ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଓଡିଶା ସିତୋରିଓ କରାଟେ ଆସୋସିଏସନର ରକି ଖାଡିଆଙ୍କ ଆନ୍ତର୍ଜାତିକ ପଦକ ଲାଭ

ରାଉରକେଲା/ ନେପାଳ ର କାଠମାଣ୍ଡୁ ଠାରେ ଆୟୋଜିତ ଇଣ୍ଡୋ ନେପାଳ ଆନ୍ତର୍ଜାତିକ କରାଟେ ଚମ୍ପିୟାନସିପ ୨୦୨୩ ରେ ରାଉରକେଲା ର ଓଡିଶା ସିତୋରିଓ କରାଟେ ଆସୋସିଏସନର ରକି ଖାଡିଆ ବରିଷ୍ଠ ବିଭାଗରେ ଅଂଶଗ୍ରହଣ କରି ଦୁଇଟି ରୌପ୍ଯ ପଦକ ହାସଲ କରି ରାଉରକେଲା ପାଇଁ ଗର୍ବ ଆଣିଛନ୍ତି । ଶ୍ରୀ ଖାଡିଆ ଉଭୟ କାତା ଓ କୁମୁକେ ରେ ଏହି ପଦକ ଦ୍ବୟ ହାସଲ କରିଥିଲେ । ଗତ ୧୪ ରୁ ୧୬ ତାରିଖରେ ହୋଇଥିବା ଏହି ଆନ୍ତର୍ଜାତିକ କରାଟେ ଚମ୍ପିୟାନସିପରେ ମୁଖ୍ୟ କୋଚ ଧର୍ମେନ୍ଦ୍ର ସିଂ ଓ ଶିବ ନାଥ ବିଚାରକ ଭାବେ ଦାୟିତ୍ବ ତୁଲାଇଥିଲେ। ଏହି ଚମ୍ପିୟାନସିପରେ ମୁଖ୍ୟଅତିଥି ଭାବେ ନେପାଳ କରାଟେ ଫେଡେରେସନର ସାଧାରଣ ସଂପାଦକ ଧାୱା ଗୁରୁଙ୍ଗ, ନେପାଳ ଅଲମ୍ପିକ୍ କମିଟିର ସାଧାରଣ ସଂପାଦକ ନୀଳେନ୍ଦ୍ର ରାଜ ଶ୍ରେଷ୍ଠ, କରାଟେ ଫେଡେରେସନର ମୁଖ୍ୟକୋଚ ତୁଳସୀ କୁମାର ମହାର୍ଜନ, ଏମ୍ସ ଇଣ୍ଟରନ୍ୟାସନାଲ ଏକାଡ଼େମୀ ଦିଜୋ ର ମୁଖ୍ୟ କୋଚ ସଚିନ ଚାୱଲାଗେନ, କାର୍ଯ୍ୟକ୍ରମର ସହ ସଂଯୋଜକ ଜ୍ୟୋତି ଗିରି, ପ୍ରୋଗ୍ରାମ ମ୍ୟାନେଜର ଭାବେ ଲକ୍ଷ୍ମଣ ଥାପ୍ପା ପ୍ରମୁଖ ଉପସ୍ଥିତ ରହି କରାଟେ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ । ଶ୍ରୀ ଖାଡିଆ ଏହି ସଫଳତା ନିଜର କୋଚ ଧର୍ମେନ୍ଦ୍ର ଓ ଶିବ ତଥା ରାଉରକେଲା ଜନସାଧାରଣଙ୍କୁ ଦେଇଛନ୍ତି । ଏଥିପାଇଁ ଶ୍ରୀ ଖାଡିଆଙ୍କୁ ବିଭିନ୍ନ ସ୍ତରରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

23 ତମ ସ୍ଵ.ଯାଦବ ମାଝୀ ମେମୋରିଆଲ କ୍ରିକେଟ ପ୍ରତିଯୋଗିତା ଉଦଘାଟିତ

Sunil Chandra Nayak

ଜିଲ୍ଲା ସ୍ତରୀୟ ଦୌଡ଼କୁଦ ଓ ଖେଳ ପ୍ରତିଯୋଗିତା ଉଦଘାଟିତ

Sunil Chandra Nayak

ଚଉଦତମ ଚାରଭାଟି ପଞ୍ଚାୟତ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

masiha

Leave a Comment

error: Content is protected !!