ତେନ୍ତୁଳିଖୁଣ୍ଟି -୦୧/୦୬/୨୩ // ନିକଟରେ ଓଡିଶା ଉଚ୍ଚ ନ୍ୟାୟାଳୟ ରେ ନବରଙ୍ଗପୁର ଜିଲ୍ଲା ରେ ରୋଗୀସେବା ନେଇ କେଶWP(C) -18707 ନମ୍ବର ର ଶୁଣାଣି ରେ ଜିଲ୍କା ମୁଖ୍ୟ ଚିକିତ୍ସାଧିକାରୀ କାଳୀ ପ୍ରସାଦ ବେହେରା ଙ୍କୁ ତଲବ କରିଥିଲେ। ଉକ୍ତ ଅନ ଲାଇନ ଶୁଣାଣି ରେ ସି ଡି ଏମ ଓ ବେହେରା ବିନା ପ୍ରସ୍ତୁତି ରେ ଆସିଥିବାରୁ କ୍ଷୁବ୍ଧ ହୋଇଥିଲେ ବିଚାରପତି ,କିନ୍ତୁ ଉକ୍ତ କେଶ ଆଧାର ରେ ରୋଗୀଙ୍କୁ ଉଚିତ ସେବା ଯୋଗାଇବା ବ୍ୟବସ୍ଥା କରିବା ପାଇଁ ପଦକ୍ଷେପ ନ ନେଇ ଡେପୁଟେସନ ରେ ବିଭିନ୍ନ ଡାକ୍ତରଖାନା ଯାଇ ରୋଗୀଙ୍କୁ ସେବା ଯୋଗାଉ ଥିବା ଡାକ୍ତର ଙ୍କ ଡେପୁଟେସନ ବାତିଲ କରିଛନ୍ତି। ଅବହେଳିତ ହୋଇ ରହିଥିବା ଇନ୍ଦ୍ରାବତୀ ପ୍ରକଳ୍ପ ଡାକ୍ତରଖାନା କୁ ଚଳଚଞ୍ଚଳ କରିବା ରେ ସହଯୋଗ କରିଥିବା କିଛି କର୍ମଚାରୀ ଙ୍କୁ ପର୍ଯ୍ୟାୟକ୍ରମେ ଡେପୁଟେସନ ବାତିଲ କରି ନେଇ ଯାଉଛି ସି ଡି ଏମ ଓ କାର୍ଯ୍ୟଳୟ । ପ୍ରଥମେ ଦୁଇ ଡକ୍ଟର ପରେ
ପରେ ଦୁଇ ଜଣ ଫାର୍ମାସିଷ୍ଟ ଏବଂ ଜଣେ ଏ ଏନ ଏମ । ଏହି ଡାକ୍ତରଖାନା 32 ଶଯ୍ୟା ବିଶିଷ୍ଟ ଥିବା ବେଳେ ପ୍ରକଳ୍ପ ଏହି ଡାକ୍ତରଖାନା ପ୍ରତି ଦୃଷ୍ଟି ଦେଉ ନଥିବା ରୁ ଜିଲ୍ଲାପାଳ ଆଞ୍ଚଳିକ ଅଵଶ୍ୟକତା କୂ ଅନୁଭଵ କରି ପ୍ରକଳ୍ପ ଡାକ୍ତରଖାନା ଷ୍ଟାଫ ତିନି ଜଣ ଷ୍ଟାଫ ନର୍ସ ,ଦୁଇ ଜଣ ଫାର୍ମାସିଷ୍ଟ ଙ୍କୁ ଜିଲ୍ଲା ଡାକ୍ତର ଖାନା ତଥା ଅନ୍ୟାନ୍ୟ ଡାକ୍ତରଖାନା କୁ ଡେପୁଟେସନନରେ ନେଇ ଏହି ଡାକ୍ତରଖାନା କୁ ଦୁଇ ଜଣ ଫାର୍ମାସିଷ୍ଟ ଜଣେ ପୁରୁଷ ସ୍ୱାସ୍ଥ୍ୟକର୍ମୀ ଦୁଇ ଜଣ ଏ ଏନ ଏମ ଦେବା ସହ ତିନି ଜଣ ଡାକ୍ତର ଦେଇଥିଲେ। । ସେହି ତିନି ଡାକ୍ତର ମଧ୍ୟରୁ ଦୁଇ ଜଣ ବଦଳି ହୋଇ ଚାଲିଗଲେ। ଜଣେ ଅଛନ୍ତି ମାସକୁ ଦୁଇ ରୁ ୩ ଦିନ ହିଁ ତାଙ୍କର ଉପସ୍ଥିତି ମିଳେ। ପରବର୍ତ୍ତୀ ପର୍ଯ୍ୟାୟରେ ଆଞ୍ଚଳିକ ଦାବୀ ନେଇ ଆଉ ଦୁଇ ଡାକ୍ତର ଙ୍କୁ ଡେପୁଟେସନ ରେ ଦିଆଗଲା କିନ୍ତୁ କୋର୍ଟ ନାମରେ ଏବେ ପତ୍ର ସଂଖ୍ୟା 3927 ରେ 29 ତାରିଖରେ ଡେପୁଟେସନ ରେ ଥିବା ଡାକ୍ତର ପ୍ରସନ୍ନ ଜିତ ମହାନ୍ତି ଙ୍କ ଡେପୁଟେସନ ବାତିଲ କରାଯାଇଛି। ଉଚ୍ଚ ନ୍ୟାୟାଳୟ ରୋଗୀଙ୍କ ସେବା ପାଇଁ ଯଦି ଶୁଣାଣି କରୁଥିଲେ ତେବେ ଦୈନିକ ଶହେ ରୁ ଅଧିକ ରୋଗୀ ଆସୁଥିବା ଇନ୍ଦ୍ରବତୀ ପ୍ରକଳ୍ପ ଡାକ୍ତରଖାନା ବାବଦରେ କିଏ ଶୁଣିବ? ଯଦି ଏଭଳି ପ୍ରକଳ୍ପ ପ୍ରଶାସନ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଏହି ଡାକ୍ତରଖାନା କୁ ଏଭଳି ଅଣଦେଖା ଜାରି ରଖିବେ ତେବେ ପୁଣି ଭୁତ କୋଠି ହେବାରେ ବିଳମ୍ବ ହେବନି । ସ୍ଥାନୀୟ ଜନତା ଙ୍କ ଅସନ୍ତୋଷ ଉଗ୍ର ରୂପନେଲେ ପ୍ରଶାସନ ହିଁ ଦାୟୀ ରହିବ ବୋଲି ଇନ୍ଦ୍ରାବତୀ ନାଗରିକ ମଞ୍ଚ ର କର୍ମକର୍ତା ଓ ସଭ୍ୟ ମାନେ କହିଛନ୍ତି।
ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର କାଳୀ ପ୍ରସାଦ ବେହେରା ଙ୍କୁ ପଚାରିବାରୁ କହିଲେ କୋର୍ଟ ତଥା ଜିଲ୍ଲା ଆଇନ ସେବା ପ୍ରାଧିକାରଣ ର ପରାମର୍ଶ କ୍ରମେ ଡେପୁଟେସନ ବାତିଲ କରିବାକୁ ନିର୍ଦେଶନମା ବାହାରିଛି। ପ୍ରକଳ୍ପ ଡ଼ାକ୍ତରଖାନା ର ଡାକ୍ତର ପଦ ପୂରଣ ନେଇ କଣ କରାଯାଇପାରିବ ଚିନ୍ତା କରୁଛୁ।
ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି


