ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବବିତା ପଟ୍ଟଯୋଷୀ ହେଲେ ଧର୍ମଗଡ ବ୍ଲକ ଅଧ୍ୟକ୍ଷା । ନିର୍ଦ୍ଵନ୍ଦରେ ହେଲେ ନିର୍ବାଚିତ

ଧର୍ମଗଡ– ୧୨/୩/୨୨ ଧର୍ମଗଡ ବ୍ଲକ ର ଅଧ୍ୟକ୍ଷ ଭାବରେ ବବିତା ପଟ୍ଟଯୋଷୀ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି । ଆଜି ପଞ୍ଚାୟତ ରାଜ ନିର୍ବାଚନ ରେ ବ୍ଲକ ଅଧ୍ୟକ୍ଷ ପଦବୀ ପାଇଁ ଧର୍ମଗଡ ବ୍ଲକ ରେ ନିର୍ବାଚନ ବ୍ୟବସ୍ଥା କରାଯାଇଥିଲା । ନିର୍ଦ୍ଧାରିତ ସମୟ ମଧ୍ୟରେ ବବିତା ପଟ୍ଟଯୋଷୀ ଙ୍କ କେବଳ ଗୋଟିଏ ନାମାଙ୍କନ ଦାଖଲ ହୋଇଥଲା ଫଳ ରେ ତାଙ୍କୁ ନିର୍ଦ୍ଵନ୍ଦରେ ନିର୍ବାଚିତ ଘୋଷଣା କରାଯାଇ ଥିଲା । ଗୋଲାମୁଣ୍ଡା ବିଡ଼ିଓ ସ୍ନିଗଧା ରାଣୀ ପ୍ରଧାନ ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତ ହୋଇ ଥିଲେ । ସୂଚନା ଯୋଗ୍ୟ ଯେ ଶ୍ରୀମତୀ ପଟ୍ଟଯୋଷୀ ସମିତି ସଭ୍ୟ ଭାବେ ମଧ୍ୟ ଡୁମେରଗୁଡା ଗ୍ରାମ ପଞ୍ଚାୟତ ରୁ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି । ଧର୍ମଗଡ ବ୍ଲକ ରେ ପାନୀୟ ଜଳ ସମସ୍ୟା, ରାସ୍ତାଘାଟ ର ଉନ୍ନତି କରଣ ଏବଂ ପ୍ରାଥମିକ ଶିକ୍ଷା ର ବିକାଶ ପାଇଁ ବିଦ୍ୟାଳୟ ର ଉନ୍ନତିକରଣ ତାଙ୍କ ର ପ୍ରାଥମିକତା ହେବ ବୋଲି ସେ ପ୍ରତିକ୍ରିୟା ରେ ପ୍ରକାଶ କରିଛନ୍ତି । ଆଜି ବିଜୟୀ ଘୋଷିତ ହେବା ପରେ ଏକ ଭବ୍ୟ ବିଜୟ ଶୋଭା ଯାତ୍ରା ସହର ପରିକ୍ରମା କରିଥିବା ବେଳେ ବିଭିନ୍ନ ମହଲ ରୁ ତାଙ୍କ ପ୍ରତି ଶୁଭେଚ୍ଛା ର ସୁଅ ଛୁଟିଛି ।

ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ।

Related posts

ଜୟ କୁମାର ମିଶ୍ର  ଙ୍କ ବ୍ୟଙ୍ଗ କବିତା ଇସ୍ତାହାର

Sunil Chandra Nayak

ବିଦ୍ୟାଳୟର ସ୍ଵର୍ଣ୍ଣିମ ଉତ୍ସବ ପାଳନ

Sunil Chandra Nayak

ଆଇସିକ୍ୟୁସିସି – ୨୨ : ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାରର ୫ଟି ସ୍ଵର୍ଣ ପଦକ ହାସଲ

Sunil Chandra Nayak

Leave a Comment

error: Content is protected !!