ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ସାବିତ୍ରୀ ଅମାବାସ୍ୟା ! ଝିଅର ମୃତ୍ୟୁ ନେଇ ଥାନାରେ ଦ୍ଵାରସ୍ଥ ହେଲେ ପରିବାର ଲୋକେ 

ମୟୂରଭଞ୍ଜ -୨୫।୫ (ମସିହା) ସାବିତ୍ରୀ ଅମାବାସ୍ୟା ରାତ୍ରରେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଭୁତୁକାବାଦି(ନାକି) ଗ୍ରାମର ଜନୈକ ନବଵଧୂର ବାରିପଦା ପିଆରଏମ ହସ୍ପିଟାଲରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।

 ସୂଚନାଯୋଗ୍ୟ ଭୁତୁକାବାଦି( ନାକି) ଗ୍ରାମର ମନୋଜ ନନ୍ଦଙ୍କର ପୁଅ ତାପସ ନନ୍ଦ(୨୨) ସହ ସେହି ଗ୍ରାମର ହିମାଂଶୁ ପରମାଣିକଙ୍କ ବଡ଼ ଝିଅ ରେଖା ପରମାଣିକ(୨୦)ଙ୍କ ପ୍ରେମ ଜନିତ ବିବାହ ୨୦/୧/୨୦୨୧ ରେ ପୁରୀର ଜଗନ୍ନାଥ ମନ୍ଦିରରେ ଉଭୟଙ୍କ ସ୍ବଇଛାରେ ଅନୁଷ୍ଠିତ ହୋଇଥିଲା । ପରେ ଅନୁଗୋଳ କୋର୍ଟରେ୨୨/୧/୨୦୨୧ ପାଖରେ ରେଜିଷ୍ଟ୍ରି ବିବାହ କରିଥିଲେ । ଉଭୟଙ୍କ ପରିବାର ଘର ସେହି ଗ୍ରାମର ୫୦ ମିଟର ମଧ୍ୟରେ । କିନ୍ତୁ ବିବାହ ପରେ ପରେ ରେଖା ସହିତ ସ୍ବାମୀ ତାପସ ଏବଂ ଶାଶୁ ଓ ଶ୍ବଶୁର ଯୌତୁକ ଜନିତ କାରଣ ନେଇ ମନୋମାଳିନ୍ଯ ରହୁଥିଲା । ଉଭୟଙ୍କ ପରିବାର ସହ ମଧ୍ୟ ମନୋମାଳିନ୍ଯ ଥିଲା । ସେମାନେ ବାରମ୍ବାର ରେଖା ଉପରେ ଶାରିରୀକ,ମାନସିକ ନିର୍ଯ୍ୟାତନା ଦେଉଥିଲେ । ୧୯/୫ ଦିନ ଥିଲା ସାବିତ୍ରୀ ଅମାବାସ୍ୟା । ହିନ୍ଦୁ ସତୀ ମାନଙ୍କର ଏହା ଏକ ଅନନ୍ୟ ପର୍ବ ।ଯମରାଜଠାରୁ ନିଜର ତପ ଓ ବ୍ରତ ବଳରେ ସାବିତ୍ରୀ ତାଙ୍କର ସ୍ବାମୀ ସତ୍ଯବାନଙ୍କୁ ଯମରାଜଙ୍କ ପାଖରୁ ଫେରାଇ ଆଣିଥିଲେ ।ସକାଳେ ହସଖୁସିରେ ସାବିତ୍ରୀ ପୂଜା କରିଥିଲେ । କିନ୍ତୁ ପରେ କ’ଣ ଏଭଳି ଘଟଣା ଘଟିଲା ଯେ ସବୁକିଛି ସୁନାର ସଂସାର ସବୁଦିନ ପାଇଁ ଛାରଖାର ହୋଇଗଲା ।ସକାଳେ ମଥାରେ ସିନ୍ଦୂର ରାତିରେ ମଥାରୁ ଲିଭିଲା ସିନ୍ଦୂର !ରେଖା ଙ୍କ ପିତା ହିମାଂଶୁ ଙ୍କ କହିବା ଅନୁସାରେ ସେହି ରାତିରେ ରେଖାକୁ ଗୁରୁତର ଅବସ୍ଥାରେ ତାପସ ଓ ଅନ୍ୟମାନେ ରାଇରଙ୍ଗପୁର ହସ୍ପିଟାଲକୁ ଆମ ଅଜଣାତରେ ନେଇ ଯାଇଥିଲେ ।ପରେ ରେଖାର ପରିସ୍ଥିତି ଗୁରୁତର ହେବାରୁ ବାରିପଦା ନେବା ରାସ୍ତାରେ କୁଳିଅଣା ପାଖରେ ରେଖାର ପ୍ରାଣବାୟୁ ଉଡି ଯାଇଥିଲା ।ରେଖାର ମୃତଦେହକୁ ବାରିପଦା ପି ଆର ଏମ ହସ୍ପିଟାଲ ନେଇଥିଲେ । ଡାକ୍ତର ମୃତ ଘୋଷଣା କରିଥିଲେ ।ରେଖାର ମୃତ୍ୟୁ ହୋଇଛି ବୋଲି ତାପସ ତାର ସମ୍ପର୍କୀୟଙ୍କ ଦ୍ବାରା ଅନ୍ୟ ଫୋନରେ ଶୁଶୁର ହିଂମାଶୁ କୁ ଜଣାଇଥିଲେ । ସେଠାରେ ତାଙ୍କୁ ମିଛରେ କୁହାଗଲା ଝିଅକୁ ସାପ କାମୁଡିଛି । ସେଠାରେ ରେଖାର ବାପା ଦେଖିଲେ ଝିଅର କାନରୁ,ନାକରୁ ରକ୍ତ ବାହାରୁଛି,ବେକରେ ପାଖରେ ଆଘାତ ଲାଗିଛି । ଝିଅକୁ ଏଭଳି ଅବସ୍ଥା ଦେଖି ହିମାଂଶୁ, ତାଙ୍କର ପତ୍ନୀ ଏବଂ ଦୁଇ ଝିଅଙ୍କର ହୋସ ଉଡି ଯାଇଥିଲା ।ଘନ ଘନ ଘନ ଚେତା ବୁଡି ଯାଇଥିଲା । ତେଣୁ ସେ ନିଶ୍ଚିତ ଯେ ତାଙ୍କର ଝିଅକୁ ଯୋଜନାବଦ୍ଧ ଭାବେ ମାରି ଦିଆଯାଇଛି ।ଘର ପାଖରେ ଘର ।ତାଙ୍କୁ ନ ଜାଣି ରାତିରେ ଝିଅକୁ ରାଇରଙ୍ଗପୁର ହସ୍ପିଟାଲ ଆଣିବା ଏବଂ ପରେ ବାରିପଦା ନେବା ଏକ ସନ୍ଦେହଜନକ ଘଟଣା । ଘଟଣାକୁ ନେଇ ରେଖାର ବାପା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନାରେ ୨୦/୫/୨୩ ଦିନ ଝିଅକୁ ହତ୍ୟା କରା ଯାଇଥିବା ନେଇ ତାପସ,ସମୁଦି ମନୋଜ ନନ୍ଦ ଏବଂ ସମୁଦୁଣୀଙ୍କର ସମ୍ପୃକ୍ତି ଅଛି ବୋଲି ଲିଖିତ ଅଭିଯୋଗ କରିଛନ୍ତି । ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି ।ଏକଥା ମଧ୍ୟ ଗଣମାଧ୍ୟମ ସମ୍ମୁଖରେ କୋହଭରା କଣ୍ଠରେ ବୁଧବାର ଦିନ କହିଛନ୍ତି । ଝିଅକୁ ହରାଇଵା କଷ୍ଟ, ବ୍ୟଥା ଏବଂ ତାପସର ପରିବାର ଆଡୁ ଗଣ୍ଡଗୋଳ ଆଶଙ୍କା ନେଇ ଭୟଭୀତ ଅବସ୍ଥାରେ ହିମାଂଶୁ ପରିବାର ଅଛନ୍ତି ।ରେଖା ଅତି ସରଳ,ହସଖୁସି ମିଜାଜର ନିରିମାକି ଝିଅ ।ଏହିଟି ତାର ଏନ୍ତୁଡ଼ିଶାଳ ଏହିଟି ତା’ର ଶଶୁର ଘର ।ଏହି ଗାଁ ସବୁକିଛି ଦେଖିଛି ।ହେଲେ ସଂସାର ଗଢ଼ିବା ପୂର୍ବରୁ ସେ ଅକାଳରେ ଲିଭିଗଲା । ଗ୍ରାମବାସୀଙ୍କ ମଧ୍ୟରେ ଶୋକରେ ଛାୟା ଖେଳିଯାଇଛି । ପୋଲିସ ଏକଚ ଅପମୃତ୍ୟୁ ମାମଲା ରୁଜୁ କରି ତାପସକୁ ଅଟକ ରଖି ତଦନ୍ତ ଜାରି ରଖିଛି ।ଶଵ ବ୍ୟବଛେଦ ରିପୋର୍ଟ ଆସିଲାପରେ ପ୍ରକୃତ ସତ୍ୟର ପର୍ଦ୍ଦାଫାଶ ହେବ !

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ରାକ୍ଷୀ ପର୍ବ ପୂର୍ବରୁ ଜୁନାଗଡ଼ ରେ ଚଢ଼ାଉ: ୩୫ କେଜି ବାସି ଖାଦ୍ୟ ନଷ୍ଟ, ୨୦୦ କେଜି ପଲିଥିନ୍ ଜବତ

Sunil Chandra Nayak

ଜଟାଵାଲରେ ସିରିଜ ଚୋରି, ମୁଖ୍ୟ ରାସ୍ତାର ପାଞ୍ଚଗୋଟି ଦୋକାନ ରେ କଳାକନା ବୁଲାଇଲେ ଦୁର୍ବୁତ୍ତ

Sunil Chandra Nayak

Rayagada Police Crack Down on Interstate Crime Ring, Arrest 5

masiha

Leave a Comment

error: Content is protected !!