ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉତ୍ତର ଓଡିଶା ରେଳ ସମନ୍ବୟ ସମିତିର ବୈଠକ

ରାଉରକେଲା/ ଉତ୍ତର ଓଡ଼ିଶା ରେଳ ସମନ୍ୱୟ ସମିତିର ଏକ ଜରୁରୀକାଳୀନ ବୈଠକ ସଭାପତି ଉପେନ୍ଦ୍ର କୁମାର ନାୟକଙ୍କ ଅଧ୍ୟକ୍ଷତାରେ ସେକ୍ଟର ୩ ଖଡ୍ଗ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଉତ୍ତର ଓଡିଶା ସହ ରେଳ ଯୋଗାଯୋଗ ନେଇ ରାଉରକେଲାର ବିଭିନ୍ନ ସାମାଜିକ ସାଂସ୍କୃତିକ ଓ ରାଜନୈତିକ ଅନୁଷ୍ଠାନର କର୍ମକର୍ତ୍ତା ଅଂଶ ଗ୍ରହଣ କରି ନିଜ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ। ପ୍ରାରମ୍ଭରେ ସାଧାରଣ ସମ୍ପାଦକ ଅକ୍ଷୟ କୁମାର ଦାସ ସ୍ଵାଗତ ଭାଷଣ ଦେଇଥିଲେ ଓ ସହ ସାଧାରଣ ସମ୍ପାଦକ ସଦାନନ୍ଦ ସାହୁ ବୈଠକର ଲକ୍ଷ୍ୟ ଓ ଆଭିମୁଖ୍ୟ ବିଷୟରେ ଉପସ୍ଥାପନା କରିଥିଲେ। ଉପଦେଷ୍ଟା ଅମୂଲ୍ୟ କୁମାର ବରାଳ, ଶଶଧର ପାତ୍ର ଅନେକ ତଥ୍ୟ ଭିତ୍ତିକ ଉପସ୍ଥାପନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ସଚେତନ ନାଗରିକ ମଞ୍ଚ ର ସଂପାଦକ ପତିତପାବନ ରାୟ, କଂଗ୍ରେସ ନେତା ଦେବବ୍ରତ ବିହାରୀ ,ପ୍ରାକ୍ତନ ବିଧାୟକ ପ୍ରଭାତ ମହାପାତ୍ର, ଅବସରପ୍ରାପ୍ତ ଇଂ ଉତ୍ତମ କୁମାର ସାମଲ , ପ୍ରାକ୍ତନ ପୁଲିସ ଅଧିକାରୀ ଡଃ ସୁମନ ଦତ୍ତ, ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ମହେଶ ଦୀପ୍ , ସିଆଇଟିୟ ରତ୍ନାକର ନାୟକ, ଏଆଇଟିୟୁସି ର ରମେଶ ସେଠୀ, ରଜନୀକାନ୍ତ ସ୍ଵାଇଁ , ବରିଷ୍ଠ ସାମ୍ବାଦିକ କୁଞ୍ଜବିହାରୀ ରାଉତ ଓ ସତ୍ୟାନନ୍ଦ ବେହେରା ଆଦି ଉପସ୍ଥିତ ରହି ନିଜ ନିଜର ସୁଚିନ୍ତିତ ମତାମତ ଦେଇଥିଲେ। ଉପସଭାପତି ଜଗନ୍ନାଥ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ଓ ସମ୍ପାଦକ ସୁବ୍ରତ କୁମାର ମଲ୍ଲିକ ସଭା ପରିଚାଳନାରେ ସହଯୋଗ କରିଥିଲେ। ଏହି ବୈଠକରେ ବିଭିନ୍ନ ବିଷୟରେ ଆଲୋଚନା କରାଯାଇଥିଲା । ରାଜନୈତିକ ଇଚ୍ଛାଶକ୍ତିର ଅଭାବ, ରାଜ୍ୟ, କେନ୍ଦ୍ର ଓ ରେଳ ବିଭାଗର ସମନ୍ବୟର ଅଭାବ ଯୋଗୁଁ ଉତ୍ତର ପଶ୍ଚିମ ଓଡ଼ିଶାର ଯୋଗାଯୋଗ ବାଧାପ୍ରାପ୍ତ ହୋଇଛି। ଏହି ରେଳ ଚଳାଚଳ ହେଲେ ସମୟ ଓ ଅର୍ଥ ସଞ୍ଚୟ ହେବ ଓ ଇସ୍ପାତ ନଗରୀ ସହିତ ବନ୍ଦର ନଗରୀର ସେତୁ ସ୍ଥାପିତ ହୋଇ ପାରିବ। ଗମନାଗମନ, ଆର୍ଥିକ ବିକାଶ, ପର୍ଯ୍ୟଟନ ସ୍ଥଳୀର ବିକାଶ ହୋଇ ପାରିବ। ରେଳ ବୋର୍ଡ ର ସଭ୍ୟ ପ୍ରଶାନ୍ତ ନନ୍ଦ, ସାଂସଦ ଜୁଏଲ ଓରାମ, ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବଙ୍କୁ ସାକ୍ଷାତ କରିବାକୁ ମତ ପ୍ରକାଶ ପାଇଥିଲା। ଆଗାମୀ ସଂସଦ ଅଧିବେଶନରେ ଏକ ପ୍ରତନିଧି ଦଳ ଦିଲ୍ଲୀ ଗସ୍ତ କରି ଓଡ଼ିଶାର ସାଂସଦମାନଙ୍କୁ ଅବଗତ କରାଇବା ପାଇଁ ପ୍ରସ୍ତାବ ପାରିତ ହୋଇଥିଲା।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଚୈତ୍ର ଯାତ୍ରା ସମାପନ ପରେ ଅସୁବିଧା, ବୁଝିବାକୁ ପରିବହନ ମନ୍ତ୍ରୀ ଙ୍କ ତାରା ତାରିଣୀ ଗ୍ରସ୍ତ

Sunil Chandra Nayak

ପୁସ୍ତକ ମେଳା ର ତୃତୀୟ ସଂଧ୍ୟା

Sunil Chandra Nayak

କୁସଙ୍ଗ ରେ କମ୍ୟୁନିଟି ସେଣ୍ଟର ନିର୍ମାଣ ପାଇଁ ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ କଲେ ରାଜ୍ୟସଭା ସାଂସଦ 

masiha

Leave a Comment

error: Content is protected !!