ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ପଡ଼ା ପଲ୍ଲା : ସମ୍ପର୍କୀୟ ଭାଇ ଗୋଇଠା ମୁଥ ମାରି ଭାଇ କୁ ମାରିଦେଲା  

ତେନ୍ତୁଳିଖୁଣ୍ଟି 25/05/23 – ନବରଙ୍ଗପୁର ଜିଲ୍ଲା   ଖାତିଗୁଡା ଥାନା ଅଞ୍ଚଳ ରେ ଏକ ଅଭାବନୀୟ ଘଟଣା ଘଟିଛି। ସମ୍ପର୍କୀୟ ଭାଇ ଗୋଇଠା ମୁଥ ମାରି ଭାଇ କୁ ଜୀବନରେ ମାରି ଦେଇଥିବା ନେଇ ଖାତିଗୁଡା ଥାନାରେ ଅଭିଯୋଗ ହୋଇଛି। ମନ୍ଦାର ଜାନୀ (୪୫) କୁ ତା ସମ୍ପର୍କୀୟ ଭାଇ ଗଙ୍ଗାଧର ଜାନୀ ଗୋଇଠା ଓ ମୁଥ ମାରି ମାରିଦେଇଥିବା ଅଭିଯୋଗ ଅନ୍ୟ ଜଣେ ଭାଇ ରାମଚନ୍ଦ୍ର ଖାତିଗୁଡା ଥାନାରେ ଅଭିଯୋଗ କରିଛି। ଗତକାଲି ରାତିରେ ଏହି ଘଟଣା ଘଟିଥିବା ଅଭିଯୋଗ ହୋଇଛି। ଉଲ୍ଲେଖଯୋଗ୍ୟ ଯେ ଗଙ୍ଗାଧର ଜାନୀ ର ସ୍ତ୍ରୀ ର ଦେହ ଖରାପ ଯୋଗୁଁ ତେନ୍ତୁଳିଖୁଣ୍ଟି ରେ ଚିକିତ୍ସିତ ହେଉଥିବା ବେଳେ ଜଗିବା ପାଇଁ ମନ୍ଦାର କୁ କହିଥିଲା କିନ୍ତୁ ସେ ନ ଜଗି ଚାଲି ଯାଇଥିଲା। ଏଣୁ ସେ ରାଗରେ ତାକୁ ମାରି ଦେଇଛି। ଥାନାରେ କେଶ ନମ୍ବର 44 ରେ 302 ଦଫାରେ ମୋକଦମା ହୋଇଛି। କିନ୍ତୁ ଗଙ୍ଗାଧର ଫେରାର ଅଛି। କେଶ ଆଇ ଆଇ ସି ଦୀପକ ଲେଙ୍କା ତଦନ୍ତ କରୁଛନ୍ତି।

ଗୋବର୍ଦ୍ଧନ ସାହୁ ତେନ୍ତୁଳିଖୁଣ୍ଟି

Related posts

ରାଇରଙ୍ଗପୁରରେ ଡିଜେଲ ମାଫିଆଙ୍କ ରାକେଟ ସକ୍ରିୟ; ୩ ଜଣଙ୍କୁ ବାନ୍ଧିଲା ପୋଲିସ

କାମାନ୍ଧ ,ଶଶ୍ବର ଘର ଟଙ୍କା ଉପରେ ନଜର ଓ ପତ୍ନୀର ଅନ୍ତରଙ୍ଗ ଭିଡ଼ିଓ ଭାଇରଲ କରି ବନ୍ଧା ହେଲେ ଉଚ୍ଚ ଶିକ୍ଷିତ ଡାକ୍ତର 

Sunil Chandra Nayak

ସ୍ଵାମୀ ମାଡରେ ସ୍ତ୍ରୀ ମୃତ

Sunil Chandra Nayak

Leave a Comment

error: Content is protected !!