ଏହି ଚମ୍ପିୟାନସିପରେ ମୁଖ୍ୟଅତିଥି ଭାବେ ନେପାଳ କରାଟେ ଫେଡେରେସନର ସାଧାରଣ ସଂପାଦକ ଧାୱା ଗୁରୁଙ୍ଗ, ନେପାଳ ଅଲମ୍ପିକ୍ କମିଟିର ସାଧାରଣ ସଂପାଦକ ନୀଳେନ୍ଦ୍ର ରାଜ ଶ୍ରେଷ୍ଠ, କରାଟେ ଫେଡେରେସନର ମୁଖ୍ୟକୋଚ ତୁଳସୀ କୁମାର ମହାର୍ଜନ, ଏମ୍ସ ଇଣ୍ଟରନ୍ୟାସନାଲ ଏକାଡ଼େମୀ ଦିଜୋ ର ମୁଖ୍ୟ କୋଚ ସଚିନ ଚାୱଲାଗେନ, କାର୍ଯ୍ୟକ୍ରମର ସହ ସଂଯୋଜକ ଜ୍ୟୋତି ଗିରି, ପ୍ରୋଗ୍ରାମ ମ୍ୟାନେଜର ଭାବେ ଲକ୍ଷ୍ମଣ ଥାପ୍ପା ପ୍ରମୁଖ ଉପସ୍ଥିତ ରହି କରାଟେ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ । ଶ୍ରୀ ଖାଡିଆ ଏହି ସଫଳତା ନିଜର କୋଚ ଧର୍ମେନ୍ଦ୍ର ଓ ଶିବ ତଥା ରାଉରକେଲା ଜନସାଧାରଣଙ୍କୁ ଦେଇଛନ୍ତି । ଏଥିପାଇଁ ଶ୍ରୀ ଖାଡିଆଙ୍କୁ ବିଭିନ୍ନ ସ୍ତରରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଚନ୍ଦୁ ସହାଣୀ ମେମୋରିଆଲ ଅଲ ଓଡିଶା କ୍ରିକେଟ ଟୁର୍ଣ୍ଣାମେଣ୍ଟ, ଫାଇନାଲରେ ଜୟପୁରଏକାଦଶ

masiha

କଳାହାଣ୍ଡି କପ୍ ନିମନ୍ତେ ଜିଲ୍ଲା କ୍ରିକେଟ ଦଳ ଘୋଷଣା

masiha

ରାଜ୍ୟ ସ୍ତରୀୟ ଅଣ୍ଡର ୧୭ ଭଳିବଲରେ ସ୍ଥାନ ପାଇଲେ କୋକସରା ବ୍ଲକର ୩ ଛାତ୍ର

masiha

Leave a Comment

error: Content is protected !!