ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଟିଆରେ ଖ୍ରୀଷ୍ଟୀୟ  ଆତ୍ମିକ ଉଦ୍ଧିପନା କାର୍ଯ୍ୟକ୍ରମ

ବନ୍ଧୁଗାଁ ତା,୩୧/୫/୨୩, କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକ୍ ଅନ୍ତର୍ଗତ କୋଟିଆ ଗ୍ରାମରେ ଆତ୍ମିକ ଉଦ୍ଦୀପନା ଦୁଇଦିନ ଧରି ଚାଲିଥିବା ସଭାରେ ମୁଖ୍ୟ ପ୍ରବକ୍ତା ଭାବରେ ଜିଲ୍ଲା ପରିସଦ ସଭ୍ୟ ଲୋଇଚନ ଖରାଙ୍କୁ ନିମନ୍ତ୍ରଣ କରାଯାଇଥିଲା I ଏହି କାର୍ଯ୍ୟକ୍ରମରେ ଶ୍ରୀ ଖରା ଯୋଗ ଦେଇ କ୍ରିଷ୍ଟିୟ ଧର୍ମାଲମ୍ବି ମାନଙ୍କ ପାଇଁ ପ୍ରଭୁ ଯୀଶୁଙ୍କ ନାମରେ କିଛି ବାକ୍ୟ ଉପସ୍ଥାପିତ କରିବା ସହ ପ୍ରଭୁ ଯୀଶୁଙ୍କ ବିଷୟରେ କିଛି ଭଲ ଭଲ କାବ୍ୟ କହି ଲୋକଙ୍କ ମନକୁ ଜିଣି ପାରିଥିଲେ I ଏହି କାର୍ଯ୍ୟରେ ନିଜ ଅଞ୍ଚଳ ଅନ୍ୟ ଜିଲ୍ଲାରୁ ମଧ୍ୟ ପାଳକ ମାନେ ଏକତ୍ରିତ ହୋଇ କାର୍ଯ୍ୟକ୍ରମ କରିବାରେ ସୁଫଲ ହୋଇଥିବାର ଦେଖିବାକୁ ମିଳିଛି I ପଟାଙ୍ଗି ବ୍ଲକର ନିଜ ଅଞ୍ଚଳରେ ଯେଉଁ କୌଣସି କାର୍ଯ୍ୟ ହେଲେ ମଧ୍ୟ ଲୋକେ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ଲଇଚନ ଖରାଙ୍କୁ ପ୍ରଥମେ ମନେ ପକାଇ ତାଙ୍କୁ ନିମତ୍ରଣ କରିଥାନ୍ତି I ସେହିପରି ଏହି ଯୀଶୁଙ୍କର କାର୍ଯ୍ୟରେ ମଧ୍ୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିଷ୍ଠାର ସହିତ ଯିଶୁ କ୍ରିଷ୍ଟଙ୍କ ନୀତି ଆଦର୍ଶରେ ଜୀବନ ଯାପନ କାଟିବା ସହ ଯିଶୁ ଯେଭଳି ଲୋକଙ୍କ ଧରା ପୃଷ୍ଠକୁ ଆସି ଆମର ପାପ ପାଇଁ କୃଷରେ ନିଜର ଜୀବନକୁ ବୋଧିତ କଲେ ଓ ମୁଣ୍ଡରେ କଣ୍ଟାର ମୁକୁଟ ପିନ୍ଧାଇଲେ ତାହା ଓ ଆମେ ପୃଥିବୀରେ ରହି ଅନେକ ପାପ କରିଥିବାରୁ ଆମ ପାଇଁ ଆସି ଲୋକଙ୍କ ସେବା କରିଥିଲେ ସେଭଳି ଆମେ ବଞ୍ଚିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି । ଦୂର ଦୁରାନ୍ତରୁ ଆସି ପ୍ରାୟ ଏକ ହଜାର ଲୋକ ଏହି ସଭାରେ ଯୋଗ ଦେଇଥିଲେ । ମୁଖ୍ୟ ବକ୍ତା ପାଳକ ନିରଞ୍ଜନ ତୁରୁକୁ ଶ୍ରୀ ଖରା କୁ ଆପଣକଂ ଭଳି ନେତା ଯିଏ କି ସର୍ବଦା ଲୋକଙ୍କ ପାଖରେ ପହଞ୍ଚି ଦୁଃଖ, ସୁଖ ସମୟରେ ଠିଆ ହୁଅନ୍ତି ସିଏ ହି ପ୍ରକୂତ ସେବକ ବୋଲି ତାଙ୍କୁ ପ୍ରଶଂସା କରିଥିଲେ ଓ ତାଙ୍କ ଜୀବନ ସୁଖମୟ ହଉ ବୋଲି ପ୍ରଥନା କରିଥିଲେ ।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ 

Related posts

ଭୈରବ ସ୍ନାତକ ମହାବିଦ୍ୟାଳୟ ରେ ଜିଲା ଶିଳ୍ପ କେନ୍ଦ୍ର ତରଫରୁ ନିଯୁକ୍ତି ଭିତ୍ତିକ ତାଲିମ ଶିବିର ଅନୁଷ୍ଠିତ

masiha

ଧର୍ମଗଡ ଏନଏସି ଅଧିନରେ ଥିବା ଦୋକାନ ଗୃହ ଭଡ଼ା ବୃଦ୍ଧି ନେଇ ଅସନ୍ତୋଷ

ମର୍ମନ୍ଦୁନ୍ତ ଦୁର୍ଘଟଣା,  ଜଣେ ମୃତ ପାଞ୍ଚଜଣ ଗୁରୁତର

masiha

Leave a Comment

error: Content is protected !!