ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଜୁଳି ଚଡ଼କରେ ୩ ଗାଈ ଚରାଳୀ ଗୁରୁତ୍ୱର ଓ ୨୧ ଗାଈ ଓ ୩ ଛେଳି ମୃତ 

ବନ୍ଧୁଗାଁ ତା,୩୦।୫।୨୩, ଗତକାଲି କାଳ ବୈଶାଖୀ ଯୋଗୁଁ ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଆମ୍ପାବଲି ଗ୍ରାମ ପଞ୍ଚାୟତର ରଙ୍ଗିଣୀଗୁଡା ଗ୍ରାମରେ ଏକ ଗୋରୁ ଗୋଠରେ ବିଜୁଳି ଚଡକ ପଡିବା ଦ୍ୱାରା ୩ ଜଣ ଗାଈ ଚରାଳୀ ଗୁରୁତର ହେବା ସହ ୨୧ ଟି ଗାଈ ଓ ୩ ଟି ଛେଳି ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି I ମୃତ୍ୟୁ ହୋଇଥିବା ଏହି ଖବର ଶୁଣି କାଳ ବିଳମ୍ବ ନକରି ଯଥା ଶୀଘ୍ର ଘଟଣା ସ୍ଥଳରେ ପହଞ୍ଚିଥିଲେ ପଟାଙ୍ଗି ବ୍ଲକର ଯୋନ ୨ର ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ଲଇଛନ ଖରା I ପହଞ୍ଚି ପଞ୍ଚାୟତର ସରପଞ୍ଚଙ୍କୁ ଖବର ଦେବା ପରେ ଘଟଣା ସ୍ତଳକୁ ସ୍ଥାନୀୟ ସରପଞ୍ଚ,ରାଜସ୍ବ ନିରୀକ୍ଷକ, ପଟ୍ଟାଙ୍ଗି ପ୍ରାଣୀ ଚିକିତ୍ସାଳୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ଓ ସରକାରୀ ସହାୟତା ଯୋଗାଇ ଦେବା ପାଇଁ କହିଥିଲେ ଓ ବିଜୁଳି ଚଡକ ରେ ଆହତ ହୋଇଥିବା ବ୍ୟକ୍ତିଙ୍କ ଘରକୁ ଯାଇ ଦେଖା କରିଥିଲେ ଓ ନିଜସ୍ୱ ଅର୍ଥରୁ କିଛି କିଛି ଟଙ୍କା ସହଯୋଗ କରିଥିଲେ ଓ ପରେ ଆଉ ଜଣେ  ବିଜୁଳି ଚଡକରେ ଆହତ ହୋଇଥିବା ଏକ ମହିଳା ଶୁଙ୍କି ପଞ୍ଚାୟତ ଅନ୍ତର୍ଗତ ଗୌଡ଼ଗୁଡାର ତାଙ୍କୁ ମଧ୍ୟ ଯାଇ ଦେଖା କରିବା ସହ ସ୍ୱାସ୍ଥ୍ୟବସ୍ତା ବୁଝିଥିଲେ ଓ ଫେରିବା ସମୟରେ ନିଜସ୍ୱ ଅର୍ଥ ରାଶିରୁ କିଛି ଟଙ୍କା ଦେଇ ସହଯୋଗ କରି ଥିଲେ ତାଙ୍କ ସହ ଶୁଙ୍କି ପଞ୍ଚାୟତ ଯୁବନେତା ରବି ନାପ୍ରି ମଧ୍ୟ ଉପସ୍ଥିତ ରହିଥିଲେ I ଏପରି ଦୁଃଖ ସୁଖ କାର୍ଯ୍ୟରେ ଲୋକଙ୍କୁ ପାଖକୁ ଯାଇ ଲୋକଙ୍କ ଦୁଃଖ ସୁଖରେ ଛିଡ଼ା ହୋଇ ସେମାନଙ୍କ ଦୁଃଖକୁ ବୁଝି ନିଜ ଆପଣର ଭାବି ସହଯୋଗ କରି ଚର୍ଚାରେ ରହି ଆସୁଥିବା ବ୍ୟକ୍ତିଙ୍କ ପାଇଁ ପୋଟାଙ୍ଗି ବ୍ଲକ ଅଞ୍ଚଳବାସୀ ସାଧୁବାଦ କହିଥିବାର ଶୁଣିବାକୁ ମିଳିଛି I

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ 

Related posts

ମୁଖ୍ୟ ଚିକତ୍ସାଲୟ ରେ ବିରଳ ଚିକିତ୍ସା

Sunil Chandra Nayak

ସମସ୍ୟା ଘେରରେ କୃଷକ ପରାମର୍ଶ କେନ୍ଦ୍ର 

masiha

ଜଳ ଯୋଗାଣ ଅଫିସ୍ ଗେଟ ରେ ପିଟି ହୋଇ ମଟର ସାଇକଲ ଚାଳକ ମୃତ

Sunil Chandra Nayak

Leave a Comment

error: Content is protected !!