ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଞ୍ଚାୟତ ରାଜ ଓ ପାନୀୟ ଜଳ ଯୋଗାଣ ଅତିରିକ୍ତ ସଚିବ ଙ୍କୁ କାର୍ଯ୍ୟରତ ଏସ,ଇଏମ କର୍ମଚାରୀ ଙ୍କ ଦାବୀ ପତ୍ର ପ୍ରଦାନ

ଗୋଳାମୁଣ୍ଡା/୨୯/୫/ମସିହା,/ଓଡ଼ିଶା ପାଇପ ଜଳ କର୍ମ ଚାରୀ ସଂଘ ପକ୍ଷରୁ ମାନ୍ୟବର ନିର୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ପଞ୍ଚାୟତ ରାଜ ଓ ପାନୀୟ ଜଳ ବିଭାଗଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି, କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ପାଣି ପାଇପ ଓ ନଲ କୁପ୍ ମେକାନିକ (ଏସ୍ ଇ ଏମ୍ କର୍ମଚାୀମାନେ )ଏକତ୍ରିତ ହେଇ ଜିଲ୍ଲା ସଭାପତି ଶ୍ରୀ ଜୀତେନ୍ଦ୍ରନାଇକ ଙ୍କ ନେତ୍ରୁତରେ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି, ତାଙ୍କ ମୁଖ୍ୟ ଦାବି ହେଉଛି ଏସ ଇ ଏମ୍ କର୍ମଚାରି ଙ୍କୁ ସର୍ବ ନିମ୍ନ ମଜୁରୀ ପ୍ରଦାନ ପାଇ ଆସୁଛନ୍ତି । ୨୦୦୧ ମସିହା ଠାରୁ ୨୦୨୩ ମସିହା ୨୨ ବର୍ଷ ଧରି ଏସ ଏ ଏମ୍ ମାନେ କାଯ୍ୟ କରି ଆସୁଛନ୍ତି, ସେମାନଙ୍କୁ ୫୦୦ ଶହ ଟଙ୍କା ରୁ କାର୍ଯ୍ୟ କରି ବର୍ତ୍ତମାନ ମାସିକ ଦରମା ୨୦୦୦ ହଜାର ଟଙ୍କା ପ୍ରଦାନ କରୁଛନ୍ତି । ତାଙ୍କୁ ଦୈନିକ ମଜୁରୀ ୬୬ ଟଙ୍କା ପ୍ରଦାନ କରୁଛନ୍ତି, ଶ୍ରମ ବିଭାଗ ନିର୍ଦ୍ଦେଶକ ଅନୁସାରେ ଅଣକୁସଲି ଶ୍ରମିକଙ୍କ ପାଇଁ ଦୈନିକ ମଜୁରୀ୩୧୧ଟଙ୍କା ଥିବାବେଳେ କୁଶଳୀ ଶ୍ରମିକଙ୍କର ୩୫୧,୪୦୧ରହିଛି, କିନ୍ତୁ ପଞ୍ଚାୟତ ସ୍ତରରେ ଏସ ଇ ଏମ କର୍ମଚାରୀ ମାନଙ୍କ ଦୈନିକ ମଜୁରି ୬୭ଟଙ୍କା ପାଉଛନ୍ତି, ଏହି ସ୍ୱଳ୍ପ ମୂଲ୍ୟରେ ଜଣେ ପରିବାର ପ୍ରତିପୋଷଣ କରିବେ କିପରି,ତେଣୁ ଦୈନିକ ମଜୁରି ମୂଲ୍ୟ ବୃଦ୍ଧି କରିବା ପାଇଁ ଗୋଳାମୁଣ୍ଡା ଓ ଜୁନାଗଡ଼ର କାର୍ଯ୍ୟରତ କର୍ମଚାରୀ ମାନେ ମିଳିତ ଭାବେ ଅତିରିକ୍ତ ଶାସନ ସଚିବଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ, ଏହି ସମୟରେ ପିଡ଼ି ଡିଆରଡି ଏ ସଚିନ ପାୱାର,ବିଡ଼ିଓ ଶ୍ରୀ ଧରପଣ୍ଡା, ବ୍ଲକ ଅଧକ୍ଷ ବିନ୍ଦୁ ମହାନନ୍ଦ ଉପସ୍ଥିତ ଥିଲେ, ,  ଗୋଲାମୁଣ୍ଡା ଏସ ଇ ଏମ୍ କର୍ମଚାରି ପକ୍ଷରୁ ଜୀତେନ୍ଦ୍ର କୁମାର ନାଏ,ମଧୁ ମାଝୀ, ଉଛବ ଟୋଲଟିଆ, ଋଷିମଣି ଟୋଲଟିଆ, ମହେନ୍ଦ୍ର ନାଇକ, ରମେଶ ଚନ୍ଦ୍ର ନାଇକ ରଙ୍ଗା ଧର ଅଧିକାରୀ କ୍ଷୀରସିନ୍ଧୁ ପରମେଶ୍ବର ପ୍ରମୁଖ ଉପସ୍ଥିତ ରହି ଦାବି ପତ୍ର ପ୍ରଦାନ କରିଥିଲେ, ।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ, ପ୍ରଗତିଶୀଳ ମସିହା

Related posts

ସାନ୍ତାଳୀ ଭାଷା ବିଜୟ ଦିବସ ପାଳିତ 

Sunil Chandra Nayak

ସୁନାବେଡ଼ା ହାଲ୍ ବିସ୍ଥାପିତ ପରିବାର ବାସହରା ଙ୍କୁ ନେଇ ସାମ୍ବାଦିକ ସମ୍ବିଳନୀ

Sunil Chandra Nayak

ଲକ୍ଷ୍ମୀପୁର ମେଡିକାଲ ସମ୍ମୁଖରେ ନୂତନ ପାଥୋଲାବ ଖୋଲାଗଲା

masiha

Leave a Comment

error: Content is protected !!