ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସି ଆଇ ଟି ୟୁ ର ୫୪ତମ ପ୍ରତିଷ୍ଠା ଦିବସ ପାଳିତ ,- କେନ୍ଦ୍ର ସରକାରଙ୍କ ଶ୍ରମିକ ବିରୋଧୀ ନୀତି ବିରୁଦ୍ଧରେ ଐକ୍ୟବଦ୍ଧ ସଂଗ୍ରାମ ପାଇଁ ଶ୍ରମିକ ଶ୍ରେଣୀ ଆଗେଇ ଆସିବାକୁ ଆହ୍ବାନ

ରାଉରକେଲା/ ଦେଶର ସଂଗ୍ରାମୀ ଶ୍ରମିକ ସଂଗଠନ ଭାରତର ଟ୍ରେଡ୍ ୟୁନିୟନ କେନ୍ଦ୍ର ( ସି ଆଇ ଟି ୟୁ) ର ୫୪ ତମ ପ୍ରତିଷ୍ଠା ଦିବସ ଆଜି ସଂଗଠନ ର ଜିଲ୍ଲା କାର୍ଯ୍ୟାଳୟ ଶ୍ରମିକ ଭବନ, ସେକ୍ଟର ୧୬ ଠାରେ ପାଳନ କରାଯାଇଛି। ସି ଆଇ ଟି ୟୁ ରାଜ୍ୟ ଉପସଭାପତି ତଥା ସୁନ୍ଦରଗଡ଼ ଜିଲ୍ଲା ସାଧାରଣ ସମ୍ପାଦକ ବିମାନ ମାଇତି ସଂଗଠନ ର ଲାଲ ପତାକା ଉତ୍ତୋଳନ କରିଥିଲେ। ଜିଲ୍ଲା ଉପ ସଭାପତି ବସନ୍ତ ନାୟକ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ପ୍ରତିଷ୍ଠା ଦିବସ ପାଳନ ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ସି ଆଇ ଟି ୟୁ ରାଜ୍ୟ ଉପସଭାପତି ଜାହାଙ୍ଗୀର ଅଲ୍ଲୀ, ଜିଲ୍ଲା ବରିଷ୍ଠ ଉପ ସଭାପତି ଶ୍ରୀମନ୍ତ ବେହେରା ପ୍ରମୁଖ ବକ୍ତବ୍ୟ ରଖି କହିଥିଲେ ଯେ ଆଜିର ଦିନରେ ସି ଆଇ ଟି ୟୁ ୧୯୭୦ ମସିହାରେ ତାର ପ୍ରଥମ ସର୍ବଭାରତୀୟ ସମ୍ମିଳନୀ କଲିକତା ଠାରେ ଅନୁଷ୍ଠିତ କରି ସଂଗଠନ ତାର ପ୍ରତିଷ୍ଠା ଘୋଷଣା କରିଥିଲା। ସେବେଠାରୁ ଆଜି ପର୍ଯ୍ୟନ୍ତ ଲଗାତର ଓ ସାଲିସହୀନ ଭାବେ ସି ଆଇ ଟି ୟୁ ଦେଶର ଶ୍ରମିକ ଶ୍ରେଣୀ ସ୍ଵାର୍ଥର ଜାଗ୍ରତ ପ୍ରହରୀ ରୂପେ କାର୍ଯ୍ୟ କରି ଆସୁଛି। ଜଗତୀକରଣ, ଉଦାରୀକରଣ ଓ ଘରୋଇକରଣ ବିରୋଧରେ ନବେ ଦଶକରେ ଶ୍ରମିକ ଶ୍ରେଣୀ ଉପରେ ଆସିଥିବା ପ୍ରଚଣ୍ଡ ଆକ୍ରମଣ ହେଉ କିମ୍ବା ବର୍ତ୍ତମାନ କେନ୍ଦ୍ରରେ ମୋଦି ସରକାର ଙ୍କ ସାଂପ୍ରଦାୟିକ ଓ ଶ୍ରମିକ ମାରଣ ନୀତି ବିରୁଦ୍ଧରେ ଏବଂ ସମ୍ବିଧାନ ଓ ଗଣତନ୍ତ୍ର ର ସୁରକ୍ଷା ପାଇଁ ବ୍ୟାପକ ଆନ୍ଦୋଳନ ଗଢ଼ି ତୋଳିବାକୁ ଆହ୍ୱାନ କରିଥିଲେ। ଦେଶର ସ୍ବାଧୀନତା ପୂର୍ବରୁ ଓ ପରେ ଅନେକ ସଂଗ୍ରାମ କରି ଶ୍ରମିକ ଶ୍ରେଣୀ ନିଜ ପାଇଁ ଯେଉଁ ଶ୍ରମ ଆଇନଗୁଡିକୁ କରିପାରି ଥିଲା ଆଜି ମୋଦି ସରକାର ବୃହତ୍ ପୁଂଜିପତି ଓ କର୍ପୋରେଟ ସଂସ୍ଥା ମାନଙ୍କ ସ୍ଵାର୍ଥରେ ସେଗୁଡ଼ିକ ପରିବର୍ତ୍ତନ କରି କୋର୍ଡ କରିଦେବା ଫଳରେ ଶ୍ରମିକ ଶ୍ରେଣୀ ସଂପୂର୍ଣ୍ଣ ଭାବେ କ୍ରୀତଦାସ ରେ ପରିଣତ ହେବେ, ସେମାନଙ୍କ କୌଣସି ଆଇନଗତ ଅଧିକାର ରହିବ ନାହିଁ। ଏହା ବିରୋଧରେ ଦେଶବ୍ୟାପୀ ଶ୍ରମିକ ଓ କୃଷକ ମାନଙ୍କ ଐକ୍ୟବଦ୍ଧ ଆନ୍ଦୋଳନ ସି ଆଇ ଟି ୟୁ ନେତୃତ୍ୱରେ ସଂଗଠିତ ହେଉଥିଲା ବେଳେ ଏହାକୁ ଆଗାମୀ ଦିନରେ ଆହୁରି ବ୍ୟାପକ କରିବା ପାଇଁ ବକ୍ତାମାନେ ଆହ୍ବାନ କରିଥିଲେ। ଏହି ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ସି ଆଇ ଟି ୟୁ ଜିଲ୍ଲା ନେତା ବି ପି ମହାପାତ୍ର,ରାଜ କିଶୋର ପ୍ରଧାନ, ଯଯାତି କେଶରୀ ସାହୁ, ତାଜମୁନ୍ ନେହାର,ଅଜୟ ଶର୍ମା, ସାଲୋମୀ ମିଞ୍ଜ, ରତ୍ନାକର ନାୟକ, ସୁରେନ୍ଦ୍ର ମହାନ୍ତି, ଲକ୍ଷ୍ମୀଧର ନାୟକ, ବିଶ୍ଵଜିତ ମାଝୀ, ଏନ୍ ଏନ୍ ପାଣିଗ୍ରାହୀ, ଅରୁଣ ମହାରଣା, ପ୍ରଦୀପ ସେଠୀ, ସଚିନ୍ ରାୟ, ପ୍ରଦୋଷ ପରିଡ଼ା, ବିକ୍ରମ ଜଗତି, ସୁରେଶ ବେଉରିଆ,ଜେ କେ ସାହୁ, ପ୍ରମୋଦ ପରିଡ଼ା, ଜନ୍ମେଜୟ ଘୋଷ, କୁନ୍ଦନ ବେହେରା,ରାଜୀବ ବସନ୍ତରାୟ ପ୍ରମୁଖ ଙ୍କ ସମେତ ବହୁ ଶ୍ରମିକ ସାମିଲ ହୋଇଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ବସ୍ତି ଅଂଚଳରେ ମଦ ବିକ୍ରି ବନ୍ଦ ପାଇଁ ଅଣ୍ଟାଭିଡିଲା ‘ଆଶ୍ରା

Sunil Chandra Nayak

ଅପରେସନ ସିନ୍ଦୁର ଯୋଜନାରେ ୧୦୦୭ ୟୁନିଟ ରକ୍ତ ସଂଗ୍ରହ ବିଧାୟକ ଦୁର୍ଗା ତନ୍ତୀଙ୍କ ସଂକଳ୍ପକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପ୍ରଶଂସା

Sunil Chandra Nayak

ଆଦିକବି ସାରଳା ଦାସ ମହାବିଦ୍ୟାଳୟରେ ଓଡ଼ିଆ ଭାଷା ସାହିତ୍ୟର ବାର୍ଷିକ ଉତ୍ସବ

Sunil Chandra Nayak

Leave a Comment

error: Content is protected !!