ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଇନ୍ଦ୍ରାବତୀ ଜଳଭଣ୍ଡାର କୁ ଗାଧେଇବାକୁ ଯାଇ ପାଣିରେ ବୁଡି ବୃଦ୍ଧାଙ୍କ ମୃତ୍ୟୁ

ଥୁଆମୂଳ ରାମପୁର:୩୦/୦୫ – (ମନିସ):- ଇନ୍ଦ୍ରାବତୀ ଜଳଭଣ୍ଡାର କୁ ଗାଧୋଇବା କୁ ଯାଇ ପାଣିରେ ଭାସିଯାଇ ବୃଦ୍ଧା ଜଣକ ମୃତ୍ୟୁବରଣ କରିଥିବା ଅଭାବନୀୟ ଘଟଣା ଜଣାପଡ଼ିଛି।ସୂଚନା ରୁ ଜଣାପଡିଛି ଯେ,କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ପାଡେପଦର ଗ୍ରାମପଞ୍ଚାୟତ ଅନ୍ତର୍ଗତ ସାନଛତରଙ୍ଗ ଗ୍ରାମର ବୋଲି ଜଣାପଡିଛି। ଗ୍ରାମର ବେହୁ ମାଝୀଙ୍କ ସ୍ତ୍ରୀ ଦୀପାଇ ମାଝୀ (୬୨) ଆଜି ସକାଳ ଇନ୍ଦ୍ରାବତୀ ଜଳ ଭଣ୍ଡାର କୁ ଗାଧେଇବା କୁ ଯାଇଥିବା ବେଳେ ଗୋଡ ଯିବାରୁ ପାଣିରେ ବୁଡି ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ଏନେଇ ପୋଲିସ କୁ ଖବର ଦିଆଯିବାରୁ ଘଟଣା ସ୍ଥାନରେ ମହୁଲପାଟଣା ପୋଲିସ ଫାଣ୍ଡି ଏଏସ୍ଆଇ ଓ ତାଙ୍କ ସହକର୍ମୀ ଅନ୍ଯମାନଙ୍କ ମଧ୍ୟରେ ପାଡେପଦର ଗ୍ରାମପଞ୍ଚାୟତ ସମିତି ସଭ୍ଯ ମୋହନ ସାଗର,ସମାଜ ସେବୀ ଶଙ୍କର ପ୍ରସାଦ ନାଏକ ଘଟଣା ସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ଶବ ବ୍ଯବଛେଦ ପାଇଁ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ। ପରେ ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରି ଏକ ଅପମୃତ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ଜଣାପଡିଛି।

ବଲଭଦ୍ର ବାଗ ଙ୍କ ରିପୋର୍ଟ 

Related posts

ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ରେ ଚାଲିଥିବା କାମ ନିମ୍ନମାନର ହେଉଥିବା ଅଭିଯୋଗ 

Sunil Chandra Nayak

ସ୍ୱାମୀଜୀ ଯୁବକ ସଂଘ ପକ୍ଷରୁ ମାଟ୍ରିକ୍ ଟପ୍ପର ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା 

ଷୋହଳ ପ୍ରହର ନାମଯଜ୍ଞ ପାଇଁ କଳସ ଶୋଭାଯାତ୍ରା

masiha

Leave a Comment

error: Content is protected !!