ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡିଶା ଆଦିବାସୀ ଅଧିକାର ମଞ୍ଚ ତେନ୍ତୁଳିଖୁଣ୍ଟି ସାଙ୍ଗଠନିକ କମିଟି ତରଫରୁ ଜଙ୍ଗଲ ଅଧିକାର ଆଇନ ସଠିକ କାର୍ଯ୍ୟକାରୀ ପାଇଁ ଆଠ ଦଫା ଦାବିପତ୍ର 

ତେନ୍ତୁଳିଖୁଣ୍ଟି -୨୬/୦୫/୨୩ -ନବରଙ୍ଗପୁର ଜିଲ୍ଲା ଏକ ଅନୁସୂଚିତ ଅଞ୍ଚଳ ,ଏହା ୧୯୯୬ପେଶା ଆଇନ ଲାଗୁ ହୋଇଥିବା ଜିଲ୍ଲା,କିନ୍ତୁ ଏଠାରେ ଜଙ୍ଗଲ ଅଧିକାର ଆଇନ ୨୦୦୬ ଓ ୨୦୧୨ ସଂଶୋଧିତ ଆଇନ ଠିକ ରୂପେ କାର୍ଯ୍ୟକାରୀ କରା ଯାଉନି। ବିକାଶ ମୂଳକ କାର୍ଯ୍ୟ ଜଙ୍ଗଲ ଜମି ରେ କରିବାବେଳେ ମଧ୍ୟ ଗ୍ରାମ ସଭା କରିବା ନିୟମ ଥିଲେ ମଧ୍ୟ କରାଯାଉନି। ଏଣୁ ଓଡିଶା ଆଦିବାସୀ ଅଧିକାର ମଞ୍ଚ ତେନ୍ତୁଳିଖୁଣ୍ଟି ସାଂଗଠନିକ କମିଟି ତହସିଲଦାର ଫରେଷ୍ଟର ଓ ବିଡ଼ିଓ ଙ୍କୁ ଆଠ ଦଫା ବିଶିଷ୍ଟ ଦାବିପତ୍ର ପ୍ରଦାନ କରିଛନ୍ତି। ୧୯୯୬ ପେଶା ଆଇନ ସମ୍ପର୍କରେ ଅଜ୍ଞତା ଯୋଗୁଁ ତାର ଫାଇଦା ରୁ ବଞ୍ଚିତ ହେଉଛନ୍ତି ଜନତା। ଏଣୁ ଉକ୍ତ ଆଇନ ସମ୍ପର୍କରେ ଶିକ୍ଷା ଦେବାକୁ ସଚେତନତା ଓ ତାଲିମ ଶିବିର କରାଯାଉ। ଯଥାଶୀଘ୍ର ଜଙ୍ଗଲ ଅଧିକାର ଆଇନ 2006 ଓ 2012 ସଂଶୋଧିତ ଆଇନ ଅନୁସାରେ ସମସ୍ତ ଜଙ୍ଗଲ ଗ୍ରାମ ଏନ ସର୍ଭେ ଗ୍ରାମ ଗୁଡିକରେ ଗ୍ରାମ୍ୟ ଜଙ୍ଗଲ ଅଧିକାର କମିଟି ଗଠନ କରାଯାଉ। ଚାଷ ପାଇଁ ବା ଜଙ୍ଗଲ ଜମି ମରାମତି ପାଇଁ ଚାଷ ୠତୁ ରେ ଜଙ୍ଗଲ ବିଭାଗ ଟ୍ରାକ୍ଟର ଓ ଜେସିବି ଜବତ ରୁ ନିବୃତ୍ତ ରହୁ। ଜଙ୍ଗଲ ଗ୍ରାମ ଗୁଡିକ ରେ ଗ୍ରାମ୍ୟ ଜଙ୍ଗଲ ଅଧିକାର କମିଟି ସୌଜନ୍ୟ ରେ 1996 ପେଶା ଆଇନ ଓ 2006 ଜଙ୍ଗଲ ଅଧିକାର ଆଇନ ଓ 2012ସଂଶୋଧିତ ଆଇନ ଅନୁସାରେ ବିକାଶ ମୂଳକ କାର୍ଯ୍ୟ ବେଳେ ଗ୍ରାମସଭା କରି ତାର ଅନୁମୋଦନ ରେ କରାଯାଉ। 2005 ଡିସେମ୍ବର 13 ପୂର୍ବରୁ ଆଦିବାସୀ ଓ ଅଣଆଦିବାସୀ ଦଖଲ କରିଥିବା ଗ୍ରାମ୍ୟ ଜଙ୍ଗଲ କିସମ ,ବଡ଼ ଜଙ୍ଗଲ କିସମ ,ପଥରା କିସମ ଜମି ଉପରୁ ରାଜସ୍ୱ ବିଭାଗ ବେଆଇନ ଦଖଲ ନାମରେ ଆଦାୟ କରୁଥିବା ଫାଇନ ବନ୍ଦ କରାଯାଉ। ଜଙ୍ଗଲ ଅଧିକାର ଆଇନ 2006 ଓ ସଂଶୋଧିତ ଆଇନ2012 ଅନୁଯାୟୀ ଆଦିବାସୀ ଓ ଅଣଆଦିବାସୀ ଙ୍କୁ ସେମାନଙ୍କ ଦଖଲ ରେ ଥିବା ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରାଯାଉ। ଏହିଭଳି ଆଠ ଦଫା ଦାବୀ ଓଡିଶା ଆଦିବାସୀ ଅଧିକାର ମଞ୍ଚ ତେନ୍ତୁଳିଖୁଣ୍ଟି ସାଙ୍ଗଠନିକ କମିଟି ଆବାହକ ସୁବାସ ସାନ୍ତା ରାଜେଶ ଜାନୀ ଚତୁର ସିଂ ନାୟକ ଓ ବିପିନ ବିହାରୀ ବାଘ ସମେତ ଶତାଧିକ ଜନତା ଦାବିପତ୍ର ପ୍ରଦାନ ବେଳେ ଉପସ୍ଥିତ ଥିଲେ। ତହସିଲଦାର ଙ୍କ ଅନୁପସ୍ଥିତିରେ ଅତିରିକ୍ତ ତହସିଲଦାର ହିମାଂଶୁ ଶେଖର ନାୟକ ,ବିଡ଼ିଓ ଙ୍କ ଅନୁପସ୍ଥିତିରେ ଏବି ଡି ଓକୃପାସିନ୍ଧୁ ନାୟକ ତଥା ଫରେଷ୍ଟର ଅମିତ କୁମାର ଦାସ ଦାବିପତ୍ର ଗ୍ରହଣ କରିଥିଲେ। ଫରେଷ୍ଟର ଅମିତ କୁମାର କହିଛନ୍ତି ଯେ ଜଙ୍ଗଲ ଅବକ୍ଷୟ ହେଉଥିବାରୁ ଜଙ୍ଗଲ ବିଭାଗ ନୂତନ ଜଙ୍ଗଲ ସୃଷ୍ଟି ପ୍ରୟାସ କରୁଛି ,ଏହାକ କିଛି ସ୍ଥାନରେ ବିରୋଧ କରାଯାଉଛି ଏଥିପାଇଁ ଜନତା ଙ୍କ ସହଯୋଗ ଆବଶ୍ୟକ ।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ଓଡ଼ିଶା ପଛୁଆ ର ସର୍ଭେ

Sunil Chandra Nayak

ଧର୍ମଗଡ ଜଗନ୍ନାଥ ସେବା ସମିତି ପକ୍ଷରୁ କଲମପୁର ବେଲପଡ଼ା ଠାରେ କମ୍ବଳ ବଣ୍ଟନ

masiha

ବିଶିଷ୍ଟ ପାଲା ଗାୟକ ରତିକାନ୍ତ ବାରିକଙ୍କ ମୃତ୍ୟୁ

Sunil Chandra Nayak

Leave a Comment

error: Content is protected !!