ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସର୍ଗିଗୁଡା ୬ଟି ପଡାରେ ନଳକୂପ ଖନନ କରି ଜଳକଷ୍ଟ ଦୂର କଲେ ଜନ ପ୍ରତିନିଧି

କୋକସରା,୨/୦୬- ଖରାର ପାରଦ ୪୨ ଡିଗ୍ରୀ ଉପରେ ରହିଥିବା ବେଳେ ପ୍ରବଳ ଗ୍ରୀଷ୍ମ ପ୍ରବାହରେ ପାଣି ମୁନ୍ଦାଏ ପାଇଁ ଡ଼ହଳ ବିକଳ ହେଉଥିଲେ ଟେମରା ପଞ୍ଚାୟତ ସିର୍ଲିଗୁଡା ଗ୍ରାମ ୬ ପଡାର ଗ୍ରାମବାସୀ। ଏନେଇ ପୂର୍ବରୁ ଅନେକ ଥର ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନକୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ପାଇ ନଥିଲେ। ଜଳକଷ୍ଟ ନେଇ ଗତ ସପ୍ତାହରେ ସ୍ଥାନୀୟ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲଙ୍କୁ ଜଣାଇବା ପରେ ଲୋକଙ୍କ ପାନୀୟ ଜଳ ସମସ୍ୟା ଦୂର କରିବା ପାଇଁ ତ୍ୱରିତ ପଦକ୍ଷେପ ନେଇ ସିର୍ଲିଗୁଡା ଗାଁର ସ୍କୁଲ ପଡା, ହରିଜନ ପଡା, ବଜାର ପଡା, ଗୌନ୍ତିଆ ପଡା, ତେତେଲପଡା, ଚନ୍ଦନ ପଡାରେ ଗୋଟିଏ ଦିନରେ ୬ ଗୋଟି ନଳକୂପ ଖନନ କରି ୬ ପଡ଼ାବାସୀଙ୍କ ଜଳକଷ୍ଟ ଦୁର କରିବା ସହ ଗ୍ରାମବାସୀଙ୍କ ମୁହଁରେ ହସ ଫୁଟାଇଛନ୍ତି । ଏହି ସମୟରେ ବ୍ଲକ ଉପାଧ୍ୟକ୍ଷଙ୍କ ସହ ଚୌଧୁରୀ ଦୁର୍ଗା, ଯତୀନ୍ଦ୍ର ମାଝୀ, ସଞ୍ଜୟ ସିଙ୍ଘଲ, ଅରୁଣ ଅଗ୍ରୱାଲ, ସନ୍ତୋଷ ଦାସ ସମେତ ଗ୍ରାମବାସୀ ଉପସ୍ଥିତ ରହି ଜନ ପ୍ରତିନିଧିଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ମସିହା ନିଉଜ ସର୍ଭିସ୍ 

Related posts

PARENTS AS PARTNERS MEETING HELD AT ANCHALBADI SEVASHRAM

masiha

ଧିମାରେ ଚାଲିଛି ପାନୀୟଜଳ ମେଘା ପ୍ରଜେଟ୍

masiha

ଟ୍ରାଫିକ ସମସ୍ୟାରେ ପେଷି ହେଉଛନ୍ତି ଜୁନାଗଡ଼ ବାସୀ , ଅଣଦେଖା କରାଯାଉଛି ବାଇପାସ ରୋଡ଼ ପାଇଁ

Sunil Chandra Nayak

Leave a Comment

error: Content is protected !!