ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ପଡ଼ା ପଲ୍ଲା : ସମ୍ପର୍କୀୟ ଭାଇ ଗୋଇଠା ମୁଥ ମାରି ଭାଇ କୁ ମାରିଦେଲା  

ତେନ୍ତୁଳିଖୁଣ୍ଟି 25/05/23 – ନବରଙ୍ଗପୁର ଜିଲ୍ଲା   ଖାତିଗୁଡା ଥାନା ଅଞ୍ଚଳ ରେ ଏକ ଅଭାବନୀୟ ଘଟଣା ଘଟିଛି। ସମ୍ପର୍କୀୟ ଭାଇ ଗୋଇଠା ମୁଥ ମାରି ଭାଇ କୁ ଜୀବନରେ ମାରି ଦେଇଥିବା ନେଇ ଖାତିଗୁଡା ଥାନାରେ ଅଭିଯୋଗ ହୋଇଛି। ମନ୍ଦାର ଜାନୀ (୪୫) କୁ ତା ସମ୍ପର୍କୀୟ ଭାଇ ଗଙ୍ଗାଧର ଜାନୀ ଗୋଇଠା ଓ ମୁଥ ମାରି ମାରିଦେଇଥିବା ଅଭିଯୋଗ ଅନ୍ୟ ଜଣେ ଭାଇ ରାମଚନ୍ଦ୍ର ଖାତିଗୁଡା ଥାନାରେ ଅଭିଯୋଗ କରିଛି। ଗତକାଲି ରାତିରେ ଏହି ଘଟଣା ଘଟିଥିବା ଅଭିଯୋଗ ହୋଇଛି। ଉଲ୍ଲେଖଯୋଗ୍ୟ ଯେ ଗଙ୍ଗାଧର ଜାନୀ ର ସ୍ତ୍ରୀ ର ଦେହ ଖରାପ ଯୋଗୁଁ ତେନ୍ତୁଳିଖୁଣ୍ଟି ରେ ଚିକିତ୍ସିତ ହେଉଥିବା ବେଳେ ଜଗିବା ପାଇଁ ମନ୍ଦାର କୁ କହିଥିଲା କିନ୍ତୁ ସେ ନ ଜଗି ଚାଲି ଯାଇଥିଲା। ଏଣୁ ସେ ରାଗରେ ତାକୁ ମାରି ଦେଇଛି। ଥାନାରେ କେଶ ନମ୍ବର 44 ରେ 302 ଦଫାରେ ମୋକଦମା ହୋଇଛି। କିନ୍ତୁ ଗଙ୍ଗାଧର ଫେରାର ଅଛି। କେଶ ଆଇ ଆଇ ସି ଦୀପକ ଲେଙ୍କା ତଦନ୍ତ କରୁଛନ୍ତି।

ଗୋବର୍ଦ୍ଧନ ସାହୁ ତେନ୍ତୁଳିଖୁଣ୍ଟି

Related posts

ଭିଜିଲାନସ୍ ଜାଲରେ ଭବାନୀପାଟଣା ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟର ସହକାରୀ ପ୍ରିୟଙ୍କା ଜେନା ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଗିରଫ…

ଅଜଣା ଗାଡି ଧକ୍କାରେ ପୁଲିସ ଏଏସଆଇ ଙ୍କ ମୃତ୍ୟୁ 

Sunil Chandra Nayak

Corruption Scandal Rocks Odisha’s Watershed Department

masiha

Leave a Comment

error: Content is protected !!