ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉତ୍କଳ ସାଂସ୍କୃତିକ ପରିଷଦର ଗରିମା ରଜମଉଜ ଆସନ୍ତା ୧୨ ଓ ୧୩ରେ

ରାଉରକେଲା/ ସହରର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଉତ୍କଳ ସାଂସ୍କୃତିକ ପରିଷଦର ଗରିମା ରଜମଉଜ ର ରଜ ରାଜକୁମାରୀ ସିଜିନ ୨ ଚଳିତ ମାସ ଆସନ୍ତା ୧୨ ଓ ୧୩ ତାରିଖ ଦିନ ସେକ୍ଟର ୨ ସାହାନାଇ ମଣ୍ଡପ ଠାରେ ଅନୁଷ୍ଠିତ ହେବ ବୋଲି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନ ତରଫରୁ କୁହାଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ସୁନିଲ୍ କୟାଲଙ୍କ ଅଧ୍ୟକ୍ଷତା ଓ ସାଧାରଣ ସଂପାଦକ ଶଙ୍କର ଜେନା ଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାମ୍ବାଦିକଙ୍କୁ ସୂଚନା ଦିଆଯାଇ କୁହାଯାଇଛି ଯେ ୧୪ରୁ ୨୧ବର୍ଷ ଝିଅ ମାନଙ୍କ ପାଇଁ ରଜ ରାଜକୁମାରୀ ଅଡିସନ ୧୩ ତାରିଖ ଦିନ ଅନୁଷ୍ଠିତ ହେବ । ୧୨ତାରିଖ ଦିନ ପାନଭଙ୍ଗା,ପୁଚିଖେଳ ଓ ମେହେନ୍ଦୀ ପ୍ରତିଯୋଗିତା ଓ ୧୩ତାରିଖ ଦିନ ପୋଡପିଠା ପ୍ରତିଯୋଗିତା କରାଯିବ। ୧୭ତାରିଖ ଦିନ ଗ୍ରାଣ୍ଡ ଫିନାଲେ ସଂଧ୍ୟାବେଳେ ସିଭିକ ସେଣ୍ଟର୍ ଠାରେ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ଚଳଚ୍ଚିତ୍ର ଅଭିନେତା ପୁପିନ୍ଦର, ଅଭିନେତ୍ରୀ ପ୍ରିୟଙ୍କା ଓ ଜ୍ୟୋତିସ୍ମିତା ଯୋଗଦେଇ ପ୍ରତିଯୋଗୀ ଙ୍କୁ ଉତ୍ସାହିତ କରିବେ। ଏହି ଅବସରରେ ବିଭିନ୍ନ ପ୍ରକାରର ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ କରାଯିବ । ଏଣୁ ଏହି କାର୍ଯ୍ୟକ୍ରମରେ ବହୁସଂଖ୍ୟାରେ ଯୋଗଦେବା ପାଇଁ ଅନୁଷ୍ଠାନ ତରଫରୁ ଅନୁରୋଧ କରାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ଉପଦେଷ୍ଟା ରଶ୍ମିତ ସାହାଣୀ, ମମତା ନାୟକ, ଡଃ ସରିତା ମଲ୍ଲ, ପ୍ରଣତୀ ଜେନା, ସିଲି ମହାନ୍ତି, ମୀନାକ୍ଷୀ ପାଢୀ, ଶର୍ମିଲା ରାଜଗୁରୁ, ରେବତୀ ବାରିକ, ରଶ୍ମି ମହାନ୍ତି, ଦେବସ୍ମିତା ଶତପଥୀ, ମୋନାଲିସା ସାହୁ, ମୀନତି ମୋଦି, ସନ୍ତୋଷୀ ମଲ୍ଲିକ, ଲୀନା ତ୍ରିପାଠୀ,ଶାନ୍ତିଲତା ବାରିକ,ମୋନାଲିସା ଗୌଡ, ନିହାରିକା ବସ୍ତିଆ, ସୁନିତା ଶ୍ରୀନିବାସନ, ଶଙ୍ଖରିନା ପ୍ରଧାନ, ମମତା ଦାସ, ସୁମିତ୍ରା ଦାସ, ଲିଙ୍ଗରାଜ କୁମ୍ଭାର ପ୍ରମୁଖ ଉପସ୍ଥିତ ଥିଲେ । ପ୍ରାରମ୍ଭରେ ଅନୁଷ୍ଠାନର ଅଧ୍ୟକ୍ଷ ସୁନିଲ୍ କୟାଲ ନିଃଦ୍ବନ୍ଦରେ ଚାମ୍ବର ଅଫ କମର୍ସର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିବାରୁ ଅନୁଷ୍ଠାନ ତରଫରୁ ପୁଷ୍ପଗୁଛ୍ଛ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମ ଶେଷରେ ମମତା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଭୁବନେଶ୍ୱରରେ ମଧୁ ଜୟନ୍ତୀ ପାଳିତ

Sunil Chandra Nayak

୧- ଅଲ ଇଣ୍ଡିଆ କ୍ଷେତ ମଜୁଦୁର କିଷାନ ର ସଭା ଅନୁଷ୍ଠିତ ,୨- ଯୁବତୀକୁ ଦୁଷ୍କର୍ମ ଅଭିଯୋଗରେ ସମିତି ମେମ୍ବର ଥାନାରେ ଅଟକ 

Sunil Chandra Nayak

ସୁରେନ୍ଦ୍ର ନାଥ ପରିଡ଼ା ଙ୍କୁ ସାପ୍ତାହିକ ପତ୍ରିକା ଅଭିନନ୍ଦନ ତରଫରୁ କବି ସମ୍ମାନ ରେ ସମ୍ମାନିତ

Sunil Chandra Nayak

Leave a Comment

error: Content is protected !!