ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାଉଗୁଡ଼ା ଉଚ୍ଚ ବିଦ୍ୟାଳୟରେ ୫-ଟି ରୂପାନ୍ତରଣ ବୈଠକ ଅନୁଷ୍ଠିତ

ଲାଞ୍ଜିଗଡ଼,୩୦/୦୫(ମନିସ)-ରାଜ୍ୟ ସରକାରଙ୍କ ୫-ଟି କାର୍ଯ୍ୟକ୍ରମ ଦ୍ବାରା ବିଭିନ୍ନ ବିଭାଗକୁ ଯୋଡ଼ାଯିବା ପରେ ଶିକ୍ଷା ବ୍ୟବସ୍ଥା ଓ ଭିତ୍ତିଭୂମିରେ ପରିବର୍ତ୍ତନ ପାଇଁ ହାଇସ୍କୁଲଗୁଡ଼ିକୁ ୫-ଟି ଦ୍ବାରା ରୂପାନ୍ତରଣ ହାତକୁ ନିଆଯାଇଛି ! ହାଇସ୍କୁଲଗୁଡ଼ିକର ରୂପାନ୍ତରଣ କାର୍ଯ୍ୟକ୍ରମର ତ୍ରୁତୀୟ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ ଏଥିରେ ଲାଞ୍ଜିଗଡ଼ ବ୍ଲକର ହାଇସ୍କୁଲଗୁଡ଼ିକ ସାମିଲ ହୋଇଛି ! ଏଇକ୍ରମରେ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ବାରା ପରିଚାଳିତ କାଉଗୁଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟକୁ ୫-ଟି ରୂପାନ୍ତରଣ କାର୍ଯ୍ୟକ୍ରମରେ ସାମିଲ କରାଯାଇଛି ! ଏଇକ୍ରମରେ ଆଜି ବିଦ୍ୟାଳୟ ପରିସରରେ ୫-ଟି ରୂପାନ୍ତରଣ ବୈଠକ ଅନୁଷ୍ଠିତ ହୋଇଥିଲା ! ଏଥିରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ଲାଞ୍ଜିଗଡ଼ ବିଡିଓ ଜିତେନ୍ଦ୍ର କୁମାର ମିଶ୍ର, ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ସୁଢଳଦେବ ମୁଣ୍ଡ, ଲାଞ୍ଜିଗଡ଼ରୋଡ଼ ସରପଞ୍ଚ ସୁଶ୍ରୀ ମମତା ଶବର, ସମାଜସେବୀ ହରିଶଙ୍କର ପାତ୍ର, ଚନ୍ଦ୍ରଶେଖର ମହାପାତ୍ର, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି କଳାକ୍ରୁଷ୍ଣ ଶବର ପ୍ରମୁଖ ମଞ୍ଚାସୀନ ଥିଲେ ! ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁପ୍ରଭା ଦୋରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଶିକ୍ଷକ ସନ୍ଦୀପ କୁମାର ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ! ଏଇ ଅବସରରେ ବହୁ ସଂଖ୍ୟକ ଛାତ୍ରଛାତ୍ରୀ, ଅଭିଭାବକ, ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟ, ସଭ୍ୟାମାନେ ଉପସ୍ଥିତ ଥିଲେ ! 

ଲାଞ୍ଜିଗଡ଼ ବ୍ଲକ ପ୍ରତିନିଧି ସୁଶୀଲ କୁମାର ବାଗଙ୍କ ରିପୋର୍ଟ

Related posts

ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ

ପୁଣି ଚାଷଜମି ମୁଁହା ଜଙ୍ଗଲି ହାତୀ, ନଷ୍ଟ କରିଛନ୍ତି ଧାନ ଓ କପା ଫସଲ ,ଜଗି ରହିଛନ୍ତି ବନ ବିଭାଗ କର୍ମଚାରୀ 

masiha

ବୁର୍ଡା ଛକ ଠାରେ ସ୍କର୍ପିଓ ପିଟିଲା ଠିଆ ହୋଇଥିବା ଟ୍ରକ୍‌କୁ , ୧ ମୃତ, ୪ ଗୁରୁତର

Sunil Chandra Nayak

Leave a Comment

error: Content is protected !!