ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଧାନ ବ୍ୟବସାୟୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟ୍ ଘଟଣାରେ ଜଣେ ଗିରଫ୍

ବନ୍ଧୁଗାଁ ତା,୨୯।୦୫।୨୩,କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ ବାଗାମ୍ ଗ୍ରାମ ନିକଟରେ ଜଣେ ଧାନ ବ୍ୟବସାୟୀ ଗୌରୀଶଙ୍କର ରାଓ ଙ୍କ ଠାରୁ ୨.୩୩ ଲକ୍ଷ ଟଙ୍କା ଲୁଟ ଘଟଣାର ପର୍ଦା ଫାସ୍ କରିଛି ନାରାୟଣପାଟଣା ପୋଲିସ। ଘଟଣାରୁ ପ୍ରକାଶ ଯେ ଆନ୍ଧ୍ର ପ୍ରଦେଶର ପାର୍ବତିପୁର୍ ଜିଲ୍ଲା ଚିନା ମାରିକି ଗ୍ରାମର ଗୌରୀ ଶଙ୍କର ନାମକ ଜଣେ ବ୍ୟବସାୟୀ ଧାନ କିଣିବାକୁ ନାରାୟଣପାଟଣା ବ୍ଲକ ଅନ୍ତର୍ଗତ ବୋରିଗୀ ଗ୍ରାମକୁ ଗତ ୨୩ ତାରିଖରେ ଆସିଥିଲେ।ଏହାର ସୁଯୋଗ ନେଇ ସେଠାକାର ଜଣେ ଯୁବକ ଉକ୍ତ ବ୍ୟବସାୟୀଙ୍କୁ ହୋଟେଲରେ ଛାଡିଦେବି କହି ୫ କିଲୋମିଟର ନିଜର ବାଇକରେ ନେଇ ନିଜର କିଛି ସହଯୋଗିଙ୍କ ସହୟତାରେ ତାଙ୍କ ଠାରୁ ଟଙ୍କା ଲୁଟ କରିଥିଲା।ଏନେଇ ବ୍ୟବସାୟୀ ଜଣକ ନାରାୟଣପାଟଣା ଥନାର ଦ୍ଵାରସ୍ଥ ହୋଇ ଲିଖିତ ଅଭିଯୋଗ କରିଥିଲେ।ଘଟଣାକୁ ଛଅଦିନ ବିତି ଜିବା ପରେ ଆଜି ଜଣକୁ ପୋଲିସ ଗିରଫ କରି କୋର୍ଟ୍ ଚାଲାଣ କରିଥିବା କହିଛି।

ଏହି ଘଟଣାରେ ବିରିପୁର ଗ୍ରାମର ସନ୍ତୋଷ ଖସ୍ଲା ଙ୍କୁ ଗିରଫ କରାଯାଇ ଥିବା ବେଳେ ତାଠାରୁ ଏକ ଲକ୍ଷ ଅଠର ହଜାର ଟଙ୍କା ସହ ଏକ ବାଇକ୍ ଓ ଗୋଟିଏ ମୋବାଇଲ ଫୋନ ଜବତ କରାଯାଇଥିବା ଲକ୍ଷ୍ମୀପୁର ଏସ୍.ଡ଼ି.ପି ଓ ଅଶ୍ବିନି କୁମାର ନାୟକଙ୍କ ତରଫରୁ ସୂଚନା ମିଳିଛି।ଏନେଇ ନାରାୟଣପାଟଣା ଥାନାରେ ୪୩/୨୩ ରେ ଏକ ମାମଲା ରୁଜୁ କରାଯାଇଛି।ଏଥିରେ ସମ୍ପୃକ୍ତ ଥିବା ସନ୍ତୋଷ ଖସଲା ପୋଲିସ ହାତରେ ଧରା ପଡିବା ପରେ ଅନ୍ୟମାନଙ୍କୁ ଖୋଜା ଚାଲିଥିବା ଶ୍ରୀଯୁକ୍ତ ନାୟକ କହିଛନ୍ତି।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ 

Related posts

ଅଜଣା ବ୍ୟକ୍ତିର ଗଳିତ ଶବ ଜଙ୍ଗଲରୁ ଉଦ୍ଧାର : ଶବ ଜବତ କଲା ମ.ରାମପୁର ପୁଲିସ

ବେଆଇନ ମଦ ସହିତ ଚାରି ଜଣଙ୍କୁ ଗିରଫ କଲା ଅବକାରୀ

masiha

ଭବାନୀପାଟଣା ବିଇଓ ଅଫିସ ରୁ ଅର୍ଥ ହଡ଼ପ ଘଟଣା ସୁଚିସ୍ମିତା କୁ ରିମାଣ୍ଡ ରେ ନେଲା ପୋଲିସ…ମୁହଁ ଖୋଲିଲା ସୁଚିସ୍ମିତା

Sunil Chandra Nayak

Leave a Comment

error: Content is protected !!