ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚାରବାହାଲ ଚେସ୍ କ୍ଳବ୍ ଦ୍ଵାରା ଚେସ୍ ଟୁର୍ଣ୍ଣାମେଣ୍ଟ ଆୟୋଜିତ

ଚାରବାହଲ   – କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଳକ ଅନ୍ତର୍ଗତ ଚାରବାହାଲ ଗ୍ରାମ ସ୍ଥାନୀୟ ମଧ୍ୟ ଇଂରାଜୀ ବିଦ୍ୟାଳୟ ପ୍ରାଙ୍ଗଣରେ ୨ୟ ବାର୍ଷିକ ଚେସ୍ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇଯାଇଛି। ଏହି ଟୁର୍ଣ୍ଣାମେଣ୍ଟରେ ମୂଖ୍ୟ ଅତିଥି ଭାବେ ନବନିର୍ବାଚିତ ସରପଞ୍ଚ ଶ୍ରୀମତୀ ସତ୍ୟଭାମା ପଣ୍ଡା ଯୋଗଦାନ କରି ଏହାର ଶୁଭ ଉଦଘାଟନ କରିଥିଲେ। ଏହି ପ୍ରତିଯୋଗିତାରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ୧୮ ଜଣ ଖେଳାଳି ଯୋଗ ଦେଇଥିଲେ। ଚେସ୍ କ୍ଳବର ସଂପାଦକ ଶ୍ରୀ ଲକ୍ଷ୍ମୀକାନ୍ତ ଦୁର୍ଗା ସ୍ଵାଗତ ଭାଷଣ ଦେଇଥିଲେ। ପ୍ରତିଯୋଗିତା ପୂର୍ବରୁ ବିଘ୍ନ ବିନାଶକ ଗଜାନନଙ୍କ ଫଟୋଚିତ୍ରରେ ମୂଖ୍ୟ ଅତିଥି ଶ୍ରୀମତୀ ପଣ୍ଡା ପୁଷ୍ପମାଲ୍ୟ ଅର୍ପଣ ଓ ପ୍ରଦୀପ ପ୍ରଜ୍ବଳନ କରି ଅନୁଷ୍ଠିତ ଭାବେ ଶୁଭାରମ୍ଭ କରିଥିଲେ। ପରେ ୨୦୨୧ମସିହାର ଚମ୍ପିୟାନ ଖେଳାଳି ସ୍ଵର୍ଗତ ଆର୍ତ୍ତତ୍ରାଣ ଧଙ୍ଗଡା ମାଝୀ ଙ୍କ ସମ୍ମାନରେ ସମସ୍ତ ଖେଳାଳିଙ୍କ ଦ୍ୱାରା ନୀରବ ପ୍ରାର୍ଥନା କରାଯାଇଥିଲା। ଏହି ଅବସରରେ ପୂର୍ବତନ ସରପଞ୍ଚ ରାମ ନାରାୟଣ ପଣ୍ଡା, ଯୁବ ସମାଜସେବୀ ମୀନକେତନ ଦଳପତି,ଚେସ୍ କ୍ଳବ୍ ସଭାପତି ମାଙ୍ଗିଲାଲ ନାଏକ,ଅବସର ପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ଜାନକରାମ ପାନ ପ୍ରମୁଖ ମଞ୍ଚାସୀନ ଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ଖେଳାଳି ସଚ୍ଚିଦାନନ୍ଦ ଚଲାନ,ହେମନ୍ତ ପାଣିଗ୍ରାହୀ, ଭୀମସେନ ପାତ୍ର, ସତ୍ୟନାରାୟଣ ସାହୁ,କ୍ଷୀରୋଦ ମୁଣ୍ଡ, ଗୌରାଙ୍ଗ ଚରଣ ସିଂ, ଏକଲବ୍ୟ ନାଏକ, ବିଷ୍ଣୁ ପ୍ରସାଦ ଅଗ୍ରୱାଲ, କାହ୍ନୁଚରଣ ଧଙ୍ଗଡା ମାଝୀ, ତ୍ରିଲୋଚନ ଛତ୍ରିଆ, ବାଳକୃଷ୍ଣ ବାଗ, ମହେନ୍ଦ୍ର କର, ହେମନ୍ତ ଧଙ୍ଗଡା ମାଝୀ,ଭବାନୀ ଧଙ୍ଗଡା ମାଝୀ,କୂଶ ଚଲାନ, ଗଜେନ୍ଦ୍ର ଦୁର୍ଗା ପ୍ରମୁଖ ନିଜର କ୍ରୀଡା ନିପୁଣତା ପ୍ରଦର୍ଶନ କରିଥିଲେ।

ରଜନୀ ସମର୍ଲିଆ ଙ୍କ ରିପୋର୍ଟ

Related posts

କେଲୁଆ ଗ୍ରାମର ମତଦାନ କେନ୍ଦ୍ର ପରିବର୍ତ୍ତନ, ଗ୍ରାମବାସୀଙ୍କ ଭୋଟ ବର୍ଜନ ନିଷ୍ପତି

Sunil Chandra Nayak

ବନାଞ୍ଚଳରେ ମହୁଲର ମହକ

Sunil Chandra Nayak

ଡକ୍ଟର୍ସ ଡେ ରେ ଡକ୍ଟରଙ୍କୁ ସମ୍ବର୍ଦ୍ଧିତ କଲେ ଖଇରା ବାସୀ

Leave a Comment

error: Content is protected !!