ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ପ୍ରଥମ ରାତ୍ରି କାଳୀନ ଟି – ୧୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ , ମୁଡିଙ୍ଗ୍ ଚାମ୍ପିଅନ୍

ରୁପ୍ରା, ୨୯/୫ (ମନିସ) : ନର୍ଲାବ୍ଲକ୍ ଅଧିନ ରୁପ୍ରା ସ୍ଥିତ ବାଗଗୁଛା ଖେଳ ପଡ଼ିଆରେ ରେନବୋ କ୍ରିକେଟ କ୍ଳବ ଆୟୋଜନରେ ପ୍ରଥମ ଥର ପାଇଁ ରାତ୍ରିକାଳୀନ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍ ଖେଳ ରବିବାର ରାତିରେ ଅନୁଷ୍ଠିତ ହୋଇଯାଇଛି । ସୂଚନାଯୋଗ୍ୟ ଦୁଇଟି ସେମିଫାଇନାଲ ଓ ଫାଇନାଲ୍ ମ୍ୟାଚ୍ ଶନିବାର ରାତିରେ ଅନୁଷ୍ଠିତ ହେବାକୁ ଥିବାବେଳେ ପ୍ରଥମ ସେମିଫାଇନାଲ ମ୍ୟାଚ ମାଲପଡା (ରୁପ୍ରା) ଓ ଲଇତରା ମଧ୍ୟରେ ଅନୁଷ୍ଠିତ ହୋଇଥିଲା, ଏଥିରେ ମାଲପଡା ବିଜୟୀ ହୋଇ ଫାଇନାଲ୍ ରେ ପ୍ରବେଶ କରିଥିଲା। ଦ୍ୱିତୀୟ ସେମିଫାଇନାଲ ମ୍ୟାଚ ଭଟାଙ୍ଗପଡା ଓ ମୁଡିଙ୍ଗ୍ ମଧ୍ୟରେ ଅନୁଷ୍ଠିତ ହେବା ପୂର୍ବରୁ କାଳ ବୈଶାଖୀ ପ୍ରଭାବ ଯୋଗୁଁ ଜୋର୍ ରେ ପବନ ସହ ଅସରାଏ ବର୍ଷା ହେଵାରୁ ଆଉ ମ୍ୟାଚ୍ ଅନୁଷ୍ଠିତ ହୋଇପାରି ନଥିଲା । ଏଣୁ ରବିବାର ଅନୁଷ୍ଠିତ ଦ୍ୱିତୀୟ ସେମିଫାଇନାଲରେ ମୁଡିଙ୍ଗ୍ ଦଳ ଭଟାଙ୍ଗପଡା କୁ ପରାସ୍ତ କରି ଫାଇନାଲ୍ ରେ ପ୍ରବେଶ କରିଥିଲା । ଫାଇନାଲ୍ ଖେଳ ମାଲପଡା (ରୁପ୍ରା ) ଓ ମୁଡିଙ୍ଗ୍ ଦଳ ମଧ୍ୟରେ ଅନୁଷ୍ଠିତ ଖେଳରେ ମୁଡିଙ୍ଗ୍ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୫୪ ରନ୍ କରିଥିବା ବେଳେ ଏହି ରନ୍ ର ମାଲପଡା (ରୁପ୍ରା) ଦଳ ପିଛାକରି ୫୪ ରନ୍ କରିପାରିଥିଲା। ମ୍ୟାଚ୍ ଅମିମାଂଶିତ ହେବାରୁ ସୁପର୍ ଓଭର୍ ରେ ମୁଡିଙ୍ଗ୍ ଦଳ ବିଜୟୀ ହୋଇ ଚାମ୍ପିଆନ ହୋଇଥିଲା। ମୁଡିଙ୍ଗ୍ ଦଳର କରୁଣା ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ ହୋଇଥିଲେ। ରୁପ୍ରା ମାଲପଡା ଦଳର ଯୋଶେଫ ମାଝୀ ଷ୍ଟାଇଲିଶ୍ ବ୍ୟାଟ୍ସ୍ ମ୍ୟାନ୍ ପୁରସ୍କାର ପାଇଥିଲେ। 

ଏହି ଟୁର୍ଣ୍ଣାମେଣ୍ଟରେ ନର୍ଲାବ୍ଲକ୍ ସମେତ କେସିଙ୍ଗା, ମ. ରାମପୁର ଓ ଲାଞ୍ଜିଗଡ଼ ବ୍ଲକ ଅଧିନ ମୋଟ ୧୬ ଟି କ୍ରିକେଟ କ୍ଳବ ଅଂଶ ଗ୍ରହଣ କରିଥିଲେ। ଫାଇନାଲ୍ ଖେଳରେ ମୁଖ୍ୟ ଅତିଥି ଭାବରେ ନର୍ଲା ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି (ମୁନା) ଯୋଗଦାନ କରିଥିବା ବେଳେ ସମ୍ମାନୀତ ଅତିଥିଭାବେ ରୁପ୍ରା ପଞ୍ଚାୟତ ସରପଞ୍ଚ ପ୍ରତିନିଧି ସୁଶାନ୍ତ ସେନାପତି, ଗ୍ରାମ୍ୟ ଉନ୍ନୟନ କମିଟିର ସଭାପତି ମହେଶ୍ୱର ସାହୁ, ସମ୍ପାଦକ ଗୌରଚନ୍ଦ୍ର ଭୋଇ, ପିଇଓ ରୁପାଧର ଧରୁଆ, ବ୍ୟାଙ୍କ କର୍ମଚାରୀ ଲୋଚନ ଗୌଡ, ଅବସରପ୍ରାପ୍ତ କିରାଣୀ ନବୀନ କୁମାର ସାହୁ, ପୂର୍ବତନ ସମିତି ସଭ୍ୟ ଶୁକଦେବ ସେଠ୍, କ୍ରୀଡାପ୍ରେମୀ ମନୋଜ ହାତୀ ପ୍ରମୁଖ ଯୋଗଦାନ କରି ବିଜେତା ଓ ଉପବିଜେତା ଦଳକୁ ଟ୍ରଫି ସହ ନଗଦ ଅର୍ଥରାଶି ପ୍ରଦାନ କରିଥିଲେ। । ଏହି ମ୍ୟାଚରେ ଅମ୍ପାୟାର୍ ଭାବରେ ଜଗତ ଦୀପ୍ ଓ ଗୋପି ମାଝୀ ରହିଥିବା ବେଳେ ସ୍କୋରର୍ ନରେଶ ଗୌଡ ତଥା ଧାରାବିବରଣୀ ଅମିତ ପଧାନ, ମାନସ ହାତୀ, ଅଜିତ ଭୋଇ ଓ ଆକାଶ ଦୀପ୍ ପ୍ରଦାନ କରିଥିଲେ। କ୍ରିକେଟ କ୍ଳବର ସଭାପତି ସୁବ୍ରତ ସାହୁ, ଅଧୀନାୟକ ଚୁଲେଶ୍ୱର ଗୌଡ, ଟୁଲୁ ନାୟକ, ପବିତ୍ର ସେଠ୍, ମୁଟୁ ମାଝୀ, ଶତୃଘନ ମାଝୀ, ବେଣୁ, ଚିନ୍ତା, ଭୋଲା, ଚୁନି, ସୋନୁ, ଟୁଲୁ (ବି), ବିଭୁତି, ଯୋଶେଫ, ଜ୍ୟୋତି, ଦେବିନ୍, ପିଣ୍ଟୁ, ମଳୟଙ୍କ ସମେତ କମିଟିର ସମସ୍ତ ସଦସ୍ୟ ସହଯୋଗ କରିଥିଲେ।

ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ 

Related posts

ରୁପ୍ରାରୋଡରେ ଜିଲ୍ଲା ସ୍ତରୀୟ ବ୍ୟଡମିନ୍ତନ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ,ପାଷ୍ଟିକୁଡି ଚାମ୍ପିଅନ୍

Sunil Chandra Nayak

ଜାତୀୟ କ୍ରୀଡ଼ା ଦିବସ ୨୦୨୪ ପାଳିତ 

masiha

୨ୟ ନବରଙ୍ଗ ସିଂ ମେମୋରିଆଲ କ୍ରିକେଟ କପ ଟୁର୍ଣ୍ଣାମେଣ୍ଟ ଉଦଯାପିତ,ଗୋଡଧୁଆପଦର ଚମ୍ପିୟାନ   

Sunil Chandra Nayak

Leave a Comment

error: Content is protected !!