ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାଉଡୋଳା ଠାରେ ନୂତନ ପ୍ରାଥମିକ କୃଷି ସମବାୟ ସମିତି ଉଦଘାଟିତ

କୋକସରା,୩/୬ -କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କାଉଡୋଳା ନୂତନ ପ୍ରାଥମିକ ସମବାୟ ସମିତି ଆଜି ଉଦଘାଟିତ ହୋଇଯାଇଛି। ପୂର୍ବରୁ ଏହି ସମବାୟ ସମିତି ଆମପାଣି ପେକ୍ସ ଅଧୀନରେ ରହିଥିବା ବେଳେ ଏଣିକି କାଉଡୋଳା ସମବାୟ ଅଧୀନର ଚାଷି କାଉଡୋଳା ସମବାୟରେ କୃଷିଋଣ ଓ ପରାମର୍ଶ ସମର୍କିତ ସମସ୍ତ କାରବାର କରିପାରିବେ। ଉଦଘାଟନୀ ଉତ୍ସଵ ଅବସରରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ବିଧାୟକ ମୋୖଷଧି ବାଗ ଯୋଗଦେଇ ଆନୁଷ୍ଠାନିକ ଭାବେ କାଉଡୋଳା ସମବାୟ ସମିତିର ନୂତନ ଅସ୍ଥାୟୀ କାର୍ଯ୍ୟାଳୟ ଉଦଘାଟନ କରିଥିଲେ ଓ କୃଷକଙ୍କ ସୁଖଦୁଃଖର ସାଥି ହେଉଛି ପ୍ରାଥମିକ ସମବାୟ ସମିତି ବର୍ତ୍ତମାନ ରାଜ୍ୟ ସରକାର ଚାଷିଙ୍କ ପାଇଁ ବିନା ସୁଧରେ ୧ ଲକ୍ଷ ପର୍ଯ୍ୟନ୍ତ ଋଣ ସମବାୟ ସମିତି ଜରିଆରେ ଯୋଗାଇ ଦେଇଛନ୍ତି ଚାଷୀମାନେ ଏହାର ଲାଭ ନେବାକୁ ପରାମର୍ଶ ଦେଇଥିଲେ। ସମ୍ମାନିତ ଅତିଥି ଭାବେ କେନ୍ଦ୍ର ସମବାୟ ସମିତି ଜିଲ୍ଲା ଅଧ୍ୟକ୍ଷ ଗିରିଶ ଚନ୍ଦ୍ର ବେହେରା, ସଚ୍ଚିଦାନନ୍ଦ ମହାକୁଡ଼, କୋକସରା ତହସିଲଦାର ଦେବବ୍ରତ କରାଟି, କୋକସରା କେନ୍ଦ୍ର ସମବାୟ ବ୍ୟାଙ୍କ ମ୍ୟାନେଜର ଇନ୍ଦ୍ରମଣି ଧଙ୍ଗଡା ମାଝୀ ମଞ୍ଚରେ ଉପସ୍ଥିତ ରହି ନୂତନ ସମବାୟ ସମିତି ଅଧୀନରେ ଉପସ୍ଥିତ ଥିବା ଚାଷିଙ୍କୁ ସମବାୟ ସହ ଯୋଡି ହେବାକୁ ପରାମର୍ଶ ଦେଇଥିଲେ ଓ ନୂତନ ଭାବେ କାଉଡୋଳା ସମବାୟ ସମିତି ଖୋଲିଥିବାରୁ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇବା ସହ ଏହି ସମବାୟ ସମିତି ଖୋଲିବା ପରେ ଏହି ଅଞ୍ଚଳର ଚାଷି ମାନେ ରାଜ୍ୟ ସରକାରଙ୍କ ବିଭିନ୍ନ କୃଷି ଯୋଜନାରେ ସାମିଲ ହୋଇ ଉପକୃତ ହେବେ ବୋଲି ମତ ଦେଇଥିଲେ। ଏହି ଅବସରରେ କାଉଡୋଳା ସମବାୟ ଅଧୀନରେ ଥିବା ଅନେକ ଚାଷି ଓ ଗ୍ରାମବାସୀ ମାନେ ଯୋଗ ଦେଇଥିଲେ।

ମସିହା ନିଉଜ ସର୍ଭିସ୍ 

Related posts

କର୍ଲାପଡା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ର ଜନ୍ମାଷ୍ଟମୀ ଉତ୍ସବ ପାଳନ

masiha

ଓଡିଶା ଡିପ୍ଲୋମା ଇଂଞ୍ଜିନିୟରର୍ସ ସେବା ସଂଘ ଜିଲା ଶାଖା ବୈଠକ

masiha

ହୃଷିକେଶ ରାୟ ଡିଗ୍ରୀ ମହାବିଦ୍ୟାଳୟରେ ରାଜ୍ୟସ୍ତରୀୟ ଆଲୋଚନାଚକ୍ର

Sunil Chandra Nayak

Leave a Comment

error: Content is protected !!