ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡିଶ ପଲ୍ଲୀ ତରଫରୁ ଅଖିଳ ଭାରତୀୟ ଗୋଣ୍ଡୱାନା ଗୋଣ୍ଡ ମହାସଭା ତରଫରୁ ବାର୍ଷିକ ବୈଠକ ଅନୁଷ୍ଠିତ

କାମାକ୍ଷାନଗର (ମନିସ )2/6/23 ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ କଣ୍ଟାପାଳ ପଞ୍ଚାୟତ ଅନ୍ତର୍ଗତ ଓଡିଶ ଗ୍ରାମରେ ଓଡ଼ିଶ ପଲ୍ଲୀ ତରଫରୁ ଅଖିଳ ଭାରତୀୟ ଗୋଣ୍ଡ୍ ୱାନା ଗୋଣ୍ଡ ମହାସଭାର ବାର୍ଷିକ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଏହି ସଭା ଦୁଇ ଦିନ ଧରି ଚାଲୁ ରହି ଥିଲା । ସଭାର ମୂଳ ଲକ୍ଷ୍ୟ ହେଲା ଗୋଣ୍ଡ୍ ସମ୍ପ୍ରଦାୟର ଯୁବକ ଯୁବତୀ ମାନେ ଶିକ୍ଷା, ଅର୍ଥ ନୀତି, ବାଣିଜ୍ୟ, ବେକାର ସମସ୍ୟା, ଶିକ୍ଷା ବୃତ୍ତିରୁ ବଞ୍ଚିତ ହେବା, ଅନ୍ୟତ୍ର ବିବାହ କରିବା, ପିତା ମାତାଙ୍କୁ ନିର୍ଯାତନା ଦେବା ଓ ଅଧିକାରକୁ ହାତେଇବା। ଇତ୍ୟାଦି ବିଷୟରେ ଆଲୋଚନା କରିବା ସହିତ ନିଜ। ସମ୍ପ୍ରଦାୟର ମାଆ ମାନେ କିଭଳି ଭାବରେ ପୁଞ୍ଜି ବିନିଯୋଗ କରି ସ୍ବାବଲମ୍ବୀ ହେବେ ଓ ନିଜ ପିଲାମାନଙ୍କୁ ଶିକ୍ଷା କ୍ଷେତ୍ର ଉନ୍ନତ ମାନର ଶିକ୍ଷା ପ୍ରଦାନ କରିବେ ଆଲୋଚନା କରା ଯାଇ ଥିଲା। ଏହି ସଭାରେ ଝାଞ୍ଜିରିବେରଣା, କୀର୍ତ୍ତନପୁର, ଚାରିନମ୍ୱର୍ କଲୋନୀ, ଚୁନରଗଡି, ଓଡିଶ, ଭଗାମୁଣ୍ଡା ଆଦି ଗ୍ରାମର ଯୁବକ, ଯୁବତୀ,ମହିଳା ଓ ପୁରୁଷ ଏକତ୍ରିଟ ହୋଇ ସଭା ଆୟୋଜନ କରାଯାଇଥିଲା। ଏହି ସଭାରେ ସଭାପତି ଉପ ସଭାପତି ସମେତ ପ୍ରତି ପଡାର ମେମ୍ବର ଉପସ୍ଥିତ ରହି ଦୁଇଦିନିଆ ସଭାକାର୍ଯ୍ୟ ଆରମ୍ଭ କରି ଶାନ୍ତି ଶ୍ରୁଖଳାର ସମାପନ କରାଯାଇଥିଲା।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ବ୍ଲକ କର୍ମଚାରୀଙ୍କ ପୁଣି କାର୍ଯ୍ୟ ବନ୍ଦ ଆନ୍ଦୋଳନ

Sunil Chandra Nayak

ନୂଆ ଏଟିଏମ ଖୋଲିବାକୁ ଗ୍ରାମବାସୀଙ୍କ ଦାବି 

masiha

ନବରଙ୍ଗପୁର ଜିଲ୍ଲାରେ ବନ୍ଦ ସଫଳ

Sunil Chandra Nayak

Leave a Comment

error: Content is protected !!