ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜଳ ସୁରକ୍ଷା ଉପରେ ଚିତ୍ରାଙ୍କନ ପ୍ରତିଯୋଗିତା

କର୍ଲାମୁଣ୍ଡା: ଭାରତ ସରକାର ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରାଳୟ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ଜିଲ୍ଲା ଯୁବ ଅଧିକାରୀ ଶ୍ରୀମାନ ପ୍ରସନ୍ନ କୁମାର ମେହେର ଓ ଲେଖାପାଳ ଶ୍ରୀଯୁକ୍ତ ଦୁତୀୟ ବନଛୋରଙ୍କ ତତ୍ୱାବଧାନରେ କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଯୋରାଡବରା ପଞ୍ଚାୟତ କୁସୁର୍ଲା (ହଜାରୀପଡା ) ଗ୍ରାମରେ କଳାରୁଦ୍ର ଯୁବକ ସଂଘ ଓ ରାମଜୀ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଆନ୍ତର୍ଜାତୀୟ ଜଳ ସଂରକ୍ଷଣ କାର୍ଯ୍ୟକ୍ରମ କରାଯାଇଛି l ଏହି ଅବସରରେ କୁସୁର୍ଲା (ହଜାରୀପଡା) ସରକାରୀ ପ୍ରାଥମିକ ବିଦ୍ୟାଳୟ ପ୍ରାଙ୍ଗଣ ଠାରେ ଜଳ ସୁରକ୍ଷା ଉପରେ ଚିତ୍ରାଙ୍କନ ପ୍ରତିଯୋଗିତା କରାଯାଇଛି l ଏହି ଚିତ୍ରାଙ୍କନ ପ୍ରତିଯୋଗିତାରେ ଗ୍ରାମାଞ୍ଚଳ ରେ ଥିବା ସ୍କୁଲ କଲେଜ ରେ ପାଠ ପଡୁଥିବା ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏହି କାର୍ଯ୍ୟକ୍ରମ କରାଯାଇଥିଲା l ପୃଥିବୀ ପୃଷ୍ଠରେ ବଞ୍ଚିବା ରହିବାକୁ ହେଲେ ଜଳର ବହୁତ ଆବଶ୍ୟକତା ଅଛି! ଆମ ଭବିଷ୍ୟତ ପୀଢ଼ି ମାନଙ୍କ ପାଇଁ ଜଳ ସଞ୍ଚୟ କରିବା ନିହାତି ଜରୁରୀ ଅଟେ l ଜଳ ସଞ୍ଚିଲେ ଜୀବନ ବଞ୍ଚିବ, ଜଳ ସୁରକ୍ଷା ଜୀବନ ରକ୍ଷା ନାରା ଦେଇ ଲୋକମାନଙ୍କୁ ସଚେତନ କରି ଜଳ ସଞ୍ଚୟ କରିବା ପାଇଁ ଶପଥ ପାଠ କରାଯାଇଥିଲା l ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ରାମଜୀ ସାଂସ୍କୃତିକ ଅନୁଷ୍ଠାନ ର ସଭାପତି ଶ୍ରୀଯୁକ୍ତ ଶ୍ୟାମରାଜ ସାହୁ, ସମାଜ ସେବୀ ଶ୍ରୀଯୁକ୍ତ ରୋମାଞ୍ଚଳ ସାହୁ ଓ ଜାତୀୟ ଯୁବ ସ୍ୱେଚ୍ଛାସେବୀ ଶ୍ରୀ ସନତ କୁମାର ସାହୁ, ତୁଷ୍ମନ୍ତ ସାହୁ, ହରପ୍ରସାଦ ସାହୁ, ଠାକୁର ସାହୁ, ନୀଳକଣ୍ଠେଶ୍ଵର ସାହୁ, ହେମନ୍ତ ସାହୁ, ଶିବପ୍ରସାଦ ସାହୁ, ଜତୀନ୍ଦ୍ର ନାରାୟଣ ସାହୁ, ରିତା ସାହୁ, ଚନ୍ଦ୍ରକାନ୍ତି ସାହୁ, ଉମାକାନ୍ତି ସାହୁ, କଲ୍ୟାଣୀ ସାହୁ, ରେଖାଞ୍ଜଳୀ ସାହୁ ଯୋଗଦାନ କରିଥିବା ବେଳେ ଶେଷରେ ଶ୍ରୀ ସାହୁ ଉପସ୍ଥିତ ଥିବା ସମସ୍ତ କର୍ମକର୍ତ୍ତା ଙ୍କୁ ହୃଦୟର ସହିତ ଧନ୍ୟବାଦ ଅର୍ପଣ କରିଥିଲେ l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ମନରେଗା ଯୋଜନାରେ ଚଳୁ କରୁଛନ୍ତି ସରକାରୀ ଟଙ୍କା! ମଣିଷ ବଦଳ ରେ ମେସିନ କରୁଛି କାମ! ନିରୀହ ଆଦିବାସୀ ଙ୍କ ନା ରେ ଉଠୁଛି ଟଙ୍କା କିନ୍ତୁ ମାଲାମାଲ ଯନ୍ତ୍ରୀ ଓ ଠିକାଦାର

Sunil Chandra Nayak

ବୟାଳିଶମୌଜା ବିକାଶ ପରିଷଦର ସମୀକ୍ଷା ବୈଠକ

Sunil Chandra Nayak

ବନ୍ଧୁଗାଁ ସରସ୍ୱତୀ ବିଦ୍ୟାଳୟ ଠାରେ ବିଜ୍ଞାନ ମେଳା

masiha

Leave a Comment

error: Content is protected !!