ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଯୁକ୍ତ ଦୁଇ ସଫଳତା

ନବରଙ୍ଗପୁର /ଡାବୁଗାଁ – (ମସିହା)ଡାବୁଗାଁ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ବିଜ୍ଞାନ ଓ ବାଣିଜ୍ୟ ର ଫଳ ପ୍ରକାଶିତ ହୋଇଛି।ବିଭାଗୀୟ ଅଧ୍ୟକ୍ଷ ତଥା ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ସୂଚନା ପ୍ରକାରେ ଯୁକ୍ତ ଦୁଇ ବାଣିଜ୍ୟ ରେ ୨୫ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିଲେ lସେଥି ମଧ୍ୟରୁ ୨୧ ଜଣ ପାସ କରିଛନ୍ତି।ଏଥିରେ ପ୍ରଥମ ଶ୍ରେଣୀରେ ଜଣେ ଛାତ୍ର, ଦ୍ବିତୀୟ ଶ୍ରେଣୀରେ ୩ ଜଣ ଓ ତୃତୀୟ ସ୍ଥାନରେ ୧୭ ଜଣ ଛାତ୍ର ଛାତ୍ରୀ ପାସ କରିଥିବା ଜଣାପଡିଛି।ସେଥି ମଧ୍ୟରୁ ବାଣିଜ୍ୟ ରେ ଜଣେ ଛାତ୍ର ସୁକଚାନ୍ଦ ଗଣ୍ଡ ୩୬୦ ନମ୍ୱର ରଖି ପ୍ରଥମ ଶ୍ରେଣୀରେ ପାସ କରିଛନ୍ତି।ମୋଟ ୮୯ ପ୍ରତିଶତ ଛାତ୍ର ଛାତ୍ରୀ ପାସ କରିଛନ୍ତି।ସେହିପରି ବିଜ୍ଞାନରେ ୨୪ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିଲେ l ସେଥି ମଧ୍ୟରୁ ୧୬ ଜଣ ଛାତ୍ର ଛାତ୍ରୀ ପାସ କରିଛନ୍ତି।ବିଜ୍ଞାନରେ ଦ୍ବିତୀୟ ଶ୍ରେଣୀରେ ୩ ଜଣ ପାସ କରିଥିବା ବେଳେ ଅବଶିଷ୍ଟ ୧୩ ଜଣ ଛାତ୍ର ଛାତ୍ରୀ ତୃତୀୟ ସ୍ଥାନରେ ପାସ କରିଛନ୍ତି।ମୋଟ ୬୮ ପ୍ରତିଶତ ଛାତ୍ର ଛାତ୍ରୀ ପାସ କରିଛନ୍ତି।ପ୍ରକାଶ ଥାଉକି କରୋନା ମହାମାରୀ ପରେ ପିଲା ମାନେ ସମ୍ପୂର୍ଣ ସିଲାବସ୍ ରେ ପରୀକ୍ଷା ଦେଇଛନ୍ତି।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ସହ ଡାବୁଗାଁ ପ୍ରତିନିଧି ପ୍ରଜ୍ଞା ରଞ୍ଜନ ପରିଡା ଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ 

Related posts

ହାତୀଶାଳ ଘାଟିର ୧୦୦ ଫୁଟ୍ ଖାଇରେ ଖସିଲା ଟ୍ରକ୍, ଚାଳକ ଗୁରୁତର

Sunil Chandra Nayak

ନିର୍ବାଚନ ରୋଲ୍ ପର୍ଯ୍ୟବେକ୍ଷକଙ୍କ ନବରଙ୍ଗପୁର ଗସ୍ତ: SIR-2026 କାର୍ଯ୍ୟର ସମୀକ୍ଷା, ସ୍ୱଚ୍ଛ ନାମାବଳୀ ପାଇଁ ନିର୍ଦ୍ଦେଶ 

Sunil Chandra Nayak

ସାନ୍ତାଳୀ ଭାଷା ଅଲିଚିକ ପରୀକ୍ଷା

masiha

Leave a Comment

error: Content is protected !!