ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିନା ସୂଚନା ଫଳକରେ କଂକ୍ରିଟ ରାସ୍ତା ନିର୍ମାଣ , ଯନ୍ତ୍ରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକାରେ ଉନ୍ନୟନ କାର୍ଯ୍ୟ

ନର୍ଲା -(ମନିସ) କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକ ଅନ୍ତର୍ଗତ ଭାନପୁର ପଞ୍ଚାୟତର ବାଲିପଡା ପିଡବ୍ଲୁଡି ରାସ୍ତା ଠାରୁ ବଜାରକୁ ଯିବା ରାସ୍ତା ବିନା ସୂଚନା ଫଳକରେ କାର୍ଯ୍ୟ ଚାଲୁ ରହିଛି ବୋଲି ଅଭିଯୋଗ ହୋଇଛି। ଯାହାର ଲୋକଙ୍କ ପାଖରୁ ଶୁଣା ଯାଉଛି ଯେ ଏହି କାର୍ଯ୍ୟ ଆଇଟିଡିଏ(ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା)ର ବୋଲି। ରାସ୍ତା ଯଦି ଖରାପ ଅଛି ତାହେଲେ ରାସ୍ତାକୁ ସଂପୂର୍ଣ୍ଣ ଭାବେ ନିର୍ମାଣ ବା ମରାମତି କରାଯିବା କଥା।ସ୍ଥାନେ ସ୍ଥାନେ କିଛି ମିଟର ଭିତରେ କଂକ୍ରିଟ କରିବା କେଉଁ ଉଦ୍ଦେଶ୍ୟ ବୋଲି ଜନସାଧାରଣରେ ଆଲୋଚନା ହେଉଛି। ସେହିପରି ବଫଲା ଭୋଇପଡା ରାସ୍ତା ୧୦୦ରୁ ୧୧୦ ମିଟର ଲମ୍ବର କଂକ୍ରିଟ ରୋଡ କାର୍ଯ୍ୟ ଚାଲିଛି। ସେଠାରେ ମଧ୍ୟ ସୂଚନା ଫଳକ ନାହିଁ। ଏଠାରେ ନିର୍ମାଣ ସଂସ୍ଥାର କୈାଣସି କର୍ମଚାରୀ ମାନେ ମଧ୍ୟ ଉପସ୍ଥିତ ରହୁ ନଥିବା ଅଭିଯୋଗ ହେଉଛି। ନର୍ଲା ବ୍ଳକରେ ଯେତେ ଆଇଟିଡିଏର କାମ ହେଉଛି ସବୁ ଗୋଟିଏ ଦିନରେ ଅତି ତରବରରେ କାମ ଶେଷ କରିବା ପରେ ଯନ୍ତ୍ରୀ ମହାଶୟ କାର୍ଯ୍ୟ ଦେଖିବାପାଇଁ ଆସିବେ ଓ ଠିକାଦାରଙ୍କୁ ଶୀଘ୍ର ସୂଚନା ଫଳକ ଲଗାଅ ବିଲ ହୋଇଯିବ ବୋଲି କହିବେ। ଏହି ପରି ଅନେକ ଉଦାହରଣ ରହିଛି ବୋଲି ଜନସାଧାରଣରେ ଅଭିଯୋଗ ହୁଏ। ନର୍ଲା ବ୍ଳକର ସରିଆଁ ହଷ୍ଟେଲ ନିର୍ମାଣ, ଘୋଡ଼ା ବନ୍ଧ,ଭୀମକେଲା ପଞ୍ଚାୟତର ପଲସାପଡା, ଭାନପୁର ପଞ୍ଚାୟତର ଗୁଡାଙ୍ଗଗୁଚ୍ଛା,ବାଗପୁର ପଞ୍ଚାୟତର ଜାମପଡା, ନର୍ଲା ପଞ୍ଚାୟତ ହାଇସ୍କୁଲ, ସର୍ଗିଗୁଡା ପଞ୍ଚାୟତ ,ସାନଗୁଣ୍ଡୁରି ଓ କୁରମେଲ ପଞ୍ଚାୟତ ଗୁଡ଼ିକରେ ଆଇଟିଡିଏର ଯେତେ କାମ ହୋଇଛି ଅତି ନିମ୍ନମାନର କାର୍ଯ୍ୟ ହୋଇଛି ବୋଲି କିଛି ଲୋକପ୍ରତିନିଧି ମାନେ ଜଣାଇଛନ୍ତି। ନର୍ଲା ହାଇସ୍କୁଲରେ ମଧ୍ୟ ଆଇଟିଡିଏର କାମ ଚାଲିଛି କିନ୍ତୁ ସଂସ୍ଥାର ମନମୁଖୀ କାର୍ଯ୍ୟ ପାଇଁ ଚାରି ମାସ ଧରି ବନ୍ଦ ହୋଇଯାଇଥିଲା।ଏ ବିଷୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ବିଭାଗୀୟ ଅଧିକାରୀଙ୍କୁ ପଚାରି ବୁଝିଥିଲେ ତେବେ କାମ ଶୀଘ୍ର ସରିବ ବୋଲି କହୁଛନ୍ତି।ଏଣେ ଠିକାଦାରଙ୍କ ଦେଖା ମିଳୁ ନାହିଁ। ପ୍ରଧାନ ଶିକ୍ଷୟତ୍ରୀ ଜିଲ୍ଲାପାଳଙ୍କୁ ଜଣାଇବି ବୋଲି କହିଲେ ମଧ୍ୟ ଯନ୍ତ୍ରୀ ଓ ବିଭାଗୀୟ କର୍ମଚାରୀ ମାନେ ବେଫିକର ରହୁଥିବା ଜଣାଯାଏ।ଏ ଦିଗରେ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି ହେଉଛି।

ଦୀପକ କୁମାର ଠାକୁର ନର୍ଲା ମସୀହା ପ୍ରତିନିଧି

Related posts

ଦୁର୍ଗାପ୍ରଶନ୍ନ ଉଚ୍ଚ ମାଧ୍ଯମିକ ବିଦ୍ଯାଳୟ ର ଶ୍ରେଣୀଗୃହ ଓ ଗ୍ରନ୍ଥାଗାର ଉଦଘାଟନ ଉତ୍ସବ

Sunil Chandra Nayak

ଆଦି କର୍ମଯୋଗୀ ଅଭିଯାନ କାର୍ଯ୍ୟକ୍ରମ ର ଜିଲ୍ଲା ପ୍ରକ୍ରିୟା ପ୍ରୟୋଗଶାଲା ତିନି ଦିନିଆ ଆବାସିକ ପ୍ରଶିକ୍ଷଣ ସମାପନ

Sunil Chandra Nayak

ଶିକ୍ଷାବିତ୍ ପ୍ରମୋଦିନୀ ମିଶ୍ରଙ୍କ ବିୟୋଗରେ ସ୍ମୃତି ସଭା ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!