ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରକାଶ ପାଇଲା କବିତା ପ୍ରତିଯୋଗିତା ଫଳାଫଳ, ବାଜିମାତ କଲା ଜଗତସିଂହପୁର ଜିଲ୍ଲା

ବାଲେଶ୍ଵର,୩୧/୫/୨୩- ମୋ ଅନୁଷ୍ଠାନ ସାହିତ୍ୟ ସଂସଦ, ଆଳଦା, ଖଇରା, ବାଲେଶ୍ଵର ହ୍ବାର୍ଟସପ୍ ଗୃପରେ ତା ୨୮/୫/୨୩ ରିଖ ଦିନ କବିତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଯାହାର ଶୀର୍ଷକ ଥିଲା ” ଅଦେଖା ଲୁହ ” । ଏଥିରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ମୋଟ ୧୦ ଜଣ ସାହିତ୍ୟ ବନ୍ଧୁ ଅଂଶ ଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରେ ଅରୁଣ କୁମାର ମହାପାତ୍ର, ଅଶ୍ବପୁରମ୍, ତେଲେଙ୍ଗାନା, ଅପରାଜିତା ପରିଡା, କୁଜଙ୍ଗ, ଜଗତସିଂହପୁର, ଅନ୍ନପୂର୍ଣ୍ଣା ସାହୁ, ଭୁବନପୁର, ଖୋର୍ଦ୍ଧା, ଆନନ୍ଦିନୀ ମିଶ୍ର, ଝାରସୁଗୁଡ଼ା, ସତ୍ୟ ସିଂ ବାଗ, ତେରେସିଂହା, କଳାହାଣ୍ଡି, ବନ୍ଦନା ମହାପାତ୍ର, ଗଞ୍ଜାମ, ରଞ୍ଜୁଲତା ପାଢ଼ୀ, ରାଉରକେଲା, ସୁନ୍ଦରଗଡ, ନରସିଂହ ମହାରଣା, ଗଣେଶନଗର, ସମ୍ବଲପୁର, ଭାରତୀ ଲେଙ୍କା, ଚକଡା, କେନ୍ଦ୍ରାପଡା ଓ ଦ୍ରୌପଦୀ ମହାପାତ୍ର, କେନ୍ଦ୍ରାପଡା । ସମସ୍ତ କବିତା ଗୁଡିକୁ ସମୀକ୍ଷା କରିଥିଲେ ଅନୁଷ୍ଠାନର ଦକ୍ଷ ସମୀକ୍ଷିକା ତଥା ଯାଜପୁର ଜିଲ୍ଲାର କବୟତ୍ରୀ ସରସ୍ୱତୀ ପଣ୍ଡା । ଯେଉଁଥିରେ ଅପରାଜିତା ପରିଡ଼ା, ଜଗତସିଂହପୁର ପ୍ରଥମ ସ୍ଥାନ, ଅରୁଣ କୁମାର ମହାପାତ୍ର ଦ୍ବିତୀୟ ସ୍ଥାନ ଓ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ରଞ୍ଜୁଲତା ପାଢ଼ୀ । ଏହି ଫଳାଫଳରେ ମୁଗ୍ଧ ହୋଇ ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ତୁଡିଗଡିଆ ଅଞ୍ଚଳର ସାହିତ୍ୟକୁ ଭଲ ପାଉଥିବା ଜଣେ ସୁ-ଗୃହିଣୀ ସସ୍ମିତା ବାରିକ୍ ପ୍ରଥମ ସ୍ଥାନ ଅଧିକାର କରିଥିବା ଶ୍ରୀମତୀ ପରିଡାଙ୍କୁ ୧୦୦ ଟଙ୍କା ସ୍ବଇଚ୍ଛାରେ ପୁରସ୍କୃତ କରି ନିଜ ଅଞ୍ଚଳର ଗୌରବ ଅର୍ଜନ କରିଛନ୍ତି । ମୋ ଅନୁଷ୍ଠାନ ପରିବାର ତରଫରୁ ସମସ୍ତ ପ୍ରତିଯୋଗୀ ମାନଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରାଯାଇଛି । ଲେଖା ଜାରି ରଖନ୍ତୁ, ଅନୁଷ୍ଠାନର ପ୍ରତ୍ୟେକ ପ୍ରତିଯୋଗିତାରେ ଭାଗ ନିଅନ୍ତୁ, ଦିନେ ଦିନେ ଭଗବାନ ସ୍ଥାନ ଦେବାରେ ଅବହେଳା କରିବେ ନାହିଁ ବୋଲି ଭରସା ଓ ବିଶ୍ୱାସ ରହିଛି ବୋଲି ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା ସମସ୍ତ ପ୍ରତିଯୋଗୀଙ୍କୁ ଧୈର୍ଯ୍ୟର ସହିତ ଅପେକ୍ଷା କରିବାକୁ କହିଛନ୍ତି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଜିଲ୍ଲାସ୍ତରୀୟ ପ୍ରବାସୀ ଭାରତୀୟ ଦିବସ ପାଳିତ 

masiha

ଆସନ୍ତା ୨୨ ରାଉରକେଲାରେ ପ୍ରଦର୍ଶିତ ହେବ ଓଡ଼ିଆ ଚଳଚ୍ଚିତ୍ର ଜଙ୍ଗଲ ଜଲୁଛେ 

Sunil Chandra Nayak

କଙ୍କଡ଼ାହାଡ଼ ସମ୍ମନିତ ଶିଶୁବିକାଶ ପ୍ରକଳ୍ପ କାର୍ଯ୍ୟାଳୟରେ ଚାଲିଛି ରାଧେ ରାଧେ ତମର ଅଧେକୁ ମୋର ଅଧେ

Sunil Chandra Nayak

Leave a Comment

error: Content is protected !!