ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଯୁକ୍ତ ୨ ବିଜ୍ଞାନ ପରିକ୍ଷା ରେ ଛାତ୍ରୀ ମାନଙ୍କ ସଫଳତା

ଡାବୁଗାଁ, ୩୧/୫ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧିନ ଜିଲା ଅନୁସୁଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଚଳିତ ବର୍ଷ +୨ ବିଜ୍ଞାନ ରେ ବିଦ୍ୟାଳୟ ରୁ ୧୦୭ ଜଣ ଛାତ୍ରୀ ଙ୍କ ମଧ୍ୟରୁ ୧୦୫ ଛାତ୍ରୀ ପାସ କରିଛନ୍ତି | ଏଥିରେ ୧୨ ଜଣ ପ୍ରଥମ, ୨ୟ ଶ୍ରେଣୀରେ ୩୦ ଜଣ ଓ ୩ୟ ଶ୍ରେଣୀରେ ୬୩ ଜଣ ଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । ବିଦ୍ୟାଳୟରେ ୯୮.୧୩ ପ୍ରତିଶତ ପରିକ୍ଷା ଫଳ ହୋଇ ଥିବାରୁ ଅଧ୍ୟକ୍ଷା କିରଣମାଳା ତିର୍କୀ ସନ୍ତୋଷ ବ୍ୟକ୍ତ କରିବା ସହିତ ସମସ୍ତ ଶିକ୍ଷୟତ୍ରୀ ଶିକ୍ଷକ ମାନଙ୍କୁ ଛାତ୍ରୀ ମାନେ ଧନ୍ୟବାଦ ଦେଇଛନ୍ତି । ପରିକ୍ଷା ଫଳ ପ୍ରକାଶ ପରେ ଅଧକ୍ଷ, ସମସ୍ତ ଶିକ୍ଷୟତ୍ରୀଶିକ୍ଷକ, ଅଭିଭାବକ ଓ ଛାତ୍ରୀ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଜିଲା ମଙ୍ଗଳ ଅଧିକାରୀ ପାଲକା ରବୀନ୍ଦ୍ର ଉକ୍ତ ପରିକ୍ଷା ଫଳରେ ସନ୍ତୋଷ ବ୍ୟକ୍ତ କରି ଛାତ୍ରୀ ମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଉଚ୍ଚତ୍ତର ଶିକ୍ଷା ରେ ସଫଳ ହେବା ନେଇ ଆଶୀର୍ବାଦ ପ୍ରଦାନ କରିଛନ୍ତି । ସମସ୍ତ ଛାତ୍ରୀ ମାନେ ଉକ୍ତ ବିଦ୍ୟାଳୟ ର ଅଧ୍ୟକ୍ଷା, ଶିକ୍ଷୟତ୍ରୀ ଶିକ୍ଷକ, ପରିଚାଳନା କମିଟି ଓ ସମସ୍ତ କର୍ମକର୍ତ୍ତା ମାନଙ୍କୁ ଧନ୍ୟବାଦ ଦେବା ସହିତ ଉକ୍ତ ବିଦ୍ୟାଳୟ ପରିବେଶ କୁ ମଧ୍ୟ ଧନ୍ୟବାଦ ପ୍ରଦାନ କରିଥିଲେ | ଏହି ବିଦ୍ୟାଳୟର ଛାତ୍ରୀ ମୀନା ମେହେରା ୪୪୮ ନମ୍ବର ବା ୭୪.୬୭ ପ୍ରତିଶତ ନମ୍ବର ରଖି ବିଦ୍ୟାଳୟରେ ପ୍ରଥମ ହୋଇଛନ୍ତି |

ଡାବୁଗାଁରୁ ପ୍ରଜ୍ଞା ରଞ୍ଜନ ପରିଡ଼ାଙ୍କ ରିପୋର୍ଟ

Related posts

ସମାଜ ସେବୀ ରସିକ ମଙ୍ଗରାଜ ଆଉ ନାହାନ୍ତି

Sunil Chandra Nayak

ଗୋଲାମୁଣ୍ଡାରେ ପ୍ରଭୁ ଶ୍ରୀରାମ ମନ୍ଦିର ପାଇଁ ଭୂମି ପୂଜନ ଅନୁଷ୍ଠିତ

Sunil Chandra Nayak

ଗୋପାଳପୁର, ମହୁଲଖୋଳି ଗ୍ରାମରେ ହାତୀ ଉପଦ୍ରବ ପନି ପରିବା ଫସଲ ନଷ୍ଟ

Sunil Chandra Nayak

Leave a Comment

error: Content is protected !!