ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜେକେ କାଗଜ କଳରେ ମହାସମାରୋହରେ ସୁରକ୍ଷା ସପ୍ତାହ ପାଳିତ

ରାୟଗଡା– ୧୧/୩- ମ.ନି.ସ:- ରାୟଗଡା ଜିଲ୍ଲାରେ ଥିବା ଜେକେ ପେପର ମିଲ ଠାରେ କାର୍ଯ୍ଯକରୁଥିବା ସମସ୍ତ କର୍ମକର୍ତ୍ତା ଓ ଶ୍ରମିକ ମାନଙ୍କୁ ନେଇ ସୁରକ୍ଷା ସପ୍ତାହ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରେ ଏକ ସଭା କାର୍ଯ୍ଯ ଅନୁଷ୍ଠିତ ହୋଇଥିଲା। ଏହି ସଭାରେ କମ୍ପାନୀର ମୂଖ୍ଯ ନିର୍ଦ୍ଦେଶକ ତଥା ପରିଚାଳକ ଉଦବୋଧନ ଦେଇ କହିଥିଲେ ଯେ, କମ୍ପାନୀରେ କାମ କରୁଥିବା ଶ୍ରମିକ ମାନେ କାମ କରୁଥିବା ବେଳେ କମ୍ପାନୀ ଦ୍ବାରା ଦିଆଯାଇଥିବା ସୁରକ୍ଷା ସରଞ୍ଜାମ ପରିଧାନ କରି ନିଜକୁ ସୁରକ୍ଷିତ ରଖି ଦୁର୍ଘଟଣାକୁ ଏଡେଇ ଦେଇପାରିବେ ଏଦିଗରେ ଧ୍ଯାନ ଦେବା ନିହାତି ଜରୁରୀ ଆବଶ୍ୟକତା ଅଟେ। ଶ୍ରମିକ ମାନେ କମ୍ପାନୀ ଗୁଡିକରେ କାମ କରି ନିଜ ପରିବାର ପ୍ରତିପୋଷଣ କରିବା ସହିତ ଦେଶର ଅର୍ଥନିତୀକୁ ସ୍ବଚ୍ଛଳ କରିବାରେ ସହଯୋଗ କରୁଥିବାରୁ କମ୍ପାନୀ କର୍ତ୍ତୃପକ୍ଷ ଶ୍ରମିକଙ୍କ ପରିବାରର ବିକାଶ ଓ ସେମାନଙ୍କ ଜୀବନ କିପରି ସୁରକ୍ଷିତ ରହିବ ସେଦିଗରେ ମୂଖ୍ଯ ଭୂମିକା ତୁଲାଉଥିବା ଦେଖିବାକୁ ମିଳିଛି।କମ୍ପାନୀର ନିର୍ଦ୍ଦେଶକ ଇଂ ରଞ୍ଜିତ କୁମାର ନାଏକ,ସହାୟକ ନିର୍ଦ୍ଦେଶକ ତଥା ବୋଏଲର୍ସ ରାୟଗଡା ଜୋନର ସତ୍ଯଜିତ୍ ମହାନ୍ତି,ସ୍ବାସ୍ଥ୍ୟ ଓ ସୁରକ୍ଷା ଜେକେପୁର ଇଂ ବିବେକାନନ୍ଦ ନାଏକ,ବଲାଙ୍ଗୀର ଜୋନର ଇଂ ସ୍ବରୂପ ଜେନା,ଡେପୁଟି ଡାଇରେକ୍ଟର ରାୟଗଡା ଡିଭିଜନର କହିଛନ୍ତି,ଶ୍ରମିକ ମାନେ ସବୁବେଳେ ପରିଶ୍ରମ ଦ୍ବାରା ହିଁ ନିଜ ନିଜର ଜୀବନକୁ ଉସର୍ଗିକୃତ କରିଥାନ୍ତି। ଏହି ସୁରକ୍ଷା ସପ୍ତାହ ପାଳିତ ସଭାରେ ଅନ୍ଯମାନଙ୍କ ମଧ୍ୟରେ ଇଂ ପ୍ରଫୁହ୍ଲ କୁମାର ସାମଲ, ଏ ଜିଏମ୍ ଉତ୍କଳ ଆଲୁମିନା ଇଂ ସଞ୍ଜୟ କୁମାର ଜେନା, ଜେନେରାଲ ବେଦାନ୍ତ ଲିମିଟେଡ଼ ଇଂ ରାମକୃଷ୍ଣ ତ୍ରିପାଠୀ, ସିନିୟର ମ୍ଯାନେଜର ଇମ୍ଫାର ଡ ରଘୁନାଥ,ଅରୁଣ କୁମାର,ଡିଜିଏମ ଜୟପୁର ଇଂ ଶୁଭଂମ ମିଶ୍ର,ଦାମୋନଜୋଡି ସିନିୟର ମ୍ଯାନେଜର ଇଂ ସୁକୁମାର ଦତ୍ତ,ମ୍ଯାନେଜର ବୌଦ୍ଧ ଡିଷ୍ଟଲେରି ପ୍ରାଇଭେଟ ଲିମିଟେଡ଼ ଉପସ୍ଥିତ ରହିଥିଲେ। ସଭା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଇଂ ସ୍ବାଧୀନ କୁମାର ବେହେରା ।

ରାୟଗଡା ରୁ ଯୁଗଳ କିଶୋର ଜେନାଙ୍କ ରିପୋର୍ଟ

Related posts

ନର୍ମଦା ନାୟକ ଙ୍କ କବିତା ତ୍ରିଭୁଜ

Sunil Chandra Nayak

କୋକସରା ବ୍ଲକ ବରାଡଙ୍ଗା ରେ ଶ୍ରମିକ ଦିବସ ପାଳନ

ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ(NPS)ଆନ୍ଦୋଳନ ପାଇଁ ସଜବାଜ

Sunil Chandra Nayak

Leave a Comment

error: Content is protected !!