ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗଞ୍ଜେଇ ଜବତ ,୩ ଜଣ କୋର୍ଟ ଚାଲାଣ

ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଁ ନୂଆପଡା ଜ଼ିଲ୍ଲା ଖରିଆର ରୋଡ ଯୋଙ୍କ ଥାନା ଏସ. ଆଇ ଭାରତୀ ନାୟକ ନେତୃତ୍ୱ ରେ ଏକ ପୋଲିସ ଟିମ NH353 ଗୋତମା ଛକ ରେ ଗୋଟିଏ ଟିଭିଏସ ଆପାଚି ମୋଟର ସାଇକେଲ ଓ ଗୋଟିଏ ହୋଣ୍ଡା ଆକଟିଭା ଆରୋହୀ କୈଳାଶ ସାହୁ ଙ୍କୁ ଅଟକାଇ ରଖିଥିଲେ ପରେ ତାଙ୍କର ସାଥି ମହେଶ ସୁନା ଓ ଇସାର ସୁନାନୀ ଦୁହିଁଙ୍କ ଠାରୁ ହୋଣ୍ଡା ଆକ୍ଟିଭା ରେ ଗୋଟିଏ ପ୍ଲାଷ୍ଟିକ ବେଗ ରେ 20 କେଜି ଓଜନ ଏକ ବେଗ ଭର୍ତି ଗଂଜେଇ ଜବତ କରି ସେହି ତିନିଜଣକୁ ଅଟକ ରଖିଥିଲେ, ଅଭିଯୁକ୍ତ ମାନେ ଏହି ଗଂଜେଇ ବାଲିଗୁଡା ଅଂଚଳରୁ ଆଣିଥିବା ସୂଚନା ଦେଇଛନ୍ତି  । ଶ୍ରୀ ଦେବେଦ୍ର କୁମାର ରାଉତ ମାଜିଷ୍ଟେଟ କମ ତହସିଲଦାର ନୂଆପଡା ଓ ଦୁଇଜଣ ସ୍ୱାଧୀନ ସାକ୍ଷୀଙ୍କ ସମ୍ମୁଖରେ ଏହି ଗଂଜେଇ ଜବତ କରିଥିଲେ। ଏନେଇ ଆଜି ଖରିଆର ରୋଡ ଯୋଙ୍କ ଥାନା ଠାରେ ଏକ ସାମ୍ବାଦିକ ସମ୍ମିଳନୀ ନୂଆପଡା sdpo ପ୍ରଶାନ୍ତ କୁମାର ପଟନାୟକଙ୍କ ଦ୍ୱାରା ଅନୁଷ୍ଠିତ ହୋଇ ସୂଚନା ଦିଆଯାଇଥିଲା । ଏହି ସାମ୍ବାଦିକ ସମ୍ମିଳନୀରେ ଜୋଙ୍କ ଥାନା ଅଧିକାରୀ କୈଳାଶ ସେଠି ମଧ୍ୟ ଉପସ୍ଥିତ ଥିଲେ ପରେ ତିନିଜଣକୁ କୋର୍ଟ ଚଲାଣ କରାଯାଇଥିବା ବେଳେ ଦୁଇ ଗୋଟି ମୋଟର ସାଇକେଲ, ଓ ତିନୋଟି ମୋବାଇଲ ଜବତ କରାଯାଇଛି । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଗଅଁଲିଆ କବି ସୁଧୀର୍‌ ପଁଡ଼ା ଙ୍କ କବିତା କବିର୍‌ ମନର୍‌ କଥା

ଅପର୍ତ୍ତି ସେଠୀ ଙ୍କ କବିତା ନାରୀ

Sunil Chandra Nayak

ସତ୍ୟ ନାରାୟଣ ମହାପାତ୍ର ଙ୍କ/ଅନନ୍ୟ ପରମ୍ପରା-ଚତୁର୍ମାସ୍ୟା ବ୍ରତ

Sunil Chandra Nayak

Leave a Comment

error: Content is protected !!