ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅମଲା ସଂଘର କଳା ଵ୍ଯାଜ୍ ପରିଧାନର ଅନ୍ତିମ ଦିବସରେ ସରକାରଙ୍କ ନିଦାବିଷ୍ଣୁ ନେଇ ଅସନ୍ତୋଷ; ଆସନ୍ତାକାଲି ଠାରୁ ସମୂହ ଛୁଟିରେ ଯିବେ ! 

ମୟୂରଭଞ୍ଜ- ୩୧/୫ (ମସିହା) ରାଜ୍ୟ ସରକାର ଅମଲା ସଂଘର ଏକମାତ୍ର ଦାବି ଯଥା ଶିକ୍ଷାଗତ ଯୋଗ୍ୟତା ଅନୁଯାୟୀ ଲେଵୁଲ-୯(୯୩୦୦ + ୪୨୦୦) ପ୍ରଦାନ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ରାଜ୍ୟ ଅମଲା ସଂଘ ମଇ ମାସ ୨୨ ରୁ ୩୧ ତାରିଖ ପର୍ଯ୍ୟନ୍ତ କଳା ଵ୍ଯାଜ୍ ପରିଧାନ କରିଛନ୍ତି ।ଆଜି ଅନ୍ତିମ ଦିବସରେ ରାଜ୍ୟ ସରକାର ଅମଲା ମାନଙ୍କ ବେତନ ବୃଦ୍ଧିର ନୋଟିଫିକେସନ କରି ନାହାନ୍ତି । ଯାହାକି ସମଗ୍ର ରାଜ୍ୟର ଅମଲାଙ୍କ ପ୍ରତି ଅବିଚାର କରାଯାଇଛି ବୋଲି ଅମଲା ସଂଘର ନେତୃବୃନ୍ଦ କହୁଛନ୍ତି । ସରକାରଙ୍କ ଅମଲା ମାରଣ ନୀତିର ମନୋଭାବ ସମସ୍ତ ଅମଲାଙ୍କ ମାନସିକ ଅବସ୍ଥାକୁ ଆଘାତ ଦେଇଛି । ଆଜି ଅନ୍ତିମ କଳା ଵ୍ଯାଜ୍ ପରିଧାନ ଦିବସରେ ମୟୂରଭଞ୍ଜ ଜିଲ୍ଲା ଅମଲା ସଂଘର ଆବାହକ ଅସିତ ମହାକୁଡଙ୍କ ନେତୃତ୍ୱରେ ଵାମନଘାଟୀ ଉପଖଣ୍ଡର ସମସ୍ତ ବିଭାଗର ଅମଲା ମାନେ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ପ୍ରତିବାଦ କାର୍ଯ୍ୟକ୍ରମ କରିଥିଲେ । ସେମାନେ କହିଥିଲେ ଅମଲା ମାନଙ୍କ ଵେତନ ଵୃଦ୍ଧିରେ ଓଡ଼ିଶାର ଅର୍ଥନୈତିକ ଅଭିବୃଦ୍ଧି ଘଟିବା ସହ ଜିଲ୍ଲା ସ୍ତରରେ ଏକ ଗୁଣାତ୍ମକ ମାନ ବୃଦ୍ଧି ହେବା ସହ ଓଡ଼ିଶାରେ କାର୍ଯକାରୀ ହେଉଥିବା ବିଭିନ୍ନ ଲୋକାଭିମୁଖୀ ଯୋଜନାର ସୁଫଳ ମିଳିବ ବୋଲି କହିଥିଲେ । ସରକାର ଆଜିଯାଏଁ କିଛି ଶୁଣିଲେ ନାହିଁ । ତେଣୁ ଆସନ୍ତାକାଲିଠାରୁ ଅମଲା ସଂଘର ନିଷ୍ପତ୍ତି କ୍ରମେ ଅମଲା ମାନେ ସମୂହଛୁଟିରେ ଯିବାକୁ ନିଷ୍ପତି ନେଇଛନ୍ତି । ଏଥିପାଇଁ ଜନସାଧାରଣ ଅସୁବିଧା ରେ ପଡ଼ିବେ ସେମାନେ ଦୁଃଖିତ । ଅମଲା ମାନଙ୍କ ପାଖରେ କିଛି ବିକଳ୍ପ ‌ରାସ୍ତା ନାହିଁ ।ଆଗକୁ ଯାହା କିଛି ଅସୁବିଧା ହେବ ସେଥିପାଇଁ ସରକାର ଦାୟୀ ରହିବେ ବୋଲି କହିଥିଲେ ।କାର୍ଯ୍ଯକ୍ରମରେ ବାମନଘାଟୀ ଉପଖଣ୍ଡର ସମସ୍ତ ବିଭାଗର ଅମଲାବୃନ୍ଦ ତଥା ବରିଷ୍ଠ ନେତା ଶୁଶାନ୍ତ ପାଣି,ଚାମ୍ବରୁ ସୋରେନ, ପ୍ରସାଦ ବେହେରା,ରଣଜିତ ରଜକ, ରଂଜନ ଦଣ୍ଡନାଟ,ଲିପିକା ମହାନ୍ତ, ଚିରଞ୍ଜିବୀ ପୁହାଣ,କେଶବ ନାୟକ,ଲକି ପାଣି,ଦୀପକ ମହାନ୍ତ, ଗୌରୀଶଙ୍କର ସାମନ୍ତରାୟ , ପ୍ରିୟଙ୍କା ଗୁପ୍ତା,ରେବତୀ ମୁର୍ମୁ,ଅମ୍ବିକା ମାଝୀ,ତାପସ ଗିରି ଙ୍କ ସମେତ ବହୁ ଅମଲା କର୍ମଚାରୀ ସାମିଲ ହୋଇଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଖୋଜିଲେ ମିଳୁନି ଦାଣ୍ଡି କିଆରୀ ,ପୋଖରୀ ନ ଥାଇ କେମିତି ହେଲା ପୁନଉର୍ଦ୍ଧାର ?

Sunil Chandra Nayak

ନିଆଁ ଲାଗି ଧାନ ଗଦା ପୋଡ

masiha

ରାଷ୍ଟ୍ରୀୟ ମତଦାତା ଦିବସ ପାଇଁ ପ୍ରସ୍ତୁତି ବୈଠକ 

masiha

Leave a Comment

error: Content is protected !!