ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁରରେ ସମୂହ ଛୁଟିରେ ଅମଲା,ଠପ୍ ହେଲା ସରକାରୀ କାର୍ଯ୍ୟ; ଜନସାଧାରଣ ପ୍ରଭାବିତ

ମୟୂରଭଞ୍ଜ -୨/୦୬ (ମସିହା) ରାଜ୍ୟ ସ୍ତରୀୟ କନିଷ୍ଠ ସହାୟକ (ଅମଲା)ଙ୍କ ପ୍ରବେଶିକା ଦରମା ଓ ଗ୍ରେଡ ପେ ବୃଦ୍ଧି ଦାଵିରେ ଜୁନ ପହିଲାରୁ (ଅମଲା) ମାନେ ସମୂହ ଛୁଟିର ଆଜି ଦ୍ୱିତୀୟ ଦିବସ। ମୟୂରଭଞ୍ଜ ଜିଲ୍ଲାର ବାମନଘାଟୀ ଉପଖଣ୍ଡର ସମସ୍ତ ଅମଲା ମାନେ ସମୂହ ଛୁଟିରେ ଅଛନ୍ତି ।ସେମାନେ କାମ ବନ୍ଦ କରି ଵସ‌ଷ୍ଟାଣ୍ଡ ନିକଟସ୍ଥ ସରକାରୀ କର୍ମଚାରୀ ଭବନ ସମ୍ମୁଖରେ ତମ୍ବୁ ପକାଇ ଧାରଣାରେ ବସିଛନ୍ତି ।କାମ ବନ୍ଦ ଯୋଗୁଁ ସରକାରୀ କାର୍ଯ୍ୟ ସଂପୂର୍ଣ୍ଣ ଠପ୍ ହୋଇଯାଇଛି ।ଜନସାଧାରଣ ସରକାରୀ କାର୍ଯ୍ୟାଳୟକୁ ଆସି ନିରାଶରେ ଖର୍ଚ୍ଚାନ୍ତ ସହ ଫେରୁଛନ୍ତି ।କେବେ ଆନ୍ଦୋଳନ ସରିବ ଆମ କାମ ହେବ ବୋଲି ଚିନ୍ତାରେ ଜନସାଧାରଣ ।କନିଷ୍ଠ ସହାୟକ (ଅମଲା) ମାନଙ୍କ ଏକମାତ୍ର ଦାବି ପ୍ରବେଶିକା ଦରମା ହାର ଲେବେଲ ୪ ରୁ ଲେବେଲ ୯ କୁ ବୃଦ୍ଧି ସହ ଗ୍ରେଡ ପରେ ୧୯୦୦ ଟଙ୍କାରୁ୪୨୦୦ ଟଙ୍କା ବୃଦ୍ଧି ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।ଅମଲା ସଂଘ ଏପ୍ରିଲ ମାସ ଦାବି ରଖିଥିଲା ।ମେ ୨୨ ରୁ ୩୧ ତାରିଖ ପର୍ଯ୍ୟନ୍ତ ଅମଲା ମାନେ କଳା ବ୍ୟାଜ ପରିଧାନ କରି ପ୍ରତିବାଦ କରିବା ସତ୍ବେ ସରକାର ସେମାନଙ୍କ ସମସ୍ୟା ପ୍ରତି ଅଣଦେଖା କରିବାରୁ ଵାଧ୍ଯ ହୋଇ ଜୁନ ପହିଲାରୁ ଛୁଟି ନେଇଛନ୍ତି । ମୟୂରଭଞ୍ଜ ଜିଲ୍ଲା ଅମଲା ସଂଘ ଆବାହକ ଶ୍ରୀ ଅସିତ ମହାକୁଡ଼ ସୂଚାଇଛନ୍ତି ଯେପର୍ଯ୍ୟନ୍ତ ରାଜ୍ୟ ସରକାର ସେମାନଙ୍କ ଦାବି ପ୍ରତି କିଛି ଉଚିତ ପଦକ୍ଷେପ ନେଉ ନାହାନ୍ତି ସେତେଦିନ ପର୍ଯ୍ୟନ୍ତ ସେମାନେ ଆନ୍ଦୋଳନ ପ୍ରତ୍ୟାହର କରିବେ ନାହିଁ ।ଅମଲା ମାନଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ଥିଲେ ମଧ୍ୟ ମେଟ୍ରିକ୍ ହାରରେ ସ୍ବଳ୍ପ ବେତନ ମିଳୁଛି । ତେଣୁ ଅମଲା ମାନଙ୍କ ମଧ୍ୟରେ ଵେତନର‌ ତାରତମ୍ଯ ନେଇ ଅସନ୍ତୋଷର ଦାନା ବୃଦ୍ଧି ପାଉଛି ।ଯାହାଫଳରେ ଆନ୍ଦୋଳନକୁ ଶାନ୍ତି ପୂର୍ଣ୍ଣ ଭାବରେ ଓହ୍ଲାଇଛନ୍ତି । ଜନସାଧାରଣଙ୍କୁ ହଇରାଣ କରିବା ଅମଲା ମାନଙ୍କର ଉଦେଶ୍ୟ ନୁହେଁ । ଜନସାଧାରଣଙ୍କ ଅସୁବିଧା ପାଇଁ ସରକାର ହିଁ ଦାୟୀ ।ଆନ୍ଦୋଳନରେ ଜିଲ୍ଲା ଆବାହକ ଅସିତ ମହାକୁଡ଼ ଙ୍କ ନେତୃତ୍ୱରେ ଉପବିଭାଗୀୟ ଅଧିକାରୀ ରମାକାନ୍ତ ପଣ୍ଡା,ଅନୁପ ଡୋଗ୍ରା,ଲଛମନ ସିଂ, ନନ୍ଦ କିଶୋର ସେଠୀ, ପ୍ରସାଦ ବେହେରା,ଚାମ୍ବରୁ ବେଶ୍ରା,ସିପିକା ମହାନ୍ତ,ମଞ୍ଜରୀ ମୁର୍ମୁ,ପ୍ରିୟମ୍ବଦା ପାତ୍ର,ବସନ୍ତ ମହାନ୍ତି,ପ୍ରକାଶ ରଂଜନ ଦତ୍ତ, ଗୌରୀ ଶଙ୍କର ସାମନ୍ତରାୟ,ଦୀପକ ମହାନ୍ତି ସମେତ ଶତାଧିକ ଅମଲା ମାନେ ଆନ୍ଦୋଳନରେ ସାମିଲ ହୋଇଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ନର୍ଲା ବ୍ଲକ ମିଶନ ଶକ୍ତି ଭବନରେ ବ୍ଲକ ସ୍ତରୀୟ କବି ସମ୍ମିଳନୀ

masiha

ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ

Sunil Chandra Nayak

ନୂଆ ପେନସନ ନୀତିର ପୁନର୍ବିଚାର ପାଇଁ ରାଉରକେଲା ଅବସରପ୍ରାପ୍ତ ପୋଲିସ ଅଫିସର୍ସ ଆସୋସିଏସନ ତରଫରୁ ଅନୁରୋଧ

masiha

Leave a Comment

error: Content is protected !!