ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆମ ଓଡ଼ିଶାତାଜା ଖବର

ବଦଳିଲା ଦଶମ ବୋର୍ଡ ପରୀକ୍ଷା ଢାଞ୍ଚା: ଆଉ ହେବନି ସମ୍ମେଟିଭ ପରୀକ୍ଷା, ବର୍ଷ ଶେଷରେ ହେବ ଗୋଟିଏ ବୋର୍ଡ ପରୀକ୍ଷା

ଚଳିତ ବର୍ଷ ହେବ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା

ପୁରୁଣା ଢାଞ୍ଚାକୁ ଫେରିଲା ମାଟ୍ରିକ୍ ପରୀକ୍ଷା, ଏବେ ବର୍ଷ ଶେଷରେ ହେବ ବାର୍ଷିକ ପରୀକ୍ଷା

ବଦଳିଲା ମାଟ୍ରିକ୍ ପରୀକ୍ଷା ଢାଞ୍ଚା । ପୁରୁଣା ଢାଞ୍ଚାକୁ ଫେରିଲା ମାଟ୍ରିକ୍ ପରୀକ୍ଷା । ଚଳିତ ବର୍ଷ ପୁରୁଣା ପଦ୍ଧତିରେ ହେବ ଦଶମ ପରୀକ୍ଷା । ବର୍ଷ ଶେଷକୁ ଗୋଟିଏ ଫାଇନାଲ ପରୀକ୍ଷା ହେବ । ତେବେ ଚଳିତ ବର୍ଷ ଆଉ ଦଶମ ଶ୍ରେଣୀରେ ହେବନି ସମ୍ମେଟିଭ୍ ୧ ଓ ୨ ପରୀକ୍ଷା । କରୋନା ପାଇଁ ହେଉଥିଲା ସମ୍ମେଟିଭ୍ ପରୀକ୍ଷା । କିନ୍ତୁ ପୂର୍ବରୁ ହେଉଥିବା ଇଣ୍ଟରନାଲ୍ ଆସେସମେଣ୍ଟ ପରୀକ୍ଷା ଚାଲୁ ରହିବ । ଏନେଇ ପ୍ରେସମିଟ୍‌ କରି ସୂଚନା ଦେଇଛନ୍ତି ବୋର୍ଡ ସଭାପତି ରାମାଶିଷ ହାଜରା ।

ସେହପରି ଚଳିତ ବର୍ଷ ହେବ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା । ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ମେ’ ୨୬ରୁ ଜୁନ୍ ୧ ପର୍ଯ୍ୟନ୍ତ ଜାରି ରହିବ ଫର୍ମ ଫିଲଅପ୍ । ଫର୍ମ ଫିଲଅପ୍ ପରେ ଜୁଲାଇ ୩ରୁ ଜୁଲାଇ ୮ ପର୍ଯ୍ୟନ୍ତ ଜାରି ରହିବ ସପ୍ଲିମେଣ୍ଟାରୀ ପରୀକ୍ଷା ।

ସ୍କୁଲସ୍ତରରେ ହେବ ନବମଶ୍ରେଣୀ ପରୀକ୍ଷା ନବମ ଓ ଦଶମ ପରୀକ୍ଷାରେ ସାମାନ୍ୟ ପରିବର୍ତ୍ତନ । ଆଉ ରହିବନି ସମ୍ମେଟିଭ-୧, ସମ୍ମେଟିଭ-୨ ପରୀକ୍ଷା । ନବମ ଶ୍ରେଣୀ ପରୀକ୍ଷା କରିବନି ବୋର୍ଡ । ଦଶମରେ ହେବ ଅର୍ଦ୍ଧବାର୍ଷିକୀ ପରୀକ୍ଷା । ଜୁଲାଇ ୩ରୁ ୮ ତାରିଖ ଯାଏଁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା 

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଭୁବନେଶ୍ୱରରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

Sunil Chandra Nayak

ଭାରତର ଜାତୀୟ ପତାକା ,ଝଣ୍ଡା ଉଚ୍ଚା ରହେ ହମାରା

masiha

ଉଦଘାଟନ ହେଲା ବିଶ୍ୱର ସର୍ବବୃହତ ଗଣତାନ୍ତ୍ରିକ ରାଷ୍ଟ୍ରର ନୂତନ ସଂସଦ ଭବନ l ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Leave a Comment

error: Content is protected !!